ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଟୋକିଓ ଅଲିମ୍ପିକ୍ସ: ଦୀର୍ଘ ୪୧ ବର୍ଷ ପରେ ପୁରୁଷ ହକିରେ ଭାରତକୁ ଐତିହାସିକ ବ୍ରୋଞ୍ଜ ପଦକ

ଟୋକିଓ: ପୁରୁଷ ହକିରେ ଭାରତକୁ ଐତିହାସିକ ବ୍ରୋଞ୍ଜ ପଦକ । ଜର୍ମାନୀକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଭାରତ । ଦୀର୍ଘ ୪୧ ବର୍ଷ ପରେ ଭାରତ ହକିରେ ପଦକ ଜିତିଛି । ଜର୍ମାନୀକୁ ୫-୪ ଗୋଲରେ ହରାଇ ବ୍ରୋଞ୍ଜ ପଦକ ହାସଲ କରିଛି ଭାରତ। ଭାରତବାସୀ ଏହି ଐତିହାସିକ ବିଜୟକୁ ପାଳନ କରୁଛନ୍ତି।

ଭାରତ ପକ୍ଷରୁ ଆଜି ସିମରନଜୀତ୍ ସିଂହ ଦୁଇଟି ଗୋଲ କରିଥିବା ବେଳେ ରୁପିନ୍ଦର ପଲ୍‌, ହରମନପ୍ରୀତ୍ ସିଂହ ଓ ହାର୍ଦ୍ଦିକ ସିଂହ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ଖରାପ ଆରମ୍ଭ କରିଥିଲା, କିନ୍ତୁ ତା’ପରେ କ୍ରମାଗତ ଗୋଲ୍ ସ୍କୋର କରି ଏହା ପ୍ରତ୍ୟାବର୍ତ୍ତନ କରିଥିଲା।

ଦ୍ୱିତୀୟ କ୍ୱାର୍ଟର ପ୍ରାରମ୍ଭରେ ଜର୍ମାନୀ ଉପରେ ଏକ ଗୋଲ୍ ଦେଇଥିଲା ଭାରତ। ସିମରନଜୀନ ସିଂହ ଏହି ଗୋଲ୍‌ଟି ଦେଇଥିଲେ। ଆଉ ଏହା ସହିତ ଦୁଇ ଦଳ ବରାବର ସ୍ଥିତିରେ ପହଞ୍ଚି ଯାଇଥିଲେ। କିନ୍ତୁ ଏହା ପରେ ଜର୍ମାନୀ ଦୁଇଟି ଗୋଲ ଦେଇଥିଲା ଏବଂ ୩-୧ରେ ଆଗୁଆ ରହିଥିଲା। ତେବେ ଦ୍ୱିତୀୟ କ୍ୱାର୍ଟର ଶେଷ ବେଳକୁ ଭାରତ ଆଉ ଦୁଇ ଗୋଲ୍‌ ଦେବାରେ ସଫଳ ହୋଇଥିଲା। ଆଉ ଦ୍ୱିତୀୟ କ୍ୱାର୍ଟର ଶେଷ ସୁଦ୍ଧା ଦୁଇ ଦଳ ୩-୩ରେ ରହିଥିଲେ। ଦ୍ୱିତୀୟ କ୍ୱାର୍ଟରରେ ଭାରତ ପକ୍ଷରୁ ହାର୍ଦ୍ଦିକ ସିଂହ ଓ ହରମନପ୍ରୀତ୍ ସିଂହ ଗୋଟିଏ ଲେଖାଏଁ ଗୋଲ୍ କରିଥିଲେ।

Leave A Reply

Your email address will not be published.