ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବାରବାଟୀ ଟି-୨୦: ଭୁବନେଶ୍ବରରେ ଭାରତ-ଦକ୍ଷିଣ ଆଫ୍ରିକା ଖେଳାଳି

ଭୁବନେଶ୍ବର: ପ୍ରତୀକ୍ଷାର ଅନ୍ତ ଘଟିଛି। ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି ଖେଳାଳି । ଖେଳାଲିଙ୍କ ପାଇଁ ସୁରକ୍ଷା ବ୍ଯବସ୍ଥା କଡ଼ାକଡ଼ି କରାଯାଇଛି। ବିମାନ ବନ୍ଦରରେ ପାରମ୍ପାରିକ ବାଜା ଓ ନୃତ୍ଯରେ ଖେଳାଳୀଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ବିମାନ ବନ୍ଦରରୁ ମେ ଫେୟାରକୁ  ସ୍ୱତନ୍ତ୍ର ବସରେ ବସି ହୋଟେଲ ଯାଇଥିଲେ ଖେଳାଳି। ଏହି ରୁଟର ସମସ୍ତ ସୁରକ୍ଷା ବ୍ଯବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ହୋଟେଲରେ ପହଞ୍ଚିବା ପରେ ୨ଟିମର ଖେଳାଳୀଙ୍କୁ ଫୁଲ,ଚ ନ୍ଦନ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ସୂଚନା ଅନୁଯାୟୀ, ୧୨ ତାରିଖରେ ଐତିହାସିକ ବାରବାଟୀ ଷ୍ଟାଡିୟମରେ ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍‍। ବାରବାଟୀରେ ଏହା ହେବ ୩ୟ ଅନ୍ତର୍ଜାତୀୟ ଟି-୨୦ । ସେହିଭଳି ବାରବାଟୀରେ ୨୧ଟି ଏକଦିବସୀୟ ମ୍ୟାଚ୍‍ ଖେଳାଯାଇଛି। ମୋଟ୍‍ ଉପରେ ୨୩ ଗୋଟି ସୀମିତ ଓଭର ମ୍ୟାଚ୍‍ ଆୟୋଜନ ଏଠାରେ ହୋଇସାରିଛି।

Leave A Reply

Your email address will not be published.