ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପାଲେଷ୍ଟାଇନରେ ଭାରତୀୟ ରାଷ୍ଟ୍ରଦୂତଙ୍କ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ: ପାଲେଷ୍ଟାଇନର ରାମଲା ସହରସ୍ଥିତ ଭାରତୀୟ ଦୂତାବାସ ମୁଖ୍ୟାଳୟରୁ ଭାରତୀୟ ରାଷ୍ଟ୍ରଦୂତ ମୁକୁଲ ଆର୍ଯ୍ୟଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କର ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନଥିଲା ବେଳେ ଏ ସମ୍ପର୍କରେ ପାଲେଷ୍ଟାଇନ କର୍ତ୍ତୃପକ୍ଷ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ ସୂଚନା ଦେଇ ଦୁଃଖ ପ୍ରକାଶ କରିଛନ୍ତି। ମୁକୁଲଙ୍କ ପରିବାର ପ୍ରତି ସମବେଦନା ଜଣାଇ ପାଲେଷ୍ଟାଇନ ବିଦେଶ ମନ୍ତ୍ରୀ ଶୋକବାର୍ତ୍ତା ଦେଇଥିବା ବେଳେ ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ସମବେଦନା ପ୍ରକାଶ କରାଯାଇଛି। ଏହବ୍ୟତୀତ ମୁକୁଲଙ୍କ ମୃତଦେହକୁ ଭାରତ ପଠାଇବା ପାଇଁ ପାଲେଷ୍ଟାଇନ ସରକାର ସମସ୍ତ ବ୍ୟବସ୍ଥା କରିଛନ୍ତି। ମୁକୁଲ ଦିଲ୍ଲୀସ୍ଥିତ ଜେଏନୟୁରେ ଶିକ୍ଷା ସମାପ୍ତ କରି ୨୦୦୮ରେ ଭାରତୀୟ ବିଦେଶ ସେବାରେ ଯୋଗ ଦେଇଥିଲେ। ଏହାପୂର୍ବରୁ ସେ ଆଫଗାନିସ୍ତାନ ଏବଂ ରୁଷିଆରେ ଭାରତୀୟ ରାଷ୍ଟ୍ରଦୂତ କାର୍ଯ୍ୟାଳୟରେ କାର୍ଯ୍ୟ କରିଥିଲେ।

Leave A Reply

Your email address will not be published.