ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଉପସ୍ଥାପନ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ: ୬ରୁ ୬.୮ ପ୍ରତିଶତ ରହିପାରେ ଜିଡିପି ଅଭିବୃଦ୍ଧି ହାର

ନୂଆଦିଲ୍ଲୀ: ସଂସଦରେ ଉପସ୍ଥାପନ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଗୃହରେ ଏହି ସର୍ଭେ ରିପୋର୍ଟକୁ ଉପସ୍ଥାପନ କରିଛନ୍ତି । ପରମ୍ପରା ଅନୁସାରେ ବଜେଟ ପୂର୍ବଦିନ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ ହୋଇଥାଏ । ରିପୋର୍ଟରେ ଆଗାମୀ ଆର୍ଥକ ବର୍ଷରେ ୬ରୁ ୬.୮ ପ୍ରତିଶତ ଅଭିବୃଦ୍ଧି ଲକ୍ଷ୍ୟ ରଖାଯାଇଛି । ଦେଶ ସବୁ କ୍ଷେତ୍ରରେ ବିକାଶ କରୁଛି ବୋଲି ସର୍ଭେ ରିପୋର୍ଟରେ କୁହାଯାଇଛି । ଅର୍ଥ ବ୍ୟବସ୍ଥା ସ୍ଥିତି ମହାମାରୀର ପୂର୍ବ ସ୍ଥିତିକୁ ଫେରିଛି ।

୨୦୨୨ ଏପ୍ରିଲରୁ ନଭେମ୍ବର ମଧ୍ୟରେ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ବୃଦ୍ଧି ପାଇଛି। ୨୦୨୨ ନଭେମ୍ବର ସୁଦ୍ଧା ଖୁଚୁରା ମୁଦ୍ରାସ୍ଫୀତି ଆରବିଆଇ ଟାର୍ଗେଟ ଛୁଇଁଛି । ସହରରେ ବେରୋଜଗାର ହାର ହ୍ରାସ ପାଉଥିବା ବେଳେ ଇପିଏଫଓରେ ପଞ୍ଜିକରଣ ବୃଦ୍ଧି ହୋଇଛି। ବିଭିନ୍ନ ଆର୍ଥିକ ସଂସ୍ଥା ଦ୍ୱାରା ଋଣ ପ୍ରଦାନ ବଢ଼ିଛି। ୨୨୦ କୋଟିରୁ ଅଧିକ କୋଭିଡ୍ ଭ୍ୟାକ୍ସିନ୍ ଡୋଜ୍ ଦିଆ ଯାଇଛି। ୨୦୪୭ ସୁଦ୍ଧା ଭାରତ ଶକ୍ତି କ୍ଷେତ୍ରରେ ସ୍ୱାବଲମ୍ବୀ ହେବା ଲାଗି ରାଷ୍ଟ୍ରୀୟ ସବୁଜ ହାଇଡ୍ରୋଜନ ମିଶନରେ କାମ କରୁଛି।

Leave A Reply

Your email address will not be published.