ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭାରତ- ଶ୍ରୀଲଙ୍କା ପ୍ରଥମ ଦିନିକିଆ: ବିରାଟଙ୍କ ଦମଦାର ଶତକ, ଶ୍ରୀଲଙ୍କାକୁ ୩୭୪ ରନର ଟାର୍ଗେଟ ଦେଲା ଭାରତ

ଗୁଆହାଟୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆଜିଠାରୁ ୩ ମ୍ୟାଚ୍‌‌ ବିଶିଷ୍ଟ ଦିନିକିଆ ସିରିଜ୍‌‌ ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚ୍‌ରେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଶ୍ରୀଲଙ୍କା । ଫଳରେ ପ୍ରଥମେ ବ୍ୟାଟିଂ କରିଛି ଭାରତ । ଭାରତ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ ହରାଇ ୩୭୩ ରନ କରିଛି। ଏହି ମ୍ୟାଚକୁ ଜିତିବାକୁ ହେଲେ ଶ୍ରୀଲଙ୍କାକୁ ୩୭୪ ରନର ଆବଶ୍ୟକତା ରହିଛି।

ଭାରତ ପକ୍ଷରୁ ରୋହିତ ଶର୍ମା ୬୭ ବଲରେ ୮୩ ରନ୍  ଓ ଶୁଭମନ ଗିଲ୍‌ ୬୦ ବଲରେ ୭୦ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ବିରାଟ କୋହଲି ଓ ଶ୍ରେୟାସ ଆୟର ସମ୍ଭାଳିଥିଲେ। ଶ୍ରେୟାସ ଆୟର ୨୪ ବଲରେ ୨୮ ରନ କରି ଆଉଟ ହୋଇଥିଲେ। ବିରାଟଙ୍କ ସାଥ ଦେବା ପାଇଁ କେ ଏଲ ରାହୁଲ ପଡିଆକୁ ଆସିଥିଲେ। ପରେ କେ ଏଲ ରାହୁଲ ୨୯ ବଲରେ ୩୯ ରନ କରି ଆଉଟ ହୋଇଥିଲେ। ପରେ ହାର୍ଦ୍ଦିକ ପାଣ୍ଡ୍ୟା ୧୨ ବଲରେ ୧୪ ରନ କରି ଆଉଟ ହୋଇଥିଲେ। ପରବର୍ତ୍ତି ବ୍ୟାଟ୍ସମ୍ୟାନ ଅକ୍ଷର ପଟେଲ ଅପରାଜିତ ଥିବା ବିରାଟଙ୍କ ସହ ମିଶି ପାରିକି ଆଗକୁ ନେଇଥିଲେ। ପରେ ଅକ୍ଷର ପଟେଲ ୯ ବଲରେ ୯ ରନ କରି ଆଉଟ ହୋଇଥିଲେ। ବିରାଟ କୋହଲି ଏକ ଦମଦାର ଶତକୀୟ ଇଂନିସ ଖେଳି ଆଉଟ ହୋଇଥିଲେ। ବିରାଟ ୮୭ ବଲରେ ୧୧୩ ରନ କରି ଆଉଟ ହୋଇଥିଲେ। ବିରାଟଙ୍କ ଏହି ପାରିରେ ୧୨ଟି ଚୌକା ଓ ଗୋଟିଏ ଛକା ସାମିଲ ରହିଛି। ପରେ ମହମ୍ମଦ ସାମି ଓ ମହମ୍ମଦ ସିରାଜ ପାରିକୁ ଆଗକୁ ନେଇଥିଲେ। ମହମ୍ମଦ ସାମି ୪ ବଲରେ ୪ ରନ କରି ଅପରାଜିତ ରହିଥିବା ବାଳେ ମହମ୍ମଦ ସିରାଜ ୮ ବଲରେ ୭ରନ କରି ଅପରାଜିତ ରହିଥିଲେ।

ଶୀଲଙ୍କା ପକ୍ଷରୁ କାସୁନ ରଜିଥା ୩ ଟି ୱିକେଟ ନେଇଥିଲେ। ଚାମିକା କରୁଣାରତ୍ନେ, ଦିଲସାକ ମଦୁଶଙ୍କା, ଡାସୁନ ଶଣକା ଓ  ଧନଞ୍ଜୟ ଡି ସିଲଭା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

Leave A Reply

Your email address will not be published.