ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଓସ୍କାରରେ ଭାରତର ଜଲୱା : ‘ଆର୍‌ଆର୍‌ଆର୍‌’ର ‘ନାଟୁ ନାଟୁ’ ଗୀତ ଓ ଶର୍ଟ ଫିଲ୍ମ ‘ଦ ଏଲିଫ୍ୟାଣ୍ଟ ହ୍ୱିସ୍‌ପର୍ସ’କୁ ମିଳିଲା ଓସ୍କାର୍‌

ନୂଆଦିଲ୍ଲୀ : ଭାରତୀୟ ଚଳଚ୍ଚିତ୍ର ଜଗତ ପାଇଁ ଆଜି ବଡ଼ ଦିନ। ଓସ୍କାର ଆୱାର୍ଡ ୨୦୨୩ରେ ଏଥର କମାଲ କରିଛି ଭାରତୀୟ ଫିଲ୍ମ। ୯୫ତମ ଓସ୍କାର ଆୱାର୍ଡରେ ଭାରତ ଇତିହାସ ରଚିବା ସହ ଦୁଇଟି ବିଭାଗରେ ଜିତିଛି ସମ୍ମାନଜନକ ଓସ୍କାର ଆୱାର୍ଡ। ଭାରତୀୟ ଚଳଚ୍ଚିତ୍ର ‘ଆର୍‌ଆର୍‌ଆର୍‌’ର ‘ନାଟୁ ନାଟୁ’ ଗୀତ ୯୫ତମ ‘ଏକାଡେମି ଆୱାର୍ଡସ୍‌’ରେ ‘ବେଷ୍ଟ୍‌ ଅରିଜିନାଲ୍‌ ସଙ୍ଗ୍‌’ ବର୍ଗରେ ‘ଓସ୍କାର୍‌’ ବିଜୟୀ ହୋଇଥିବା ବେଳେ ବେଷ୍ଟ ଡକ୍ୟୁମେଣ୍ଟ ଶର୍ଟ ଫିଲ୍ମ ଶ୍ରେଣୀରେ ପୁରସ୍କାର ହାତେଇଲା ‘ଦ ଏଲିଫ୍ୟାଣ୍ଟ ହ୍ୱିସ୍‌ପର୍ସ’। ସମସ୍ତଙ୍କ ପଛରରେ ପକାଇ ବାଜି ମାରିଲା ଏହି ଫିଲ୍ମ।

ଲସ୍ ଆଞ୍ଜେଲସରେ ଅନୁଷ୍ଠିତ ୯୫ତମ ଓସ୍କାର ଆୱାର୍ଡ ସେରିମନିରେ ନାଟୁ ନାଟୁ ଗୀତକୁ ମିଳିଲା ଷ୍ଟାଣ୍ଡିଂ ଓୱେସନ୍। ନାଟୁ ନାଟୁ ଗୀତକୁ ପୁରସ୍କାର ମିଳିବା ଘୋଷଣା ବେଳକୁ ପୁରା ଡୋଲବୀ ଥିଏଟର ଖୁସିରେ ଝୁମିଯାଇଥିଲା। ଗୀତକୁ ମ୍ୟୁଜିକରେ ସଜାଇଥିବା ନିର୍ଦ୍ଦେଶକ ଏମଏମ କିରୱାନୀ ପୁରସ୍କାର ଗ୍ରହଣ କରିଛନ୍ତି । ଏହି ସମୟରେ ଦେଇଥିବା ମଜାଦାର ସ୍ପିଚ୍ ସମସ୍ତଙ୍କୁ ହସାଇ ହସାଇ ବେଦମ କରିଛି ।

ପୁରସ୍କାର ଘେଷଣା ପୂର୍ବରୁ ରାହୁଳ ସିପ୍ଲିଗୁଞ୍ଜ୍‌ ଏବଂ କାଳ ଭୈରବ ମଧ୍ୟ ଏହି ଗୀତକୁ କିଛି ସମୟ ପୂର୍ବରୁ ‘ଓସ୍କାର୍‌’ ମଞ୍ଚରେ ପ୍ରଦର୍ଶନ କରିଥିଲେ। କିନ୍ତୁ, ରାମ ଚରଣ ଏବଂ ଜୁନିୟର୍‌ ଏନ୍‌ଟିଆର୍‌ ମଞ୍ଚ ପ୍ରଦର୍ଶନରେ ଭାଗ ନେଇ ନ ଥିଲେ। ଏହି ପ୍ରଦର୍ଶନକୁ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ଉଦ୍‌ଘୋଷଣା କରିଥିଲେ।ନିର୍ଦେଶକ ଏସ୍‌. ଏସ୍‌. ରାଜମୌଲିଙ୍କୁ ଶ୍ରେୟ ଦେଇ ସେ କହିଛନ୍ତି, ‘‘ମୁଁ ୧୦୦୦ରୁ ଅଧିକ ଗୀତ କରିଛି କିନ୍ତୁ, ସେ ସବୁ ‘ଓସ୍କାର୍‌’କୁ ଯାଇ ନ ଥିଲା। କିନ୍ତୁ, ‘ଆର୍‌ଆର୍‌ଆର୍‌’ ଚଳଚ୍ଚିତ୍ର କାରଣରୁ ଏହି ଗୀତ ‘ଓସ୍କାର୍‌’କୁ ଯାଇପାରିଲା। ତା’ ନ ହୋଇ ଥିଲେ ସେଠାକୁ ଯିବା ଥିଲା କଳ୍ପନାତୀତ।’’

