ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରେଳ ଷ୍ଟେସନରେ ଛେପ ପକାଇଲେ ଓ ମାସ୍କ ନ ପିନ୍ଧିଥିଲେ ୫୦୦ ଟଙ୍କା ଜରିମାନା

ନୂଆଦିଲ୍ଲୀ: ରେଳ ଷ୍ଟେସନ ଏବଂ ଟ୍ରେନ ଭିତରେ ମାସ୍କ  ନ ପିନ୍ଧିଲେ ୫୦୦ ଟଙ୍କା ଜରିମାନା‌ ଦେବାକୁ ପଡ଼ିବ। ଏ ନେଇ ଭାରତୀୟ ରେଳବାଇ ପକ୍ଷରୁ କୁହାଯାଇଛି। ଏଥିସହ ଯାତ୍ରୀ କିମ୍ବା ଅନ୍ୟ କର୍ମଚାରୀଙ୍କ ଦ୍ୱାରା ଛେପ ପକାଇବାକୁ ମଧ୍ୟ ବାରଣ କରିଛି। ଯେଉଁମାନେ ଛେପ ପକାଇବେ ଏବଂ ସଠିକ୍‌ ଭାବେ ମାସ୍କ ପିନ୍ଧି ନ ଥିବେ ସେମାନଙ୍କୁ ୫୦୦ ଟଙ୍କା ଜରିମାନା ଦେବାକୁ ପଡିବ ବୋଲି ରେଳବାଇ କହିଛି।

ସୂଚନା ଅନୁଯାୟୀ ଫେସମାସ୍କ ବ୍ୟତୀତ, ଅନ୍ୟ କୋଭିଡ୍‌ ପ୍ରୋଟୋକଲଗୁଡ଼ିକ ଅନୁସାରେ ସାମାଜିକ ଦୂରତା ବଜାୟ ରଖିବା, ଷ୍ଟେସନର ପ୍ରବେଶ ଏବଂ ପ୍ରସ୍ଥାନ ସମୟରେ ଥର୍ମାଲ୍‌ ସ୍କ୍ରିନିଂ ଓ ଯାତ୍ରୀମାନଙ୍କୁ ସେମାନଙ୍କ ହାତକୁ ସାନିଟାଇଜ କରିବାକୁ ମଧ୍ୟ କୁହାଯାଇଛି।

Leave A Reply

Your email address will not be published.