ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନେଦରଲ୍ୟାଣ୍ଡକୁ କଡ଼ା ଜବାବଦେଲା ଭାରତ, ରୁଷ୍‌-ୟୁକ୍ରେନ ଯୁଦ୍ଧକୁ ନେଇ ୟୁଏନ୍‌ରେ ଭୋଟିଂ

ନ୍ୟୁୟର୍କ : ମିଳିତ ଜାତିସଂଘ (ୟୁଏନ) ରେ ନେଦରଲ୍ୟାଣ୍ଡର ରାଷ୍ଟ୍ରଦୂତଙ୍କୁ ଭାରତ ତୀବ୍ର ଭର୍ତ୍ସନା କରିଛି। କ’ଣ କରାଯିବ, ନ କରାଯିବ ତାହା ଆପଣ ଭାରତକୁ କୁହନ୍ତୁ ନାହିଁ। ଭାରତକୁ କାହାର ପରାମର୍ଶର ଆବଶ୍ୟକତା ନାହିଁ। କ’ଣ କରାଯିବ ତାହା ଆମେ ଜାଣିଛୁ ବୋଲି ୟୁଏନରେ ଭାରତର ସ୍ଥାୟୀ ପ୍ରତିନିଧି ଟିଏସ ତିରୁମୂର୍ତ୍ତି କହିଛନ୍ତି। ସୂଚନା ଅନୁଯାୟୀ ଜାତିସଂଘରେ ରୁଷ୍‌-ୟୁକ୍ରେନ ଯୁଦ୍ଧ ଉପରେ ହେଉଥିବା ଭୋଟିଂରେ ଭାରତ ଅନୁପସ୍ଥିତ ରହିଥିଲା। ଏହାକୁ ନେଇ ବ୍ରିଟେନରେ ନେଦରଲ୍ୟାଣ୍ଡ ରାଷ୍ଟ୍ରଦୂତ କାରେଲ ଭାନ ଓଷ୍ଟେରମ ଭାରତର ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଥିଲେ। ସେ ଟ୍ବିଟ କରି କହିଥିଲେ ଯେ ଭାରତ ସାଧାରଣ ପରିଷଦ (ଜିଏ)ରେ ଅନୁପସ୍ଥିତ ରହିବା ପରିବର୍ତ୍ତେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବା ଉଚିତ।

ୟୁଏନ ଘୋଷଣାପତ୍ରକୁ ଭାରତ ସମ୍ମାନ ଦେବା ଆବଶ୍ୟକ। ଏହାର ଜବାବରେ ତିରୁମୂର୍ତ୍ତି ଓଷ୍ଟେରମଙ୍କୁ ତୀବ୍ର ଭର୍ତ୍ସନା କରିଥିଲେ। ତିରୁମୂର୍ତ୍ତି ଜାତିସଂଘ ସୁରକ୍ଷା ପରିଷଦ ବୈଠକ ପୂର୍ବରୁ ଟ୍ବିଟରରେ ନିଜ ଆନୁଷ୍ଠାନିକ ବିବୃତ୍ତି ଜାରି କରି କହିଥିଲେ ଯେ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ବିବାଦର ସମାଧାନ ଲାଗି ଭାରତ ରୁଷ-ୟୁକ୍ରେନକୁ ଅନୁରୋଧ କରୁଛି। ବୁଚାରେ ନିରୀହ ନାଗରିକଙ୍କ ହତ୍ୟାକୁ ଭାରତ ତୀବ୍ର ନିନ୍ଦା କରିବା ସହିତ ନିରପେକ୍ଷ ତଦନ୍ତ ଦାବି କରୁଛି। ଏହି ଯୁଦ୍ଧ କେହି ଜିତିବେ ନାହିଁ। ଯୁଦ୍ଧ ଚାଲିଥିବା ପର୍ଯ୍ୟନ୍ତ ଅନ୍ୟ ମାର୍ଗ କାହାକୁ ଦେଖାଯିବ ନାହିଁ।

Leave A Reply

Your email address will not be published.