ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭାରତ ନିର୍ମିତ କଫ୍ ସିରପ ପିଇ ଗାମ୍ୱିଆରେ ୬୬ ଶିଶୁଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଥଣ୍ତା, ଜ୍ୱର ଓ କଫ ପାଇଁ ହରିୟାଣାରେ ମେଡେନ ଫାର୍ମାସ୍ୟୁଟିକାଲ ତରଫରୁ ପ୍ରସ୍ତୁତ ୪ଟି କଫ୍ ସିରପ ବ୍ୟବହାର ନ କରିବାକୁ ସତର୍କ କରାଇଲା ହୁ’। ଏହି ସିରପ ପିଇ ଗାମ୍ୱିଆରେ ୬୬ ଶିଶୁଙ୍କ ମୃତ୍ୟୁ ପରେ ଭାରତ ସମେତ ସବୁ ଦେଶକୁ ସତର୍କତା ଜାରି କରିଛି ହୁ’ । ଲ୍ୟାବରାଟୋରୀରେ ଏହି ସିରପ ପରୀକ୍ଷା ପରେ ଆବଶ୍ୟକତାଠାରୁ ଅଧିକ ପରିମାଣର ଆଲକୋହଲ ମାତ୍ରା ଥିବା ସ୍ପଷ୍ଟ ହୋଇଛି । ଏହା କିଡନୀକୁ ପ୍ରଭାବିତ କରୁଛି ଓ ବ୍ୟବହାର ନ କରିବାକୁ ଆଡଭାଇଜରି ଜାରି କରିଛି ହୁ’ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଭାରତୀୟ ଓଷଧ ନିର୍ମାତା ଓ ଡ୍ରଗ୍ସ ନିୟାମକ ସହ ମିଶି ମିଳିତ ଭାବେ  ତଦନ୍ତ କରାଯାଉଛି ।

ଅନ୍ୟପଟେ ପ୍ରାଥମିକ ତଦନ୍ତ ଅନୁସାରେ, ସଂପୃକ୍ତ କମ୍ପାନୀ ଷ୍ଟେଟ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ଠାରୁ ଅନୁମତି ନେଇ ଔଷଧ ନିର୍ମାଣ କରିଛି । ତେବେ ସେହି କଫ୍‌ ସିରପ୍‌ କେବଳ ଗାମ୍ବିଆକୁ ରପ୍ତାନୀ କରାଯାଇଛି ।

Leave A Reply

Your email address will not be published.