ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଚାନ୍ଦିପୁରରୁ ଭାରତୀୟ ନୌସେନାର ଆଣ୍ଟିସିପ୍ ମିଜାଇଲର ସଫଳ ପରୀକ୍ଷଣ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ସ୍ବଦେଶୀ ଜ୍ଞାନକୌଶଳରେ ବିକଶିତ ଜାହାଜ ବିଧ୍ବଂସୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି ଭାରତୀୟ ନୌସେନା । ବାଲେଶ୍ବର ସ୍ଥିତ ଇଣ୍ଟରିମ ଟେଷ୍ଟ ରେଞ୍ଜରୁ ଆଜି ଭାରତୀୟ ନୌସେନାର ସିକିଙ୍ଗ୍ ୪୨ବି ହେଲିକପ୍ଟରରୁ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଛି । ଏହି କ୍ଷେପଣାସ୍ତ୍ରକୁ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ନିର୍ମାଣ କରାଯାଇଛି । ଏହି ପରୀକ୍ଷଣ ବେଳେ ନୌସେନାର ବରିଷ୍ଠ ଅଧିକାରୀ ଓ ଡିଆରଡିଓର ବୈଜ୍ଞାନିକମାନେ ଉପସ୍ଥିତ ଥିଲେ ।


ଏହା ଭାରତୀୟ ନୌସେନା ପାଇଁ ବିକଶିତ ହୋଇଥିବା ପ୍ରଥମ ସ୍ୱଦେଶୀ ଜାହାଜ ବିଧ୍ୱଂସୀ ମିସାଇଲ ସିଷ୍ଟମ ।ଆକାଶରେ ଏକ ହେଲିକପ୍ଟରରୁ ଆଣ୍ଟି ସିପ୍ ମିଶାଇଲ( ଜାହାଜ ବିଧ୍ଵଂସକାରୀ କ୍ଷେପଣାସ୍ତ୍ର)କୁ ବଙ୍ଗୋପସାଗରର ଥିବା ଏକ ଟାର୍ଗେଟକୁ ନିକ୍ଷେପ କରାଯାଇଥିଲା ।  ମିସାଇଲ ପ୍ରଥମରୁ ନିଜ ମାର୍ଗରେ ଆଗକୁ ବଢ଼ିବା ସହିତ ସମ୍ପୂର୍ଣ୍ଣ ସଠିକ୍‌ତାର ସହ ଲକ୍ଷସ୍ଥଳରେ ପହଞ୍ଚିଥିଲା। ଏହି ପରୀକ୍ଷଣ ସଫଳ ହୋଇଛି। ଭାରତୀୟ ସ୍ଵଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହା ହେଉଛି ପ୍ରଥମ ଆଣ୍ଟି ସିପ୍ ମିଶାଇଲ ( ଜାହାଜ ବିଧ୍ଵଂସକାରୀ କ୍ଷେପଣାସ୍ତ୍ର)। ପରୀକ୍ଷଣକୁ ସମ୍ପୂର୍ଣ୍ଣ ସନ୍ତୋଷଜନକ ବୋଲି କହିଛି ଡିଆରଡିଓ । ଏହି ପରୀକ୍ଷଣର ଏକ ଭିଡିଓ ମଧ୍ୟ ଟ୍ୱିଟର ମାଧ୍ୟମରେ ନୌସେନା ପକ୍ଷରୁ ଜାରି କରାଯାଇଛି।

ନୌସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏହି ସ୍ଵତନ୍ତ୍ର ମିଶାଇଲ ପ୍ରଦୌଗିକିରେ ଆତ୍ମନିର୍ଭରତା ଦିଗରେ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ। ଗତମାସ ଆଣ୍ଡମାନ ଏବଂ ନିକୋବର କମାଣ୍ଡ ଦ୍ଵାରା ମିଳିତ ଭାବେ ବ୍ରହ୍ମୋସ ସୁପରସୋନିକ କ୍ରିଜ ମିଶାଇଲର ଜାହାଜ ବିଧ୍ଵଂସକାରୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଥିଲା। ଏହାର ଗୋଟିଏ ମାସ ପରେ ନୂତନ ମିଶାଇଲର ସଫଳ ପରୀକ୍ଷଣ କରାଯାଇଛି।


ଚଳିତ ୟୁକ୍ରେନ ଯୁଦ୍ଧରେ ଜାହାଜ ବିଧ୍ବଂସୀ କ୍ଷେପଣାସ୍ତ୍ରର ଭୂମିକା ଗୁରୁତ୍ବପୂର୍ଣ୍ଣ ପ୍ରମାଣିତ ହୋଇଛି । ୟୁକ୍ରେନ ପକ୍ଷରୁ ଏହି ଧରଣର କ୍ଷେପଣାସ୍ତ୍ର ପ୍ରୟୋଗ କରି ରୁଷର ଶକ୍ତିଶାଳୀ ବିମାନବାହୀ ପୋତକୁ ଧ୍ବଂସ କରିଦିଆଯାଇଛି ।ଭାରତ ମହାସାଗରୀୟ ଅଂଚଳରେ ଚୀନର ପ୍ରଭାବ ବଢୁଥିବାରୁ ଏଅଂଚଳରେ ଭାରତୀୟ ନୌସେନା ନିଜର ଶକ୍ତି ବୃଦ୍ଧି କରିବାକୁ ପଦକ୍ଷେପ ନେଉଛି । ବିଶେଷକରି ସ୍ବଦେଶୀ ଜ୍ଞାନକୌଶଳରେ ନୂଆ ନୂଆ ଅସ୍ତ୍ରଶସ୍ତ୍ର ଓ ଯୁଦ୍ଧ ଉପକରଣ ବିକଶିତ କରି ନୌସେନାରେ ସାମିଲ କରାଯାଉଛି। ଭାରତୀୟ ନୌସେନା ବିଶେଷଭାବେ ହିନ୍ଦ ମହାସାଗର ଅଞ୍ଚଳରେ ଭାରତର ସମୁଦ୍ରତଟକୁ ପ୍ରଭାବି ଢଙ୍ଗରେ ସୁରକ୍ଷିତ କରିବା ପାଇଁ ସମଗ୍ର ଯୁଦ୍ଧ କ୍ଷମତାକୁ ଲଗାତାର ବୃଦ୍ଧି କରିବାରେ ଲାଗିଛି । ଏହି ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆରଡିଓ, ଭାରତୀୟ ନୌସେନା ଏବଂ ଏଥିରେ ଜଡ଼ିତ ପୂରା ଟିମ୍‌କୁ ଅଭିନନ୍ଦନ ଜଣାଇଥିଲେ। ସେହିପରି ଏହି ସଫଳତା ନେଇ ଡିଆରଡିଓ ଏବଂ ଭାରତୀୟ ନୌସେନାକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Leave A Reply

Your email address will not be published.