ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସିଡିଏସ୍ ବିପିନ ରାୱତଙ୍କୁ ମରଣୋତ୍ତର ପଦ୍ମବିଭୂଷଣ

ନୂ୍ଆଦିଲ୍ଲୀ : କେନ୍ଦ୍ର ସରକାର ଚଳିତ ବର୍ଷର ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି। ସାଧାରଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ମଙ୍ଗଳବାର ସନ୍ଧ୍ୟାରେ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ମୋଟ ୪ ଜଣଙ୍କୁ ପଦ୍ମ ବିଭୂଷଣ, ୧୭ ଜଣଙ୍କୁ ପଦ୍ମ ଭୂଷଣ ଓ ୧୦୭ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯିବ । ତେବେ ଦେଶର ପ୍ରଥମ ସିଡିଏସ୍ ଦିବଙ୍ଗତ ଜେନେରାଲ୍ ବିପିନ ରାୱତଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣରେ ସମ୍ମାନିତ କରାଯିବ। ଜେନେରାଲ୍ ରାୱତ, ତାଙ୍କ ପତ୍ନୀ ଓ ବାୟୁସେନାର ଆଉ କିଛି ବରିଷ୍ଠ ଅଧିକାରୀ ନିକଟରେ ଏକ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିଲେ।


ଚଳିତ ବର୍ଷ ମୋଟ ୪ ଜଣଙ୍କୁ ପଦ୍ମ ବିଭୂଷଣ ପ୍ରଦାନ କରାଯିବ। ବିପିନ ରାୱତଙ୍କୁ ସାମାଜିକ ସେବା ପାଇଁ ପଦ୍ମ ବିଭୂଷଣରେ ସମ୍ମାନିତ କରାଯିବ। ସେହିପରି ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ କଲ୍ୟାଣ ସିଂ, ସାହିତ୍ୟ ଓ ଶିକ୍ଷା ପାଇଁ ଉତ୍ତର ପ୍ରଦେଶର ଦିବଙ୍ଗତ ରାଧେଶ୍ୟାମ ଖେମକା ଏବଂ ମହାରାଷ୍ଟ୍ରର ପ୍ରଭା ଆତ୍ରେଙ୍କୁ ମଧ୍ୟ ପଦ୍ମ ବିଭୂଷଣ ପୁରସ୍କାର ଦିଆଯିବ।

ସେହିପରି ୧୭ ଜଣଙ୍କୁ ପଦ୍ମ ଭୂଷଣରେ ସମ୍ମାନିତ କରାଯିବ। ସେଥିମଧ୍ୟରୁ ଗୁଲାମ ନବୀ ଆଜାଦ, ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ଏବଂ ପୂର୍ବତନ ସଚିବ ରାଜୀବ ମହର୍ଷିଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯିବ। ଅନ୍ୟପଟେ ଅନ୍ତର୍ଜାତୀୟ ସ୍ତରରେ ଦେଶ ପାଇଁ ସୁନାମ ଆଣିଥିବା ଦୁଇ ପ୍ରଯୁକ୍ତିବିତ ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଡେଲା ଓ ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କୁ ପଦ୍ମଭୂଷଣ ମିଳିବ। ଭାରତ ବାୟୋଟେକ୍ ଚେୟାରମ୍ୟାନ କ୍ରିଷ୍ଣା ଏଲ୍ଲା ଏବଂ ତାଙ୍କ ପତ୍ନୀ ସୁଚିତ୍ରା ଏଲ୍ଲାଙ୍କୁ ପଦ୍ମଭୂଷଣରେ ସମ୍ମାନିତ କରାଯିବ।

Leave A Reply

Your email address will not be published.