ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ୟଗୋଷ୍ଠୀ କ୍ରୀଡା : ସେମିଫାଇନାଲକୁ କ୍ୱାଲିଫାଏ କରିବାରୁ ବଞ୍ଚିତ ହେଲେ ଦୂତୀ

ଭୁବନେଶ୍ବର : ବର୍ମିଂହାମରେ ଅନୁଷ୍ଠିତ ହେଉଥିବା ୨୨ତମ ରାଜ୍ୟଗୋଷ୍ଠୀ କ୍ରୀଡା ଆଜି ପଞ୍ଚମ ଦିନରେ ପହଞ୍ଚିଛି । ଆଜି ରାଜ୍ୟଗୋଷ୍ଠୀ କ୍ରୀଡା ଇଭେଣ୍ଟରେ ଟ୍ରାକ ଆଣ୍ଡ ଫିଲ୍ଡ ଲଢେଇ ଆରମ୍ଭ ହୋଇଛି । ଆଜି ପଞ୍ଚମ ଦିନରେ ଟ୍ରାକକୁ ଓହ୍ଲାଇଥିଲେ ଓଡିଆ ଝିଅ ତଥା ଧାବିକା ଦୂତୀ ଚାନ୍ଦ। ୧୦୦ ମିଟର ହିଟରେ ଦୂତୀ ଭଲପ୍ରଦର୍ଶନ କରିବା ନେଇ ସମଗ୍ର ଓଡିଶା ଓ ଭାରତବାସୀ ଆଶାବାଦୀ ଥିଲେ। କିନ୍ତୁ ଦୂତୀ ଚାନ୍ଦ ସେମିଫାଇନାଲ ପାଇଁ ଯୋଗ୍ୟତା ହାସଲ କରିପାରିଲେନି। ୧୦୦ ମିଟର ରେସ୍ ପଞ୍ଚମ ହିଟ୍ସରେ ଚତୁର୍ଥ ସ୍ଥାନରେ ରହିଛନ୍ତି ଧାବିକା ଦୂତୀ ଚାନ୍ଦ। 100 ମିଟରକୁ 11.55 ସେକେଣ୍ଡରେ ସମାପ୍ତ କରିବା ସହ ନିଜ ହିଟରେ ଚତୃର୍ଥ ସ୍ଥାନରେ ରହିଲେ ଦୂତୀ।

ସୂଚନାଯୋଗ୍ୟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ 100 ମିଟର ହିଟରେ ଭାରତୀୟ ଧାବିକା ଧାନଲଷ୍ମୀ ଭାରତ ପାଇଁ ଅଂଶଗ୍ରହଣ କରିଥାନ୍ତେ, ତେବେ ସେ ଡୋପ ଟେଷ୍ଟରେ ଧରା ପଡିବା ପରେ ଦୂତୀ ଚାନ୍ଦଙ୍କୁ ଏହି ସୁଯୋଗ ମିଳିଥିଲା। ବିଶ୍ବ ମାନ୍ୟତା ଅନୁଯାୟୀ ଦୂତୀ ଉଭୟ ୧୦୦ ଓ ୨୦୦ ମିଟର ଦୌଡ ଇଭେଣ୍ଟକୁ ଯୋଗ୍ୟତା ଅର୍ଜନ କରିଛନ୍ତି । ତେବେ ଆଜି ଦୂତୀଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଥିଲା କିନ୍ତୁ ଏଥିରୁ ବଞ୍ଚିତ ହେବା ପରେ 6 ଅଗଷ୍ଟରେ  ଦୂତୀଚାନ୍ଦ 4×100 ମିଟର ରିଲେ ଉପରେ ନଜର ରହିଛି। 6 ଅଗଷ୍ଟରେ  ଦୂତୀଚାନ୍ଦଙ୍କ ସହ ଶ୍ରାବଣୀ ମଧ୍ୟ 4×100 ମିଟର ରିଲେ ଦୌଡ଼ିବେ।

ସୂଚନା ଅନୁସାରେ ରାଜ୍ୟଗୋଷ୍ଠୀ କ୍ରୀଡାରେ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତୀୟ କ୍ରୀଡାବିତ ମାନଙ୍କର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଏପର୍ଯ୍ୟନ୍ତ ଭାରତକୁ ୯ଟି ପଦକ ମିଳିସାରିଛି । ସେଥିମଧ୍ୟରୁ ୩ଟି ସ୍ବର୍ଣ୍ଣ ପଦକ ହାସଲ କରିଛି ଭାରତ ।

Leave A Reply

Your email address will not be published.