ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୩ୟ ଟି-୨୦: ସାନକାଙ୍କ ଦମଦାର ବ୍ଯାଟିଂ, ଭାରତକୁ ୧୪୭ ରନର ଟାର୍ଗେଟ ଦେଲା ଶ୍ରୀଲଙ୍କା

ଧରମଶାଳା: ଆଜି ଏଠାରେ ଖେଳାଯାଉଛି ଟି-୨୦ ସିରିଜ୍‌ର ତୃତୀୟ ମ୍ୟାଚ୍‌। ଭାରତ ୨ଟି ମ୍ଯାଚ ଜିତି ସିରିଜ କବଜା କରିସାରିଥିବା ବେଳେ ଆଜିର ମ୍ଯାଚ ଜିତି ସିରିଜ କ୍ଲିନ ସୁଇପ ଲକ୍ଷ୍ଯରେ ରହିଛି। ସମ୍ମାନ ରକ୍ଷା ପାଇଁ ଶ୍ରୀଲଙ୍କା ଆଜିର ମ୍ୟାଚରେ ଜିତିବାକୁ ଚେଷ୍ଟା କରିବ। ତେଣୁ ଶ୍ରୀଲଙ୍କା ପାଇଁ ଆଜିର ମ୍ୟାଚ ବେଶ ଗୁରୁତ୍ୱପୂର୍ଣ୍ଣ । ଶ୍ରୀଲଙ୍କା ଟସ ଜିତି ପ୍ରଥମେ ବ୍ଯାଟିଂର କରିବାର ନିଷ୍ପତ୍ତି ନେଇଥିଲା। ଶ୍ରୀଲଙ୍କା ପ୍ରଥମେ ବ୍ଯାଟିଂ କରି ୫ ୱିକେଟ ହରାଇ ୨୦ ଓଭରରେ ୧୪୬ ରନ କରିବାରେ ସକ୍ଷମ ହୋଇଛି । ଭାରତକୁ ଏହି ମ୍ଯାଚ ଜିତିବାକୁ ହେଲେ  ୧୪୭ ରନ କରିବାକୁ ପଡ଼ିବ।

ଶ୍ରୀଲଙ୍କାର ପ୍ରାରମ୍ଭରୁ ବ୍ଯାଟିଂ ବିପର୍ଯ୍ଯୟ ଘଟିିଥିଲା । ହେଲା କ୍ଯାପଟେନ ଦାସୁନ ସାନକା (୭୪)  ଓ ଚାମିକା (୧୨) ରନ କରି ଅପରାଜିତ ରହି ପାରିକୁ ସମ୍ଭାଳିଥିଲେ । ଅନ୍ଯପକ୍ଷରେ  ପାଥୁମ ନିଶାଙ୍କ (୧), ଦନୁସ୍କା ଗୁଣଥିଲକ ( ୦ ), ଚାଣ୍ଡିମଲ (୨୫), ଚରିଥ ଅସଲଙ୍କା ( ୪) , ଜନିଥ (୪) ରନ୍ କରି ଆଉଟ ହୋଇଥିଲେ।

ଭାରତ ପକ୍ଷରୁ ରବି ବିଶ୍ନୋଇ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ। ଆଭେସ ଖାନ ୨ଟି ଓ ହର୍ଷତ ପଟେଲ ଗୋଟିଏ ୱିକେଟ ନେବାରେ ସଫଳ ହୋଇଥିଲେ।

Leave A Reply

Your email address will not be published.