ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁଣି ଥରେ ‘ଗ୍ରାମି ପୁରସ୍କାର’ ହାତେଇଲେ ଭାରତର ରିକି କେଜ୍‌

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ସଂଗୀତ ପୁରସ୍କାର ‘ଗ୍ରାମୀ’ରେ ପୁଣି ଥରେ ଭାରତର ବିଜୟ ପତାକା ଉଡିଛି। ବେଙ୍ଗାଲୁରୁର ସଂଗୀତକାର ରିକି କେଜ୍‌ ତୃତୀୟଥର ଗ୍ରାମୀ ପୁରସ୍କାର ପାଇଛନ୍ତି। ତାଙ୍କ ଆଲବମ ‘ଡିଭାଇନ ଟାଇଡସ’ ପାଇଁ ରିକିଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି। ଆମେରିକାରେ ଜନ୍ମିତ ସଂଗୀତଜ୍ଞ ପ୍ରସିଦ୍ଧ ବ୍ରିଟିଶ ରକ ବ୍ୟାଣ୍ଡ ‘ଦି ପୋଲିସ’ର ଡମ୍ଫର ଷ୍ଟୁଆର୍ଟ କୋପେଲାଣ୍ଡଙ୍କ ସହ ଏହି ପୁରସ୍କାର ଶେୟାର କରିଥିଲେ। ଷ୍ଟୁଆର୍ଟ କୋପେଲାଣ୍ଡ ଏହି ଆଲବମରେ ରିକିଙ୍କ ସହ ସହଯୋଗ କରିଥିଲେ। ୬୫ତମ ଗ୍ରାମୀ ପୁରସ୍କାରରେ ଏହି ଯୋଡି ଶ୍ରେଷ୍ଠ ଇମର୍ସିଭ ଅଡିଓ ଆଲବମ ବର୍ଗରେ ଗ୍ରାମୋଫୋନ ଟ୍ରଫି ଜିତିଥିଲେ।

ଜଣାଶୁଣା ସଂଗୀତକାର ରିକି କେଜ୍‌ ତାଙ୍କ ଆଲବମ ‘ଓ୍ବିଣ୍ଡ୍ସ ଅଫ୍‌ ସମସାରା’ ପାଇଁ ୨୦୧୫ରେ ପ୍ରଥମ ଥର ପାଇଁ ଏହି ପୁରସ୍କାର ଜିତିଥିଲେ। ୨୦୧୫ରେ ଏହି ସମ୍ମାନ ପାଇବା ପରେ, ରିକି ପୁଣି ଥରେ ୨୦୨୨ରେ ଷ୍ଟିଭର୍ଟ କୋପେଲାଣ୍ଡଙ୍କ ସହ ‘ଶ୍ରେଷ୍ଠ ନିଉ ଏଜ୍‌ ଆଲବମ’ ବର୍ଗରେ ଗ୍ରାମୀ ପୁରସ୍କାର ଜିତିଥିଲେ
ମିଳିତ ଜାତିସଂଘ ମୁଖ୍ୟାଳୟ ସମେତ ରିକି କେଜ୍‌ ତାଙ୍କ କ୍ୟାରିୟରର ଅନେକ ସମ୍ମାନଜନକ ସ୍ଥାନରେ ସଙ୍ଗୀତ ପରିବେଷଣ କରିଛନ୍ତି। ରିକି ବିଶ୍ୱର ୩୦ଟି ଦେଶରେ ମୋଟ ୧୦୦ ସଙ୍ଗୀତ ପୁରସ୍କାର ଜିତିଛନ୍ତି। ତାଙ୍କ କାର୍ଯ୍ୟ ପାଇଁ ରିକିଙ୍କୁ ମିଳିତ ଜାତିସଂଘର ଗ୍ଲୋବାଲ ହ୍ୟୁମାନିଟେରିୟମ୍‌ ଆର୍ଟିଷ୍ଟ ପାଇଁ ମନୋନୀତ କରାଯାଇଥିଲା।

Leave A Reply

Your email address will not be published.