ରେଳବାଇ ପକ୍ଷରୁ ନୂଆ ସେବା ଆରମ୍ଭ: ଏଣିକି ଯାତ୍ରୀମାନେ ହ୍ବାଟ୍ସଆପ ଜରିଆରେ ଅର୍ଡର କରିପାରିବେ ଖାଦ୍ୟ, ଜାରି ହେଲା ନମ୍ବର…

ନୂଆଦିଲ୍ଲୀ: ଭାରତୀୟ ରେଳ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଖୁସି ଖବର ଆସିଛି। ବର୍ତ୍ତମାନ ଯାତ୍ରୀମାନେ ସେମାନଙ୍କର PNR ନମ୍ବର ବ୍ୟବହାର କରି ଯାତ୍ରା ସମୟରେ ହ୍ବାଟ୍ସଆପ୍ ମାଧ୍ୟମରେ ଖାଦ୍ୟ ଅର୍ଡର କରିପାରିବେ। ରେଳ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ, ରେଳବାଇ ଏହାର ଇ-କ୍ୟାଟରିଂ ସେବାକୁ ଅଧିକ ଗ୍ରାହକ-କେନ୍ଦ୍ରିକ କରିବା ଦିଗରେ ଏହି ପଦକ୍ଷେପ ନେଇଛି। ଏହା ମାଧ୍ୟମରେ ଭାରତୀୟ ରେଳବାଇ ନିକଟରେ ରେଳ ଯାତ୍ରୀମାନଙ୍କୁ ଇ-କ୍ୟାଟରିଂ ସେବା ମାଧ୍ୟମରେ ଖାଦ୍ୟ ଅର୍ଡର କରିବା ପାଇଁ ହ୍ବାଟ୍ସଆପ୍ ବ୍ୟବହାର କରିବାକୁ ଏକ ବିକଳ୍ପ ଦେଇଛି। ଏଥିପାଇଁ ଭାରତୀୟ ରେଳବାଇ ପକ୍ଷରୁ ହ୍ବାଟ୍ସଆପ୍ ନମ୍ବର ଜାରି କରିଯାଇଛି। ଜାରି କରାଯାଇଥିବା ନମ୍ବରିଟି ହେଉଛି। +୯୧ – ୮୭୫୦୦୦୧୩୨୩।
ପ୍ରାରମ୍ଭିକ ପର୍ଯ୍ଯାୟରେ ଏହି ଇ-କ୍ୟାଟରିଂ ସେବା ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟକାରି ହେବା ପାଇଁ ଯୋଜନା କରାଯାଇଥିଲା । ପ୍ରଥମ ପର୍ଯ୍ଯାୟରେ www.ecatering.irctc.co.in ରେ ଟିକେଟ ବୁକିଂ କରିଥିବା ଯାତ୍ରୀଙ୍କୁ ଏକ ମେସେଜ ପଠାଯିବ । ଏହି ବିକଳ୍ପ ଜିରଆରେ ଯାତ୍ରୀମାନେ ଆଇଆରସିଟିସି ଇ- କ୍ୟାଟରିଂ ୱେବସାଇଟ ମଧ୍ଯମରେ ସେମାନଙ୍କର ପସନ୍ଦର ଖାଦ୍ୟା ଅର୍ଡର କରିପାରିବେ।
ଏହରା ୨ୟ ପର୍ଯ୍ଯାୟ ବର୍ତ୍ତମାନ ହ୍ବାଟ୍ସଆପ୍ ଜରିଆରେ ଗ୍ରାହକମାନେ ଖାଇବା ବୁକ କରିପାରିବେ। ପ୍ରଥମ ପର୍ଯ୍ଯାୟରେ କିଛି ଟ୍ରେନରେ ଏହା ଉପଲବ୍ଧ ହୋଇଛି। ଗ୍ରାହକଙ୍କ ମତାମତ ଏବଂ ପରାମର୍ଶ ଉପରେ ଆଧାର କରି ସିଲେକ୍ଟିଭ ଟ୍ରେନରେ ଇ-କ୍ୟାଟରିଂ ସେବାକୁ ହ୍ବାଟ୍ସଆପ ଜରିଆରୋ ଯୋଡାଯାଇଛି। ପରେ ଏହାକୁ ବିଭିନ୍ନ ଟ୍ରେନରେ ଅନ୍ତର୍ଭୁକତ୍ କରାଯିବ।