ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ୟୁକ୍ରେନର ଯୁଦ୍ଧ ଭୂଇଁରୁ ଭାରତୀୟଙ୍କୁ ଉଦ୍ଧାର ପାଇଁ ଦୂତାବାସ ଜାରି କଲା ନୂଆ ଆଡଭାଇଜରି

ନୂଆଦିଲ୍ଲୀ: ଋଷିଆ ୟୁକ୍ରେନ ମଧ୍ୟରେ ଜାରି ରହିଛି ଯୁଦ୍ଧ । ଧିରେ ଧିରେ ପରିସ୍ଥିତି ସାଙ୍ଘାତିକ ରୂପ ନେଉଛି । ଚାରିଆଡେ ବୋମା ବିସ୍ଫୋରଣ ଏବଂ କ୍ଷେପଣାସ୍ତ୍ର ମାଡ଼ର ଶବ୍ଦ ଶୁଣିବାକୁ ମିଳୁଛି। ରୁଷୀୟ ଯୁଦ୍ଧ ଟ୍ୟାଙ୍କ୍ ମଧ୍ୟ ୟୁକ୍ରେନରେ ପ୍ରବେଶ କରିଛନ୍ତି। ଭୟଙ୍କର ଯୁଦ୍ଧ ସ୍ଥିତିରେ ଅନେକ ଭାରତୀୟ ୟୁକ୍ରେନରେ ଫସି ରହିଛନ୍ତି । ଏବେ ସେଠିକାର ବିମାନବନ୍ଦରରେ ରକେଟ୍ ମାଡ ହେବା ପରେ ସେଠିକାର ବିମାନ ଉଡାଣକୁ ରଦ୍ଦ କରାଯିବା ସହ ସେଠାରୁ ଫେରିଆସିବାର ସମ୍ଭାବନା କ୍ଷୀଣ ହୋଇଛି । ଏପରି ସ୍ଥଳେ ସେଠାରେ ଥିବା ଛାତ୍ରଛାତ୍ରୀଙ୍କ ବାପା, ମା’ଙ୍କ ମଧ୍ୟରେ ନାହିଁନଥିବା ଭୟ । ସେଠୁ ନିଜ ପିଲାମାନେ କିପରି ଫେରିବେ ସେହି ଚିନ୍ତାରେ ଅଭିଭାବକ । ଏନେଇ କିଏଭ୍ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ନୂଆ ଆଡଭାଇଜରି ଜାରି ହୋଇଛି । ଯେଉଁଥିରେ ଭାରତ ସରକାର ଓ ଭାରତୀୟ ଦୂତାବାସ ୟୁକ୍ରେନରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ କରୁଥିବା କୁହାଯାଇଛି । ଦୂତାବାସ ଅନୁସାରେ, ରୋମାନିଆ ଓ ହଙ୍ଗେରୀ ରାସ୍ତାରେ ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଅଣାଯିବା ପାଇଁ ଉଦ୍ୟମ କରାଯାଉଛି ।

ଫସିଥିବା ଭାରତୀୟଙ୍କୁ ଉଦ୍ଧାର ଲାଗି ଶୁକ୍ରବାର ହଙ୍ଗେରୀ ସୀମା ଅଜୋହରୋଡ୍ ଓ ପୋରୁବନେ ସିରେଟ୍ ଚେରନିନ୍ସି ନିକଟ ରୋମାନିଅନ୍ ବର୍ଡର ଚେକ୍ ପଏଣ୍ଟରେ ଭାରତୀୟ ଟିମ୍ ରହିଛନ୍ତି । ଆଡଭାଇଜରିରେ କୁହାଯାଇଛି, ଏହି ୨ ବର୍ଡର ନିକଟରେ ରହୁଥିବା ଭାରତୀୟ ବିଶେଷକରି ଛାତ୍ର ବିଦେଶ ମନ୍ତ୍ରଣାଳୟ ସହ ସମନ୍ୱୟ ରକ୍ଷା କରି ପ୍ରଥମେ ୟୁକ୍ରେନରୁ ଚାଲି ଆସନ୍ତୁ । ଏହି ୨ ରାସ୍ତା ଦେଇ ଭାରତୀୟ ଆସିବାକୁ ଦୂତାବାସ ପକ୍ଷରୁ କୁହାଯାଇଛି । ଏଥିସହ ସୀମାରେ କରଯାଉଥିବା ହେଲ୍ପ ଲାଇନ୍ ସହ ନିୟମିତ ବ୍ୟବଧ୍ୟାନରେ ସମ୍ପର୍କ କରିବାକୁ ପରାମର୍ଶ ଦେଇଛି ଦୂତାବାସ । ସୀମାରେ କଣ୍ଟ୍ରୋଲ୍ ରୁମ୍ ଖୋଲିବା ମାତ୍ରେ ନମ୍ବର ଜାରି କରାଯିବ ବୋଲି ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି ।

ୟୁକ୍ରେନରେ ଫସିଥିବା ଭାରତୀୟମାନଙ୍କ ପାଇଁ ଦୂତାବାସ ପକ୍ଷରୁ କିଛି ସୂଚନା ଦିଆଯାଇଛି :

  • ଛାତ୍ର ଓ ଭାରତୀୟ ନାଗରିକ ନିଜ ନିଜର ପାସପୋର୍ଟ ନିଜ ସହିତ ରଖନ୍ତୁ । ଜରୁରୀକାଳୀନ ସ୍ଥିତିରେ ନିଜ ପାଖରେ ଖର୍ଚ୍ଚ ପାଇଁ ଡଲାର ରଖନ୍ତୁ ।
  • କୋଭିଡର ୨ ଡୋଜ୍ ଟିକା ନେଇଥିଲେ ପ୍ରମାଣପତ୍ର ରଖନ୍ତୁ ।
  • ଯାତ୍ରା ବେଳେ ଗାଡ଼ି ଓ ବସରେ ଭାରତୀୟ ତ୍ରିରଙ୍ଗା ପତାକା ଲଗାନ୍ତୁ ।
Leave A Reply

Your email address will not be published.