ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦ୍ଵିତୀୟ ଟି-୨୦: ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି, ଡେବ୍ୟୁ କରିବେ ଏହି ଦୁଇ ଭାରତୀୟ ଯୁବ ଖେଳାଳି

ଅହମ୍ମଦାବାଦ୍‍ : ମୋଟେରାର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଖେଳାଯାଉଥିବା ୨ୟ ଟି-୨୦ରେ ଭାରତ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି । ପ୍ରଥମ ଟି-୨୦ରେ ଶୋଚନୀୟ ପରାଜୟ ବରଣ କରିଥିବା ଟିମ୍‌ ଇଣ୍ଡିଆ ଏହି ମ୍ୟାଚ୍‌ ଜିତି ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି। ଆଜି ଭାରତୀୟ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି । ଶିଖର ଧଓ୍ବନ ଓ ଅକ୍ଷର ପଟେଲଙ୍କ ସ୍ଥାନରେ ଇଶାନ କିଷନ ଓ ସୂର୍ଯ୍ୟକୁମାର ଯାଦବ ଖେଳୁଛନ୍ତି । ଟସ ଜିତିବା ପରେ ଭାରତର ଅଧିନାୟକ ବିରାଟ କୋହଲି କହିଛନ୍ତି ଯେ ଗତ ମ୍ୟାଚରେ କାକରର କୌଣସି ପ୍ରଭାବ ନଥିଲା । ଏଣୁ ଆମେ ବୋଲିଂ କରି ବିପକ୍ଷ ଦଳକୁ କମ ରନରେ ସୀମିତ କରିବାକୁ ଚେଷ୍ଟା କରିବୁ ।

ଅନ୍ୟପକ୍ଷରେ ଇଂଲଣ୍ଡ ଦଳର ଅଧିନାୟକ ଇଅନ ମୋର୍ଗାନ କହିଛନ୍ତି ଯେ ଏହା ଏକ ଉତ୍ତମ ପିଚ । ତେବେ ଆଜି ବଡ଼ ସ୍କୋର ହେବ ନାହିଁ । ଇଂଲଣ୍ଡ ଦଳରେ ଆଜି ଗୋଟିଏ ପରିବର୍ତ୍ତନ କରାଯାଇଛି । ମାର୍କ ଉଡଙ୍କ ସ୍ଥାନରେ ଟମ କୁରାନଙ୍କୁ ଖେଳାଯାଉଛି ।

Leave A Reply

Your email address will not be published.