ଭାରତୀୟ ଶର୍ଟ ଫିଲ୍ମ ‘ଦ ଏଲିଫ୍ୟାଣ୍ଟ ହ୍ୱିସ୍‌ପର୍ସ’କୁ ଓସ୍କାର ଆୱାର୍ଡ 

ବେଷ୍ଟ ଡକ୍ୟୁମେଣ୍ଟ ଶର୍ଟ ଫିଲ୍ମ ଶ୍ରେଣୀରେ ପୁରସ୍କାର ହାତେଇଛି ‘ଦ ଏଲିଫ୍ୟାଣ୍ଟ ହ୍ୱିସ୍‌ପର୍ସ’। ସମସ୍ତଙ୍କ ପଛରରେ ପକାଇ ବାଜି ମାରିଲା ଏହି ଫିଲ୍ମ। ଚଳିତ ବର୍ଷ ଓସ୍କାର ପାଇଁ ଭାରତର ତିନୋଟି ଫିଲ୍ମ ନମିନେଟ୍ ହୋଇଥିଲା। ଯେଉଁଥିରେ ଶର୍ଟ ଫିଲ୍ମ କ୍ୟାଟେଗୋରୀରେ ଏହି ଫିଲ୍ମ ସାମିଲ ଥିଲା। ଏହି ଫିଲ୍ମ ସହିତ ହାଓ ଆଉଟ୍, ହାଓ ଡୁ ୟୁ ମେଜର୍ ଏ ଇୟର୍‌, ଦା ମାର୍ଥା ମିଚେଲ୍ ଇଫେକ୍ଟ ଏବଂ ଷ୍ଟ୍ରେଞ୍ଜର ଆଟ୍ ଦା ଗେଟ୍ ମଧ୍ୟ ଏହି ଦୌଡରେ ସାମିଲ ହୋଇଥିଲା। ତେବେ ସମସ୍ତ ହଲିଉଡ ଫିଲ୍ମକୁ ପଛରେ ପକାଇ ଏବେ ଭାରତୀୟ ଡକ୍ୟୁମେଣ୍ଟାରୀ ଫିଲ୍ମ ‘ଦ ଏଲିଫ୍ୟାଣ୍ଟ ହ୍ୱିସ୍‌ପର୍ସ’ ପୁରସ୍କୃତ ହୋଇଛି। ଏଥିସହ ଏହା ଭାରତ ଇତିହାସରେ ଓସ୍କାର ଜିତିବାରେ ପ୍ରଥମ ଫିଲ୍ମ ପାଲଟିଛି।

‘ଦ ଏଲିଫ୍ୟାଣ୍ଟ ହ୍ୱିସ୍‌ପର୍ସ’ ଏକ ନେଟଫ୍ଲିକ୍ସ ଡକ୍ୟୁମେଣ୍ଟାରୀ, ଯାହା ଏକ ହାତୀ ଏବଂ ଏହାର ତଦାରଖକାରୀଙ୍କ ମଧ୍ୟରେ ଅବିସ୍ମରଣୀୟ ବନ୍ଧନ ଉପରେ ଆଧାରିତ। ଏହି ଫିଲ୍ମକୁ ଗୁନୀତ୍ ମୋଙ୍ଗା ନିର୍ମାଣ କରିଛନ୍ତି । ସେ ହିଁ ଏହି ପୁରସ୍କାର ଗ୍ରହଣ କରିଛନ୍ତି।କାର୍ତ୍ତିକୀ ଗୋନସଲଭେସଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୨୦୨୨ ଡିସେମ୍ବର ୮ ତାରିଖରେ ରିଲିଜ୍ ହୋଇଥିଲା। ଦକ୍ଷିଣ ଭାରତୀୟ ଦମ୍ପତି ବୋମନ ଓ ବିଲ୍ଲୀ କିପରି ଅନାଥ ଛୋଟ ହାତୀକୁ ରଖିଛନ୍ତି ଏବଂ ତାର ରକ୍ଷଣାବେକ୍ଷଣରେ ନିଜ ଜୀବନ ଅତିବାହିତ କରିଛନ୍ତି, ତା ଉପରେ ଫିଲ୍ମର କାହାଣୀ ପର୍ଯ୍ୟବେଶିତ ।

Leave A Reply

Your email address will not be published.