ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆହୁରି ବଢିବ ମହଙ୍ଗା ବୋଝ : ବୈଦେଶିକ ମୁଦ୍ରା ଭଣ୍ଡାରରେ ହ୍ରାସ ରୋକିବାରେ ଆର୍‌ବିଆଇ ବିଫଳ

ନୂଆଦିଲ୍ଲୀ : ଦେଶର ବୈଦେଶିକ ମୁଦ୍ରା ଭଣ୍ଡାରରେ କ୍ରମାଗତ ଭାବେ ହ୍ରାସ ଧାରା ଜାରି ରହିଛି। ଏହି ହ୍ରାସକୁ ରୋକିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) କରୁଥିବା ସମସ୍ତ ଉଦ୍ୟମ ବ୍ୟର୍ଥ ହୋଇଛି। କାରଣ ମେ’ ୬ ରେ ଶେଷ ହୋଇଥିବା ସପ୍ତାହରେ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାରରେ ପୁଣି ଥରେ ହ୍ରାସ ଦେଖିବାକୁ ମିଳିଛି। ବୈଦେଶିକ ମୁଦ୍ରା ଭଣ୍ଡାରରେ ୧.୭୭୪ ବିଲିୟନ ଡ଼ଲାରରୁ ୫୯୫.୯୫୪ ବିଲିୟନ ଡ଼ଲାରକୁ ଖସିଆସିଛି। ତେବେ କ୍ରମାଗତ ଭାବେ ଅଷ୍ଟମ ସପ୍ତାହ ପାଇଁ ବୈଦେଶିକ ମୁଦ୍ରା ଭଣ୍ଡାରରେ ଏହା ହେଉଛି ସବୁଠାରୁ ବଡ ହ୍ରାସ। ତେବେ ଭାଣ୍ଡାରରେ ଏହି ହ୍ରାସ ଆଗାମୀ ଦିନରେ ଦେଶରେ ମହଙ୍ଗା ବୋଝ ବଢ଼ାଇବ ବୋଲି ଅକାଳନ କରାଯାଉଛି। ତେବେ ଏହି ସମୟ ମଧ୍ୟରେ ଦେଶର ସୁନା ଭଣ୍ଡାରରେ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି।

ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ପ୍ରକାଶିତ ତଥ୍ୟରେ କୁହାଯାଇଛି ଯେ ବୈଦେଶିକ ମୁଦ୍ରା ସମ୍ପତ୍ତି(ଏଫ୍‌ସିଏ)ରେ ହ୍ରାସବୈଦେଶିକ ମୁଦ୍ରା ଭଣ୍ଡାରରେ କ୍ରମାଗତ ଭାବେ ହ୍ରାସର ମୁଖ୍ୟ କାରଣ। ଗତ ସପ୍ତାହରେ, ଏଫସିଏ ୧.୯୬୮ବିଲିୟନ ଡ଼ଲାର ହ୍ରାସ ଘଟି ୫୩୦.୮୫୫ ବିଲିୟନ ଡ଼ଲାରରେ ପହଞ୍ଚିଛି। ଗତ ସପ୍ତାହରେ ବୈଦେଶିକ ମୁଦ୍ରା ଭଣ୍ଡାର ୬୦୦ ବିଲିୟନ ଡ଼ଲାରରୁ ୫୯୭.୭୨୮ ବିଲିୟନ ଡ଼ଲାରକୁ ଖସିଆସିଥିଲା। ଏଥିରେ ୨.୬୯୫ ବିଲିୟନ ଡ଼ଲାରର ଏକ ବଡ଼ ହ୍ରାସ ହୋଇଛି। ଯଦି ଆମେ ବୈଦେଶିକ ମୁଦ୍ରା ଭଣ୍ଡାରର କ୍ରମାଗତ ହ୍ରାସର ତଥ୍ୟକୁ ଦେଖିବା, ତେବେ ବିଦେଶୀ ନିବେଶକଙ୍କ ଦ୍ବାରା ସେୟାର ବିକ୍ରି ଖୁବ୍‌ ଜୋରରେ ହେବା ଯୋଗୁ ଭାରତୀୟ ମୁଦ୍ରା ଟଙ୍କା ଚାପରେ ରହିଛି।

ଏକ ରିପୋର୍ଟ ଅନୁଯାୟୀ, ଗତ ୬ ମାସ ମଧ୍ୟରେ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାରରେ ୨୮.୫ ବିଲିୟନ ଡ଼ଲାର ହ୍ରାସ ଘଟିଛି। ଏହି ସମୟ ମଧ୍ୟରେ ଦେଶର ସୁନା ଭଣ୍ଡାର ବୃଦ୍ଧି ପାଇଛି ଏବଂ ମେ’୬ରେ ଶେଷ ହୋଇଥିବା ସପ୍ତାହରେ ଏହା ୧୩୫ ନିୟୁତ ଡ଼ଲାରକୁ ବୃଦ୍ଧି ଘଟି ୪୧୭୩୯ ବିଲିୟନ ଡ଼ଲାରରେ ପହଞ୍ଚିଛି।

ବର୍ତ୍ତମାନ ସମୟରେ ଆର୍‌ବିଆଇର ଲକ୍ଷ୍ୟ ହେଉଛି, ମୁଦ୍ରାସ୍ଫୀତିରେ ହ୍ରାସ, ଟଙ୍କାର ବିନିମୟ ମୂଲ୍ୟ ସୁଦୃଢ଼ କରିବା ଏବଂ ବୈ ଦେଶିକ ମୁଦ୍ରା ଭଣ୍ଡାରକୁ ୬୦୦0 ବିଲିୟନ ଡଲାର ଉପରେ ଅଧିକ ବଜାୟ ରଖିବା। ଏଥିପାଇଁ ଆରବିଆଇ ବର୍ତ୍ତମାନ ସମସ୍ତ ପ୍ରକାର ପ୍ରୟାସ କରୁଛି। କିନ୍ତୁ ଏହି ପ୍ରୟାସଗୁଡିକ ଏ ଯାଏ ଅସଫଳ ପ୍ରମାଣିତ ହୋଇଛି। ଫେଡେରାଲ ରିଜର୍ଭ ଦ୍ୱାରା ସୁଧ ହାରରେ ବୃଦ୍ଧି ହେତୁ ଡଲାର ଶକ୍ତିଶାଳୀ ଏବଂ ବର୍ତ୍ତମାନ ସମୟରେ ଏହା ୧୦୫ ସ୍ତରରେ ପହଞ୍ଚିଛି। ବୈଦେଶିକ ମୁଦ୍ରା ଭଣ୍ଡାର ୬୦୦ ବିଲିୟନ ଡଲାରରୁ ତଳକୁ ଖସିବା ପରେ ଏଥିରେ ସୁଧାର ଆଣିବା ଏବେ ରିଜର୍ଭ ବ୍ୟାଙ୍କ ଆଗରେ ବଡ଼ ଆହ୍ବାନ। ଏହି କାରଣରୁ ଦେଶରେ ମୁଦ୍ରାସ୍ଫୀତି ହାର ବୃଦ୍ଧି ଘଟିବା ନେଇ ଆଶଙ୍କା ମଧ୍ୟ ବଢ଼ିବାରେ ଲାଗିଛି।

Leave A Reply

Your email address will not be published.