ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଇଂଲଣ୍ଡ ବିପକ୍ଷ ଦିନିକିଆ ପାଇଁ ଘୋଷଣା ହେଲା ଭାରତୀୟ ଦଳ, ଟି-୨୦ରେ ଉନ୍ନତ ପଦର୍ଶନ ପାଇଁ ଏହି ଖେଳାଳୀଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ : ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ ପାଇଁ ଆଜି ବିସିସିଆଇ ୧୮ ଜଣିଆ ଟିମ୍‌ ଘୋଷଣା କରିଛି।  ଘୋଷିତ ଦଳରେ ତିନି ଜଣଙ୍କୁ ନୂତନ ଖେଳାଳିଙ୍କୁ ସାମିଲ କରିଛନ୍ତି । ଭାରତ ଓ ଇଂଲଣ୍ଡ ମଧ୍ୟରେ ଆସନ୍ତା ୨୩ ତାରିଖରୁ ୩ଟିକିଆ ଦିନିକିଆ ସିରିଜ୍‌ ଆରମ୍ଭ ହେବ। ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟି୨୦ରେ ଅର୍ଦ୍ଧଶତକ ହାସଲ କରିଥିବା ସୂର୍ଯ୍ୟକୁମାର ଯାଦବଙ୍କୁ ଦିନିକିଆ ଟିମରେ ସାମିଲ କରାଯାଇଛି ।

ସେହିପରି ସ୍ପିନର କୃଣାଲ ପାଣ୍ଡ୍ୟା ଓ ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣାଙ୍କୁ ମଧ୍ୟ ସ୍ଥାନ ମିଳିଛି । କୃଷ୍ଣ ବିଜୟ ହଜାରେ ଟ୍ରଫିରେ ୧୪ ଓ୍ୱିକେଟ୍ ନେଇ ଚର୍ଚ୍ଚାକୁ ଆସିଥିଲେ । ସେହିପରି କୃଣାଲ ପାଣ୍ଡ୍ୟା ବିଜୟ ହଜାରେ ଟ୍ରଫିରେ ୫ ମ୍ୟାଚ୍ ଖେଳି ୩୮୮ ରନ୍ କରିଥିଲେ ।ତେବେ ସିରିଜୁ ରବିନ୍ଦ୍ର ଜାଡେଜାଙ୍କୁ ସ୍ଥାନ ମିଳିନାହିଁ ।ସେ ଆହତ ଜନିତ କାରଣରୁ ବାଦ୍ ପଡିଛନ୍ତି ।


ଆସନ୍ତା ମାର୍ଚ୍ଚ ୨୩ ତାରିଖରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ୩ଟି ଦିନିକିଆ ସିରିଜ ଆରମ୍ଭ ହେବ । ମାର୍ଚ୍ଚ ୨୩ରେ ପ୍ରଥମ ଦିନିକିଆ ରହିଥିବାବେଳେ ୨୬ ଓ ୨୮ରେ ରହିଛି ଦ୍ବିତୀୟ ଓ ତୃତିୟ ଦିନିକିଆ ମ୍ୟାଚ । ସମସ୍ତ ଦିନିକିଆ ମ୍ୟାଚ ପୁଣେରେ ଖେଳାଯିବ।

ଦିନିକିଆ ସିରିଜ ପାଇଁ ଘୋଷିତ ହୋଇଥିବା ଭାରତୀୟ ଦଳ: ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା (ଉପଅଧିନାୟକ) ଶିଖର ଧାୱନ,ଶୁଭମାନ ଗିଲ,ଶ୍ରେୟଶ ଆୟାର,ସୂର୍ଯ୍ୟକୁମାର ଯ।ଦବ,ହାର୍ଦ୍ଦିକ ପାଣ୍ଡ୍ୟା,ଋଷଭ ପନ୍ଥ(ୱିକେଟକିପର) କେଏଲ ରାହୁଲ(ୱିକେଟକିପର),ଯୁଜବେନ୍ଦ୍ର ଚହଲ,କୃଣାଲ ପାଣ୍ଡ୍ୟା,ୱାସିଂଟନ ସୁନ୍ଦର,ଟି ନଟରାଜନ,ଭୁବନେଶ୍ବର କୁମାର,ମହମ୍ମଦ ସିରାଜ,ପ୍ରସିଦ୍ଧ କ୍ରିଷ୍ଣା, ସାର୍ଦୁଳ ଠାକୁର ।

Leave A Reply

Your email address will not be published.