ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭାରତ- ୱେଷ୍ଟଇଣ୍ଡିଜ୍ ୩ୟ ଦିନିକିଆ: ସିରିଜ କ୍ଲିନ୍ ସୁଇପ କଲା ଭାରତ

ଅହମଦାବାଦ: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏଠାରେ ଖେଳାଯାଉଥିବା ତୃତୀୟ ଦିନିକିଆରେ ଭାରତ ୯୬ ରନରେ ବିଜୟ ହୋଇ ସିରିଜ କ୍ଲିନ ସୁଇପ୍ କରିଛି। ଭ୍ରମଣକାରୀ ଦଳ ୱେଷ୍ଟଇଣ୍ଡିଜକୁ ନିରାଶ ହେବାକୁ ପଡ଼ିଛି। ଭାରତ ପ୍ରଥମେ ବ୍ଯାଟିଂ କରି ୨୬୫ ରନ କରିଥିଲା । ୱେଷ୍ଟଇଣ୍ଡିଜକୁ ୨୬୬ରନର ଆବଶ୍ଯକ ଥିଲା । ହେଲେ ଭାରତର ଘାତକ ବୋଲିଂରେ ୱେଷ୍ଟଇଣ୍ଡିଜର ବ୍ଯାଟିଂ ବିପର୍ଯ୍ଯୟ ଘଟିଥିଲା। ୱେଷ୍ଟଇଣ୍ଡିଜ ସମସ୍ତ ୱିକେଟ ହରାଇ  ୧୬୯ ରନ କରିବାକୁ ସକ୍ଷମ ହୋଇଥିଲା। ଫଳରେ ଭାରତ ୩-୦ ରେ ସିରିଜ ହାତେଇଛି।

ପ୍ରଥମେ ବ୍ଯାଟିଂ କରି ୫୦ ଓଭରରେ ୨୬୫ ରନ କରି ଅଲଆଉଟ ହୋଇଥିଲା ଭାରତ। ହେଲେ ୱେଷ୍ଟଇଣ୍ଡିଜ ୩୭.୧ ଓଭରରେ ସମସ୍ତ ୱିକେଟ ହରାଇ  ୧୬୯ ରନ କରିବାକୁ ସକ୍ଷମ ହୋଇଥିଲା।

ୱେଷ୍ଟଇଣ୍ଡିଜ୍ ପକ୍ଷରୁ କ୍ୟାପଟେନ୍  ନିକୋଲାସ ପୁରନ୍ ( ୩୪), ଓଡେନ୍ ସ୍ମିଥ୍ (୩୬)  ଓ  ଅଲଜାରୀ ଜୋସେଫ୍ ( ୨୯)  ବ୍ଯତୀତ ଅନ୍ଯ କୌଣସି ଖେଳାଳୀଙ୍କ ବ୍ଯାଟରୁ ଆଖିଦୃଶିଆ ସଟ୍ ଦେଖିବାକୁ ମିଳି ନ ଥିଲା। ଶାଇ ହୋପ୍ ( ୫),  ବ୍ରାଣ୍ଡନ୍ କିଙ୍ଗ୍ (୧୪),  ଡାରେନ୍ ବ୍ରାଭୋ ( ୨୦ ), ଶାମରା ବ୍ରୁକ୍ସ (୦ ),  ଜେସନ୍ ହୋଲ୍ଡର( ୬), ଫାବିଆନ୍ ଆଲେନ୍( ୦),  ହେଡେନ୍ ୱାଲ୍ସ(୧୩ ) ରନ କରି ଆଉଟ ହୋଇଥିଲେ।

ସେପହିପରି, ଭାରତ ପକ୍ଷରୁ ମହମ୍ମଦ ସିରାଜ ଓ ପ୍ରସିଦ୍ଧ କ୍ରିଷ୍ଣା ଉଭୟ ସର୍ବାଧିକ ୩ଟି ଲେଖାଏଁ ୱିକେଟ ନେଇଥିବା ବେଳେ ଦୀପକ ଚହର ଓ କୁଲଦୀପ ଯାଦବ ୨ଟି ଲେଖାଏଁ ୱିକେଟ  ନେଇଥିଲେ।

 

Leave A Reply

Your email address will not be published.