ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭାରତ ଓ ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦: ଦକ୍ଷିଣ ଆଫ୍ରିକାକୁ ୨୧୨ ରନର ଟାର୍ଗେଟ ଦେଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ୫ଟିକିଆ ଟି-୨୦ ସିରିଜ୍‌ର ପ୍ରଥ ମ୍ୟାଚ୍ ଆଜି ଦିଲ୍ଲୀର ଅରୁଣ ଜେଟ୍‌ଲୀ ଷ୍ଟାଡିୟମ୍‌ରେ ଖେଳାଯାଉଛି। ଆଜିର ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ଭାରତ ପ୍ରଥମେ ବ୍ୟାଟିଂ ପାଇଁ ପଡ଼ିଆକୁ ଓହ୍ଲାଇଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ୨୧୧ ରନ କରିଛି। ଏହ ମ୍ଯାଚକୁ ଜିତିବାକୁ ହେଲେ ଦକ୍ଷିଣ ଆଫ୍ରିକାକୁ ୨୧୨ ରନର ଆବଶ୍ୟକତା ରହିଛି।

ଭାରତ ପକ୍ଷରୁ ରୁତୁରାଜ ଗଏକ୍ବାଡ ୧୫ ବଲରେ ୨୩ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ଶ୍ରେୟାସ ଆୟର ଓ ଇଶାନ କିଶାନ ସମ୍ଭାଳିଥିଲ। ଦୁହେଁ ବିସ୍ଫୋରକ ଇଂନିସ ଖେଳିଥିଲେ। ଇଶାନ କିଶାନ ୪୮ ବଲରେ ୭୬ ରନ କରି ଆଉଟ ହୋଇଥିଲେ। ପରେ ଋଷଭ ପନ୍ତ ଆସି ପାରିକୁ ସମ୍ଭାଳିଥିଲେ। ଋଷଭ ପନ୍ତ ୧୬ ବଲରେ ୨୯ ରନ କରି ଆଉଟ ହୋଇଥିଲେ। ସେହିପରି ଶ୍ରେୟାସ ଆୟର ୨୭ ବଲରେ ୩୬ ରନ କରି ଆଉଟ ହୋଇଥିଲେ। ହାର୍ଦ୍ଦିକ ପଣ୍ଡ୍ୟା ୧୨ ବଲରେ ୩୧ ରନ କରି ଅପରାଜିତ ରହିଥିବାବଳେ ଦିନେଶ କାର୍ତ୍ତିକ  ମଧ୍ଯ ୧ ରନ କରି ଅପରାଜିତ ରହିଥିଲେ।

ସେହିପରି ଦକ୍ଷିଣ ଆଫ୍ରିକା ପକ୍ଷରୁ କେଶବ ମହାରାଜ, ୱାନେ ପାରନେଲ , ଅନରିଚ ନୋର୍ଜେ, ଡ୍ବେନ ପ୍ରିଟୋରିୟସ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

Leave A Reply

Your email address will not be published.