ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ହାଇଟେକ୍‌ ଉପାୟରେ ଲଢିବେ ଯବାନ : ଜେଟପ୍ୟାକ ସୁଟ୍‌, ରୋବୋଟିକ ଖଚର ଓ ଉନ୍ନତ ଡ୍ରୋନ୍ ସିଷ୍ଟମ ପାଇଁ ଟେଣ୍ଡର ଦେଲା ସେନା

ନୂଆଦିଲ୍ଲୀ : ଆଗାମୀ ଭବିଷ୍ୟତକୁ ଦୃଷ୍ଟିରେ ରଖି ଭାରତୀୟ ସେନାକୁ ଅପ୍‌ଗ୍ରେଡ୍‌ କରାଯାଉଛି। ଆଗକୁ ନୂଆ ନୂଆ ପ୍ରତିବନ୍ଧକ ଆସିବା ପୂର୍ବରୁ ଭାରତୀୟ ସେନାକୁ ଆଧୁନିକୀକରଣ ଏବଂ ନବୀକରଣ କରାଯାଉଛି। ଭାରତୀୟ ସୈନ୍ୟ ଏଣିକି ଶୂନ୍ୟରେ ଉଡିବେ ପାରିବେ। ସେମାନଙ୍କ ଲାଗି ଆସିବ ଜେଟପ୍ୟାକ ସୁଟ୍ । ଏହି ସୁଟ୍ ବଳରେ ସେମାନେ ଘଣ୍ଟା ପ୍ରତି ୫୦ କିଲୋମିଟର ବେଗରେ ଉଡିପାରିବେ । ଏହି ସୁଟ୍‌ ପିନ୍ଧି ଦୁର୍ଗମ ଅଞ୍ଚଳରେ ପ୍ରବେଶ କରି ଶତ୍ରୁକୁ ଦମନ କରିବେ ଭାରତୀୟ ସେନା । ଆଇରନ ମ୍ୟାନ୍ ଭଳି ଆକାଶରେ ଉଡିବେ ଆମ ଭାରତୀୟ ସେନା । ଏପରି ଉଡିବା ପାଇଁ ଆବଶ୍ୟକ ଅତ୍ୟାଧୁନିକ ଜ୍ୟାଟପେକ୍ କିଟ୍ । ଏହି କିଟ୍ ଏବେ ଅର୍ଡର କରିଛି ଭାରତୀୟ ସେନା ।

ଏନେଇ ପ୍ରାଥମିକ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି । ୪୮ଟି ଜେଟପ୍ୟାକ ସୁଟ, ୧୦୦ଟି ରୋବୋଟିକ ଖଚର, ୧୩୦ଟି ନ୍ୟୁଜେନେରେସନ ଟିଥର୍ଡ ଡ୍ରୋନ ସିଷ୍ଟମ ହାସଲ ଲାଗି ନିଆଯାଇଛି ପଦକ୍ଷେପ ।ଫାଷ୍ଟଟ୍ରାକ ପ୍ରସିଡ୍ୟୁର ପ୍ରକ୍ରିୟାରେ ଏହା ହାସଲ ହେବ । ମଡର୍ଣ୍ଣ ପ୍ରପଲସନ ସିଷ୍ଟମ ଅନୁସାରେ ଏହି ସୁଟଗୁ଼ଡ଼ିକ ପ୍ରସ୍ତୁତ ହେବ । ଏହି ସୁଟ୍ ଜରିଆରେ ସହଜରେ ଉଡାଣ ଓ ଲ୍ୟାଣ୍ଡିଂ ସମ୍ଭବ ହୋଇପାରିବ । ସେହିପରି ୧୦ ହଜାର ଫୁଟ ଉଚ୍ଚରେ ୪ ପାଦ ବିଶିଷ୍ଟ ରୋବୋଟିକ ଖଚର କାର୍ୟ୍ୟକରିବ । ବିଭିନ୍ନ ପରିବସ୍ଥିତିରେ ସ୍ବୟଂକ୍ରିୟ ଭାବେ ଏହି ଖଚର ଗତି କରିପାରିବ ।

