ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭିଏତନାମରୁ ଦିଲ୍ଲୀକୁ ହେଉଥିଲା ବନ୍ଧୁକ ଚୋରାଚାଲାଣ: ଦମ୍ପତ୍ତିଙ୍କ ନିକଟରୁ ଜବତ ହେଲା ୪୫ଟି ବନ୍ଧୁକ

ନୂଆଦିଲ୍ଲୀ: ଭିଏତନାମରୁ ଦିଲ୍ଲୀ ବନ୍ଧୁକ ଚୋରାଚାଲାଣ ହେଉଥିବା ବେଳେ ବିମାନବନ୍ଦରରେ ଧରାପଡିଲେ ଦମ୍ପତ୍ତି । ଭିଏତନାମର ଦମ୍ପତି ୪୫ଟି ବନ୍ଧୁକ ଦୁଇଟି ବ୍ୟାଗରେ ନେଇ ଆସୁଥିବା ବେଳେ ଇମିଗ୍ରେସନରେ ଧରାପଡିଥିଲେ । ଏହି ବନ୍ଧୁକ ସମ୍ପୂର୍ଣ୍ଣ ଅସଲି ଏବଂ କାର୍ଯ୍ଯକ୍ଷମ ବୋଲି ଏନଏସଜି ପକ୍ଷରୁ କୁହାଯାଇଛି।

୪୫ଟି ବନ୍ଧୁକ ଦାମ ୨୨ ଲକ୍ଷ ଟଙ୍କା ବୋଲି ଜଣାପଡିଛି। ଏହି ଦମ୍ପତି ପୂର୍ବରୁ ମଧ୍ୟ ୨୫ଟି ବନ୍ଧୁକ ଚୋରାଚାଲାଣ କରିଥିବା ସ୍ବୀକାର କରିଛନ୍ତି । ଯାହାର ମୂଲ୍ୟ ୧୨ ଲକ୍ଷ ଟଙ୍କା ଥିଲା । ଦମ୍ପତ୍ତିଙ୍କୁ ପଚରାଉଚରା ଜାରି ରହିଥିବା ବେଳେ ଏହା ପଛରେ ବଡ଼ ରାକେଟ କାମ କରୁଛି ବୋଲି ସନ୍ଦେହ କରାଯାଉଛି।

Leave A Reply

Your email address will not be published.