ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭାରତ- ଦ.ଆଫ୍ରିକା ପ୍ରଥମ ଟି- ୨୦: ଭାରତର ସହଜ ବିଜୟ

ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଠାରୁ ୩ ମ୍ୟାଚ ବିଶିଷ୍ଟ ଟି- ୨୦ ସିରିଜ୍‌ ଆରମ୍ଭ ହୋଇଯାଇଛି ।  ପ୍ରଥମ ମ୍ୟାଚରେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଭାରତ। ଭ୍ରମଣକାରୀ ଦ.ଆଫ୍ରିକାକୁ ପ୍ରଥମେ ବ୍ୟାଟିଂ ପାଇଁ ନିମନ୍ତ୍ରଣ ଦେଇଥିଲା ଭାରତ। ଦ.ଆଫ୍ରିକା ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୦୬ କରିଥିଲା। ହେଲେ ଏହି ମ୍ଯାଚକୁ ଭାରତ ସହଜରେ ଜିତି ନେଇଛି। ୨ ୱିକେଟ ହରାଇ ୧୬ ଓଭର ୪ଟି ବଲରେ ୧୧୦ ରନ କରି ଭାରତ ଦ.ଆଫ୍ରିକାକୁ ପରାସ୍ତ କରିଛି।

ଭାରତ ପକ୍ଷରୁ ରୋହିତ ଶର୍ମା ୨ ବଲରେ କୌଣସି ରନ ନ କରି ଆଉଟ ହୋଇଥିଲେ। ପରେ ଫର୍ମରେ ଥିବା  ବିରାଟ କୋହଲି ୯ ବଲରେ ୩ ରନ କରି ଆଉଟ ହୋଇଥିଲେ। ଗୋଟିଏ ପଟେ କେ ଏଲ ରାହୁଲ ଓ ସୂର୍ୟ୍ୟକୁମାର ଯାଦବ ବ୍ଯାଟିଂ ଭାରତକୁ ସହଜ ବିଜୟ ଦେଇଥିଲା। କେ ଏଲ ରାହୁଲ ୫୬ ବଲରେ ୫୧ ରନ କରି ଅପରାଜିତ ରହିଥିବା ବେଳେ ସୂର୍ୟ୍ୟକୁମାର ଯାଦବ ୩୩ ବଲରେ ୫୦ ରନ କରି ଅପରାଜିତ ରହିଥିଲେ।

ଦକ୍ଷିଣ ଆଫ୍ରିକା ପକ୍ଷରୁ ଏନରିଚ୍‌ ନୋର୍କିୟା  ଓ କାଗିସୋ ରାବାଡା ଗୋଟିଏ ଲେଖାଏ ୱିକେଟ ନେଇଥିଲେ।

Leave A Reply

Your email address will not be published.