Indian Army Gears Up For Future With Tenders For Jetpack Suits And Robotic Mules

ଏହାକୁ ବି ସହଜରେ ଉଦ୍ଧାର କରାଯାଇପାରିବ । ବିଭିନ୍ନ ପ୍ରତିବନ୍ଧକକୁ ଏଡ଼ାଇବା କ୍ଷମତା ଏହା ନିକଟରେ ରହିଛି । ଆର୍ମେନିଆ- ଆଜରବୈଜାନ, ଋଷ-.ୟୁକ୍ରେନ ଯୁଦ୍ଧରୁ ମିଳିଥିବା ଅନୁଭୂତି ଅନୁସାରେ ଏହି ସାମଗ୍ରୀ ହାସଲ କରାଯିବ। ଏହା ସହ କାମିକାଜେ ଡ୍ରୋନ, ଆର୍ମଡ ଡ୍ରୋନ ସ୍ବାର୍ମ, ଲଜିଷ୍ଟିକ୍ସ ଡ୍ରୋନ, ସର୍ଭେଲାନ୍ସ କ୍ରାଡକପ୍ଟର ଆଦି ମଧ୍ୟ ହାସଲ କରିବା ଲାଗି ଯୋଜନା କରାଯାଇଛି।

ଅନ୍ୟପଟେ ଭାରତୀୟ ସେନା ୪୮ଟି ଜେଟ୍ ପ୍ୟାକ୍ ସୁଟ୍ କ୍ରୟ ପ୍ରକ୍ରିୟା ଆରମ୍ଭ କରିଛି। ଏହି ଜେଟ୍ ପ୍ୟାକ୍ ସୁଟ୍ ର ଅନେକ ଲାଭ ଅଛି । ସୀମାରେ ପୋଷ୍ଟ କରାଯାଇଥିବା ଯବାନମାନେ ମଧ୍ୟ ଜେଟ୍ ପ୍ୟାକ୍ ସୁଟ୍ ପିନ୍ଧି ଉଡିପାରିବେ। ସୂଚନା ଅନୁଯାୟୀ, ଜେଟ୍ ପ୍ୟାକ୍ ସୁଟରେ ପାଞ୍ଚଟି ଗ୍ୟାସ୍ ଟର୍ବାଇନ ଜେଟ୍ ଇଞ୍ଜିନ ଅଛି, ଯାହା ପ୍ରାୟ ୧୦୦୦ ହର୍ସ ପାୱାରର ଶକ୍ତି ଉତ୍ପାଦନ କରିଥାଏ । ଏହିପରି ସୁଟ୍ ଇନ୍ଧନ, ଡିଜେଲ କିମ୍ବା କିରୋସିନରେ ଚାଲିପାରିବ । ଜେଟ୍ ପ୍ୟାକ୍ ସୁଟର ଗତି ଘଣ୍ଟା ପ୍ରତି ୫୦ କିଲୋମିଟର ଥିବାବେଳେ ଏହି ସୁଟ ପିନ୍ଧି ଭାରତୀୟ ଯବାନମାନେ ପ୍ରତିକୂଳ ପରିସ୍ଥିତିରେ ବି ସୀମା ଉପରେ ନଜର ରଖିପାରିବେ ।ସେନା କହିଛି, ଏହି ଏହି ଜ୍ୟାଟପେକ୍ ସୁଟରେ ସେନାର ଲ୍ୟାଣ୍ଡିଂ ଏବଂ ଟେକ ଅପ୍ ବ୍ୟବସ୍ଥା ରହିଥିବା କୁହାଯାଉଛି । ସେହିପରି ଡ୍ରୋନ ଜରିଆରେ ଦୀର୍ଘ ସମୟ ଧରି ସୀମା ରେଖା ଉପରେ ନଜର ରଖିପାରିବାକୁ ଲକ୍ଷ୍ୟ ରଖିଛି ଭାରତୀୟ ସେନା ।

Leave A Reply

Your email address will not be published.