ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଖେଳାଳୀଙ୍କ ପାଇଁ ବିସିସିଆଇର ନୂଆ ଡାଏଟ ପ୍ଲାନ ‘ହଲାଲ’

ନୂଆଦିଲ୍ଲୀ: ଭାରତ ନ୍ୟୁଜିଲ୍ୟାଣ୍ଡ ଠାରୁ ତିନି ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍  ୩-୦ ରେ ଜିତିଛି। ବର୍ତ୍ତମାନ ଉଭୟ ଦଳ ମଧ୍ୟରେ ଟେଷ୍ଟ ସିରିଜ୍ ଖେଳାଯିବ। ସିରିଜର ପ୍ରଥମ ଟେଷ୍ଟ କାନପୁରରେ ଖେଳାଯିବ। ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଏକ ଭିନ୍ନ ପ୍ରକାରର ବିବାଦ ସାମ୍ନାକୁ ଆସିଛି। କାନପୁର ଟେଷ୍ଟ ମ୍ୟାଚ୍ ପାଇଁ ପ୍ରସ୍ତୁତ ଡାଏଟ୍ ଚାର୍ଟ ପାଇଁ କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ଟ୍ରୋଲ ହେଉଛି। ସୋଲିଆମିଡିଆରେ ଟ୍ବିଟ ୱାର ଦେଥିବାକୁ ମିିଳିଛି।

ମଙ୍ଗଳବାର ସକାଳେ ଟ୍ବିଟରରେ ବିସିସିଆଇ ପ୍ରମୋଟସ ହଲାଲ (#BCCI_Promotes_Halal) ଟ୍ରେଣ୍ଡ କରିବାରେ ଲାଗିଛି।   ବିସିସିଆଇକୁ  ପ୍ରଶଂସକଙ୍କ ମାନେ ଟାର୍ଗେଟ କରିଛନ୍ତି। ପ୍ରଥମ ଟେଷ୍ଟ ମ୍ୟାଚ୍ ଗୁରୁବାର  ଅର୍ଥାତ ୨୫ ତାରିଖରେ କାନପୁରରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ । ଏଥିପାଇଁ ଉଭୟ ଦଳ କାନପୁରରେ ପହଞ୍ଚିଛନ୍ତି। ଏହି ଖେଳାଳିମାନେ ହୋଟେଲ ଲ୍ୟାଣ୍ଡମାର୍କ ଟାୱାରରେ ବାୟୋ-ବବୁଲରେ ରହିବେ। ମିଡିଆ ରିପୋର୍ଟ ଅନୁଯାୟୀ ଭାରତୀୟ ଖେଳାଳିଙ୍କ ପାଇଁ ଖାଦ୍ୟ ତାଲିକା ମଧ୍ୟ ପ୍ରକାଶ ପାଇଛି। ଏଥିରେ ଦିନସାରା କାଉଣ୍ଟର, ଷ୍ଟାଡିୟମରେ ମିନି ଜଳଖିଆ, ମଧ୍ୟାହ୍ନ ଭୋଜନ, ଚା ’ସମୟର ସ୍ନାକ୍ସ ଏବଂ ରାତିରେ ରାତ୍ରୀ ଭୋଜନ ଅନ୍ତର୍ଭୁକ୍ତ । ଏହି ମେନ୍ଯୁରେ ଘୁଷୁରି ଏବଂ ଗୋମାଂସକୁ  ବାଦ ଦିଆଯାଇଛି। ମାଂସାହାରୀ ଖାଦ୍ୟରେ କେବଳ ହଲାଲା ମାଂସକୁ ଅନ୍ତର୍ଭୁକ୍ତ କରାଯାଇଛି ।

ଏବେ ଏହି ହଲାଲ ମାଂସକୁ ନେଇ ବିବାଦ ଦେଖାଦେଇଛି। ମଙ୍ଗଳବାର ଦିନ ସୋସିଆଲ ମିଡିଆରେ କିଛି ଘଣ୍ଟା ମଧ୍ୟରେ ୧୦ ହଜାରରୁ ଅଧିକ ଲୋକ ଏହି ପ୍ରସଙ୍ଗରେ ଟ୍ୱିଟ୍ କରିଛନ୍ତି। ଅଧିକାଂଶ ଟ୍ୱିଟ୍ ହଲାଲ ମାଂସକୁ ନେଇ କରାଯାଇଛି।

ବିସିସିଆଇକୁ ପ୍ରଶ୍ନ କରିଥିବା ଅଧିକାଂଶ ପ୍ରଶଂସକଙ୍କ ଯୁକ୍ତି ବାଢିଛନ୍ତି ଯେ, ମୁସଲମାନମାନଙ୍କ ପାଇଁ ହଲାଲ ମାଂସ ଜରୁରୀ। ଅନ୍ୟ ଧର୍ମର ଲୋକମାନଙ୍କର ଏହା ସହିତ କୌଣସି ସମ୍ପର୍କ ନାହିଁ । ଅନ୍ୟପକ୍ଷରେ କ୍ରିକେଟ୍ ଦଳରେ ସମସ୍ତ ଧର୍ମର ଲୋକ ଅଛନ୍ତି। ଏଭଳି ପରିସ୍ଥିତିରେ କୌଣସି ଧର୍ମର ବିଶ୍ୱାସ ସମ୍ବନ୍ଧରେ କୌଣସି ନିଷ୍ପତ୍ତି ନେବା ଅନୁଚିତ । ତେବେ ସୋସିଆଲ ମିଡିଆରେ ଟ୍ରେଣ୍ଡ ହେଉଥିହା ଏହି ପ୍ରଶ୍ନର କୌଣସି ପ୍ରତିକ୍ରିୟା ବିସିସିଆଇ ଦେଇ ନାହିଁ। ବୋର୍ଡ ଆନୁଷ୍ଠାନିକ ଭାବେ ଡାଏଟ୍ ଯୋଜନା ପ୍ରକାଶ କରିଛି କି ନାହିଁ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ।

Leave A Reply

Your email address will not be published.