ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭାରତର ଦାମୀ ହୋଟେଲ୍‌, ରାତିକ ପାଇଁ ୧୮ ଲକ୍ଷ ଟଙ୍କା

ଦାମୀ ହୋଟେଲ୍‌ କହିଲେ, ତା’ର ଆସବାବପତ୍ର ତଥା ସାଜସଜ୍ଜାଠାରୁ ଆରମ୍ଭ କରି ରହଣି ଖର୍ଚ୍ଚ ଓ ସବୁ ପ୍ରକାର ଅତ୍ୟାଧୁନିକ ସୁଖ ସୁବିଧାକୁ ବୁଝାଇଥାଏ। ଏହି ଧାରାରେ ଭାରତରେ ଏମିତି ଏକ ହୋଟେଲ୍‌ ଅଛି, ଯାହା କେବଳ ଭାରତରେ ନୁହେଁ, ଏସିଆର ସବୁଠାରୁ ଦାମୀ ହୋଟେଲ୍‌ ବୋଲି କୁହାଯାଉଛି। ଏହି ହୋଟେଲ୍‌ ରାଜସ୍ଥାନର ଜୟପୁରରେ ରହିଛି ଏବଂ ଏହାର ନାମ ହେଉଛି ‘ଦ ରାଜ୍ ପ୍ୟାଲେସ୍‌’। ଏହି ହୋଟେଲ୍‌ରେ ମୋଟ ୭୮ଟି ବିଳାସପୂର୍ଣ୍ଣ କୋଠରି ଅଛି। ଏହି ସବୁ କୋଠରିଗୁଡ଼ିକର ମାର୍ବଲ୍‌ କାନ୍ଥ ବିଭିନ୍ନ ପ୍ରକାର ନିଖୁଣ ଚିତ୍ରକଳାରେ ସୁସଜ୍ଜିତ ହୋଇଛି। ଏଠାରେ ଅତିଥିମାନେ ର‌ୂପା ପଲଙ୍କରେ ଶୋଇବା ସହିତ ସୁନା ଥାଳିରେ ଖାଇଥାନ୍ତି।

ଏହାର ସ୍ନାନ ଘରେ ସୁନାର ନଳ ଲାଗିଛି। ଏହି ହୋଟେଲ୍‌ରେ ଥିବା ବିଶେଷ କୋଠରୀ ‘ଦରବାର୍‌ ସୁଇଟ୍‌’ରେ ଗୋଟିଏ ରାତି ରହିବା ପାଇଁ ୧୮ ଲକ୍ଷ ଟଙ୍କା ଦେବାକୁ ହୁଏ। ଉକ୍ତ ହୋଟେଲ୍‌ରେ ବଲିଉଡ୍‌ ବାଦଶାହ ବିଗ୍ ବି ତାଙ୍କର ଫିଲ୍ମ ‘ବୋଲ୍‌ ବଚ୍ଚନ’ର ସୁଟିଂ କରିଥÒଲେ। ଏହା ବ୍ୟତୀତ ଅକ୍ଷୟ କୁମାରଙ୍କ ଫିଲ୍ମ ‘ଭୁଲଭୁଲେୟା’ର ସୁଟିଂ ମଧ୍ୟ ଏହି ହୋଟେଲ୍‌ରେ ହୋଇଥିଲା। ଭାରତ ପାଇଁ ସବୁଠାରୁ ବଡ଼ କଥା ହେଉଛି, ୨୦୦୭ରେ ଏହି ରାଜକୀୟ ହୋଟେଲ୍‌କୁ ‘ରାଷ୍ଟ୍ରୀୟ ପର୍ଯ୍ୟଟନ ପୁରସ୍କାର’ ଶ୍ରେଣୀରେ ‘ସର୍ବଶ୍ରେଷ୍ଠ ଐତିହ୍ୟ ହୋଟେଲ୍‌’ ପୁରସ୍କାର ମିଳିଥିଲା।

Leave A Reply

Your email address will not be published.