ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କୋହଲିଙ୍କ ଆଉ ଏକ ରେକର୍ଡ, ପ୍ରଥମ ଏସିଆନ ଭାବେ କଲେ ଏହି କୀର୍ତ୍ତିମାନ

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ବଢୁଛି ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲିଙ୍କ କ୍ରେଜ । କ୍ରିକେଟର ସମସ୍ତ ଫର୍ମାଟରେ ଚତ୍ମକାର ପ୍ରଦର୍ଶନ କରିଥିବା ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଜଲୱା ସୋସିଆଲ ମିଡିଆରେ ମଧ୍ୟ ଦେଖିବାକୁ ମିଳୁଛି । ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି ଏବେ ନିଜର ସୋସିଆଲ୍ ମିଡିଆ ଆକାଉଣ୍ଟ ଜରିଆରେ ବି ଏକ ରେକର୍ଡ ଅର୍ଜନ କରିଛନ୍ତି ।ନିକଟରେ କୋହଲିଙ୍କ ଇନଷ୍ଟାଗ୍ରାମ ଫଲୋଅର୍ସ ସଂଖ୍ୟା ୧୫୦ ମିଲିୟନ ପାର୍ କରିଛି । ଏହି ଉପଲବ୍ଧି ହାସଲ କରିବାରେ ପ୍ରଥମ ଭାରତୀୟ ଏବଂ ବିଶ୍ବର ପ୍ରଥମ କ୍ରିକେଟର ହେଉଛନ୍ତି ବିରାଟ ।

କେବଳ ପ୍ରଥମ କ୍ରିକେଟର ଭାବେ ନୁହେଁ, କୋହଲି ପ୍ରଥମ ଏସୀୟ ବ୍ୟକ୍ତି ଭାବେ ଇନଷ୍ଟାଗ୍ରାମରେ ତାଙ୍କର ଫଲୋୟର ସଂଖ୍ୟା ୧୫୦ ମିଲିୟନ୍ ପାର୍ କରିଛି । କ୍ରିକେଟ ଜଗତର ରନ ମେସିନ ଭାବରେ ପରିଚିତ ବିରାଟ କୋହଲି ବର୍ତ୍ତମାନ ଇଂଲଣ୍ଡ ଗସ୍ତରରେ ରହିଛନ୍ତି । ସେଠାରେ ସେ ଇଂଲଣ୍ଡ ସହ ସେ ୫ଟି ଟିକିଆ ଟେଷ୍ଟ ସିରିଜ ଖେଳୁଛନ୍ତି । ଗୋଟିଏ ପଟେ ସେ ଶତକ ହାସଲ କରି ପାରୁନଥିବାରୁ ଟ୍ରୋଲ ହେଉଥିବା ଗୋଟିଏ ପଟେ ଇନଷ୍ଟାଗ୍ରାମରେ ଫଲୋୟର୍ସ ସଂଖ୍ୟା ବଢ଼ି ୧୫୦ ମିଲିୟନ ଛୁଇଁଛି । ରିପୋର୍ଟ ମୁତାବକ ଏହି ଷ୍ଟାର କ୍ରିକେଟ ଇନଷ୍ଟାଗ୍ରାରେ ଗୋଟିଏ ସ୍ପନ୍ସର ପୋଷ୍ଟ କରିବା ପାଇଁ ୫ କୋଟି ଟଙ୍କା ନିଅନ୍ତି । ଏହା କୌଣସି ଭାରତୀୟ ସେଲିବ୍ରିଟିଙ୍କଠାରୁ ସର୍ବାଧିକ । ତାଙ୍କ ଉପରେ ବ୍ରାଜିଲିଆଲ ଫୁଟବଲ ଷ୍ଟାର ରହିଛନ୍ତି, ଯିଏ ଗୋଟିଏ ସ୍ପୋନ୍ସର ପୋଷ୍ଟ କରିବା ପାଇଁ ୬ କୋଟି ଟଙ୍କା ନିଅନ୍ତି ।

କ୍ରୀଡ଼ାବିତଙ୍କ କଥା କହିଲେ ଇନଷ୍ଟାଗ୍ରାମରେ ଫୁଟବଲ ଷ୍ଟାର ରୋନାଲ୍ଡୋଙ୍କ ସର୍ବାଧିକ ଫଲୋୟର୍ସ ରହିଛନ୍ତି । ଏହି ସୋସିଆଲ ମିଡିଆ ସାଇଟରେ ରୋନାଲ୍ଡୋଙ୍କର ୩୩୭ ମିଲିୟନ ଫଲୋୟର୍ସ ରହିଛନ୍ତି । ତାଙ୍କ ପଛକୁ ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସୀ ରହିଛନ୍ତି । ତାଙ୍କର ୨୬୦ ମିଲିୟନ ଫଲୋୟର୍ସ ରହିଛନ୍ତି । ଏହାପରେ ନାମ ଆସିବ ବ୍ରାଜିଆଲନ ଫୁଟବଲ ଷ୍ଟାର ନେମାନଙ୍କ । ଇନଷ୍ଟାଗ୍ରାମରେ ତାଙ୍କର ୧୬୦ ମିଲିୟନ ଫଲୋୟର୍ସ ରହିଛନ୍ତି ।

Leave A Reply

Your email address will not be published.