ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦ୍ବିତୀୟ ଦିନିକିଆରେ ନ୍ୟୁଜିଲାଣ୍ଡକୁ ୮ ୱିକେଟରେ ହରାଇ ଆଗୁଆ ସରିଜ୍‌ ଜିତିଲା ଟିମ୍‌ ଇଣ୍ଡିଆ

ରାୟପୁର : ଛତିଶଡ଼ଗର ରାୟପୁର ସହିଦ୍ ବୀର ନାରାୟଣ ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳା ଯାଉଥିବା ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ବିତୀୟ ଦିନିକିଆରେ ଭାରତ ବଡ଼ ବିଜୟ ସହ ଆଗୁଆ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ଜିତି ନେଇଛି। ଆଜି ରାୟପୁରରେ ଖେଳାଯାଉଥିବା ମ୍ୟାଚରେ ନ୍ୟୁଜିଲାଣ୍ଡ ପକ୍ଷରୁ ଦିଆଯାଇଥିବା ୧୦୯ ରନ୍‌ର ବିଜୟ ଲକ୍ଷ୍ୟକୁ ଭାରତ ମାତ୍ର ୨ ୱିକେଟ ବିନିମୟରେ ହାସଲ କରି ବଡ଼ ବିଜୟ ହାସଲ କରିଛି। ସହିଦ୍ ବୀର ନାରାୟଣ ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ ଖେଳାଯାଉଥିବା ପ୍ରଥମ ଅର୍ନ୍ତଜାତୀୟ ମ୍ୟାଚରେ ଭାରତ ଟସ ଜିତି ନ୍ୟୁଜିଲାଣ୍ଡକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। କିନ୍ତୁ ପୂର୍ବ ମ୍ୟାଚ ଗୁଡିକରେ ଦମ୍‌ଦାର ପଦର୍ଶନ କରୁଥିବା ନ୍ୟୁଜିଲାଣ୍ଡ ବ୍ୟାଟରଙ୍କୁ ଫିକା କରିଦେଇଥିଲେ ଭାରତୀୟ ବୋଲର। ପ୍ରଥମରୁ ଭାରତୀୟ ବୋଲର ପ୍ରଭାବ ବିସ୍ତାର କରିବାରେ ସଫଳ ହେବା ସହ ନ୍ୟୁଜିଲାଣ୍ଡକୁ ୩୪.୪ ଓଭରରେ ମାତ୍ର ୧୦୮ ରନ୍‌ରେ ଅଲ୍‌ଆଉଟ କରିଦେଇଥିଲେ।

ନ୍ୟୁଜିଲାଣ୍ଡ ଦଳର ପ୍ରଥମ ୫ ବ୍ୟାଟ୍ସମ୍ୟାନ ଦୁଇଅଙ୍କ ଟପିପାରିନଥିଲେ । ଏପରିକି ଦଳ ୧୫ ରନରେ ୫ ଓ୍ବିକେଟ ହରାଇ ସଂଘର୍ଷ କରୁଥିଲା । ତେବେ ଗ୍ଲେନ ଫିଲିପ୍ସ, ମାଇକେଲ ବ୍ରେସଓ୍ବେଲ ଓ ମିଚେଲ ସାଣ୍ଟନର କିଛି ସମୟ କ୍ରିଜରେ ତିଷ୍ଠି ରହିବାକୁ ସକ୍ଷମ ହୋଇଥିଲେ । ଫିଲିପ୍ସ ୩୬ ରନ କରିଥିବାବେଳେ ବ୍ରେସଓ୍ବେଲ ୨୨ ଓ ସାଣ୍ଟନର ୨୭ ରନ କରିଥିଲେ । ଏହା ଫଳରେ ଦଳୀୟ ସ୍କୋର ୧୦୦ ରନ ଟପିପାରିଥିଲା । ତେବେ ଫିଲିପ୍ଟ ଆଉଟ୍ ହେବା ପରେ ଦଳ ଅଳ୍ପ କିଛି ରନ ଯୋଗ କରି ୧୦୮ରେ ଅଲଆଉଟ ହୋଇଯାଇଥିଲା ।

ଏହାପରେ ଭାରତ ବ୍ୟାଟିଂ କରି ଅତି ସହଜରେ ମ୍ୟାଚକୁ ଜିତି ନେଇଥିଲା। ଓପନ କରୁଥିବା ରୋହିତ ଓ ଗିଲ୍‌ ଭଲଆରମ୍ଭ କରିବା ସହ ବିଜୟ ପାଇଁ ମୁଳଦୁଆ ପକାଇଥିଲେ। ରୋହିତ ୫୧ ରନ୍‌ କରି ଆଉଟ ହେଇଥିବା ବେଳେ ଶୁଭମନ୍‌ ଶିଲ୍‌ ୪୦ ରନ୍‌ରେ ଅପରାଜିତ ରହିଥିଲେ। ସେହିପରି କୋହଲି ୧୧ ରନ୍‌ କରି ଆଉଟ ହୋଇଥିବା ବେଳେ ଇସାନ କିଶାନ ୮ ରନ୍‌ରେ ଅପରାଜିତ ରହିଥିଲେ।

Leave A Reply

Your email address will not be published.