ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭାରତୀୟ ଜିମ୍ନାଷ୍ଟ ଦୀପା କର୍ମାକର ୨୧ ମାସ ପାଇଁ ବାସନ୍ଦ, କୌଣସି ପ୍ରତିଯୋଗିତାରେ ଭାଗ ନେଇ ପାରିବେ ନାହିଁ ଦୀପା

ନୂଆଦିଲ୍ଲୀ: ଭାରତୀୟ ଜିମ୍ନାଷ୍ଟ ଦୀପା କର୍ମାକରଙ୍କ ଉପରେ ୨୧ ମାସର ବ୍ୟାନ । ଦୀପା ନିଷିଦ୍ଧ ନିଶା ସେବନ ପ୍ରମାଣିତ ହେବା ପରେ ଇଂଟରନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଆଇଟିଏ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଫଳରେ ୨୧ ମାସ ପର୍ଯ୍ୟନ୍ତ ଦୀପା କୌଣସି ପ୍ରତିଯୋଗିତାରେ ଭାଗ ନେଇ ପାରିବେ ନାହିଁ । ୧୧ ଅକ୍ଟୋବର ୨୦୨୧ରେ ହୋଇଥିବା ଆଣ୍ଟି ଡୋପିଂ ଟେଷ୍ଟରେ ଦୀପାଙ୍କୁ ବାସନ୍ଦ କରାଯାଇଛି । ୧୦ ଜୁଲାଇ ୨୦୨୩ ଯାଏ ତାଙ୍କ ଉପରେ କଟକଣା ଜାରି ରହିବ । ରିଓ ଅଲିମ୍ପିକ୍ସରେ ଚମତ୍କାର ପ୍ରଦର୍ଶନ କରିଥିବା ଦୀପାଙ୍କ ଉପରେ ଡୋପିଂକୁ ନେଇ ଏହି କଟକଣା ଲଗାଇଛି ଆଇଟିଏ ।

ମିିଳିଥିବା ସୂଚନା ଅନୁସାରେ ‘ହିଜେନାମିନ’ ନାମକ ନିଷିଦ୍ଧ ନିଶାର ସେବନ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ୨୦୨୧ରେ ‘ହିଜେନାମିନ’କୁ ନିଷିଦ୍ଧ କରାଯାଇଥିଲା ।

ତ୍ରିପୁରାର ଦୀପା କର୍ମକାର ଭାରତର ଶ୍ରେଷ୍ଠ ଜିମ୍ନାଷ୍ଟମାନଙ୍କ ମଧ୍ୟରୁ ଅନ୍ୟତମ। ସେ ୨୦୧୬ ରି‌ଓ ଅଲିମ୍ପିକ୍ସରେ ୪ର୍ଥ ସ୍ଥାନରେ ଥିଲେ। ଦୀପା ଭାରତର ପ୍ରଥମ ମହିଳା ଜିମ୍ନାଷ୍ଟ ଯିଏ ତାଙ୍କ ଡେବ୍ୟୁ ପ୍ରତିଯୋଗିତା ୨୦୧୬ ସମର୍‌ ଅଲିମ୍ପିକ୍ସ ଫାଇନାଲରେ ପହଞ୍ଚିଥିଲେ । ଟପ୍ ଜିମ୍ନାଷ୍ଟଙ୍କୁ କମ୍ପିଟ୍ କରି କଷ୍ଟ ମୁଭମେଣ୍ଟ ପାଇଁ ଖୁବ ଚର୍ଚ୍ଚାରେ ଥିଲେ ଦୀପା । ୨୦୧୪ କମନୱେଲ୍ଥ ଗେମ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ ।

Leave A Reply

Your email address will not be published.