ଭାରତୀୟ ସଟ୍ଟା ବଜାର, ପ୍ରତିରକ୍ଷା ବଜେଟ୍‌ଠାରୁ ବି ବଡ଼ !

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ଶେଷ ହେବା ସହ ଦେଶର ସଟ୍ଟା ବଜାରରେ ୫ ଲକ୍ଷ କୋଟି ଟଙ୍କା ବିନିଯୋଗ ହୋଇସାରିଲାଣି। ଭାରତୀୟ ସଟ୍ଟା ବଜାରର ଆକାରକୁ ଦେଖିଲେ ଏହା ଦେଶର ପ୍ରତିରକ୍ଷା ବଜେଟ୍‌ଠାରୁ ଢ଼େର ଅଧିକ ବୋଲି ଜଣାପଡିବ। କାରଣ ଦେଶର ପ୍ରତିରକ୍ଷା ବଜେଟ୍‌ ସମ୍ପ୍ରତି ୪ ଲକ୍ଷ ୭୮ ହଜାର କୋଟି ଟଙ୍କା ରହିଛି। ଲୋକମାନେ ବେଟିଂରେ ଅଧିକ ଟଙ୍କା ବିନିଯୋଗ କରୁଛନ୍ତି।

ସଟ୍ଟା ବା ଜୁଆ ଖେଳ ଇତିହାସ ସହ ଜଡିତ। ଜୁଆ ଖେଳ ପ୍ରାୟ ୫୦୦୦ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା ପୌରାଣିକ ମହାଭାରତ କାହାଣୀରୁ। କିନ୍ତୁ କେନ୍ଦ୍ର ସରକାର ଏ ଯାଏ ଏହାକୁ ରୋକିବା ଲାଗି କୌଣସି ଆଇନ ଆଣିନାହାଁନ୍ତି। ପ୍ରାୟ ୧୫୦ ବର୍ଷ ପୂର୍ବେ ବ୍ରିଟିଶମାନେ କହିଥିଲେ ଯେ, ଯଦି ଆପଣ ଭାରତକୁ ଶାସନ କରିବାକୁ ଚାହାଁନ୍ତି, ତେବେ ପ୍ରଥମେ ସେମାନଙ୍କୁ ଜୁଆ ଖେଳିବାଠାରୁ ରୋକନ୍ତୁ, କାରଣ ଜୁଆ ଖେଳ ଯୋଗୁଁ ଜଣେ ରାଜା ଗୋଟିଏ ରାତିରେ ଭିକାରୀ ହୋଇଗଲେ, ତା’ପରେ ଜଣେ ଭିକାରୀ ରାଜା ହେଲେ। ସେଥିପାଇଁ ଇଂରେଜମାନେ ୧୮୬୭ରେ ଭାରତରେ ଜୁଆ ଖେଳକୁ ନିଷିଦ୍ଧ କରାଯାଇଥିଲା। ତେବେ ସ୍ବାଧୀନ ଭାରତର କୌଣସି ସରକାର ଏପରିକି ନିୟମ କାର୍ଯ୍ୟକାରୀ କରିବାକୁ ସାହସ ଦେଖାଇନାହାଁନ୍ତି। ବାସ୍ତବରେ ୧୮୬୭ ମସିହାରେ ଅନଲାଇନ୍ ଭଳି କୌଣସି ଜିନିଷ ନ ଥିଲା କିମ୍ବା ମୋବାଇଲ୍ ଆପ୍ ମଧ୍ୟ ନ ଥିଲା। ତେଣୁ ଇଣ୍ଟରନେଟରେ ଜୁଆ ଖେଳାଯିବା ବିରୋଧରେ କୌଣସି ନିୟମ ନାହିଁ। ସେଥିପାଇଁ ଅନଲାଇନ୍ ଦୁନିଆରେ ସଟ୍ଟା ବଜାର ବଢ଼ିବା ଆରମ୍ଭ କରିଛି। ୨୦୦୦ ମସିହାରେ ଯେତେବେଳେ ସଂସଦ ଆଇଟି ଆଇନ ପ୍ରଣୟନ କଲା, ସେତେବେଳେ ମଧ୍ୟ ଜୁଆ ବିରୋଧରେ କୌଣସି ନିୟମ ପ୍ରଣୟନ କରାଯାଇ ନ ଥିଲା। ଭାରତରେ ମୋଟ ସଟ୍ଟା ଖେଳର ୮୦% ଅନ୍‌ଲାଇନରେ ଖେଳାଯାଏ। ୨୦୧୯ ସୁଦ୍ଧା ଏହି ସଟ୍ଟା ବଜାରର ଆକାର ୩ ଲକ୍ଷ କୋଟି ଟଙ୍କାର ହୋଇଯାଇଥିଲା।

Leave a comment