ଚୀନ୍ ସୀମାରେ ଏସ୍-୪୦୦ ମୁତୟନ କରିବ ଭାରତ

ନୂଆଦିଲ୍ଲୀ: ସୀମା ବିବାଦକୁ ନେଇ ସମାଧାନର ବାଟ ବାହାର କରିବାକୁ ଭାରତ ଏବଂ ଚୀନ ମଧ୍ୟରେ ଆଲୋଚନା ଜାରି ରହିଥÒଲେ ହେଁ ଚୀନ ସେନା ପକ୍ଷରୁ ବାରମ୍ବାର ଭାରତକୁ ଉସୁକାଇବା ଭଳି କାର୍ଯ୍ୟ କରାଯାଉଛି। ବିଗତ କିଛି ଦିନ ହେଲା ଚୀନ୍ର ଲଢୁଆ ବିମାନ ଏଲଏସି ନିକଟରେ ଉଡ଼ାଣ କରୁଥିବାରୁ ଏହାକୁ ନେଇ ଭାରତୀୟ ସେନା ପକ୍ଷରୁ ମଧ୍ୟ ଅନୁରୂପ ପଦକ୍ଷେପ ନିଆଯାଇଛି। ବର୍ତ୍ତମାନ ଲଦାଖ ସୀମାର ପୂର୍ବ ଭାଗରେ ବାୟୁସେନା ପକ୍ଷରୁ ରାଫେଲ ସମେତ ମିରେଜ ଏବଂ ମିଗ୍ ଯୁଦ୍ଧ ବିମାନ ମୁତୟନ କରାଯାଇ ଶତ୍ରୁ ପକ୍ଷକୁ କୌଣସି ସ୍ଥିତିରେ ମୁକାବିଲା କରିବାକୁ ସଜାଗ ରଖାଯାଇଛି।
ଏହାବ୍ୟତୀତ ଖୁବଶୀଘ୍ର ଏଲଏସି ନିକଟରେ ଭାରତ ଏସ୍-୪୦୦ ଏୟାର ଡିଫେନ୍ସ ସିଷ୍ଟମ ମୁତୟନ କରିବାକୁ ନିଷ୍ପତ୍ତି ନେଇଥÒବା ସୂଚନା ମିଳିଛି। ଆସନ୍ତା ୩ ରୁ ୪ ମାସ ମଧ୍ୟରେ ଏହାକୁ ମୁତୟନ କରାଯାଇପାରେ। ରୁଷଠାରୁ ମିଳିଥିବା ପ୍ରଥମ ଏସ-୪୦୦ ପାକିସ୍ତାନ ସୀମାରେ ମୁତୟନ ହୋଇଛି। ବର୍ତ୍ତମାନ ରୁଷିଆରୁ ଦ୍ବିତୀୟ ପର୍ଯ୍ୟାୟ ଏସ୍-୪୦୦ ଯୋଗାଣ ଆରମ୍ଭ ହୋଇଯାଇଥିବାବେଳେ ଏହାକୁ ଚୀନ ସୀମାରେ ମୁତୟନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହାପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ଆସିଥÒବା ଏସ୍-୪୦୦ ସ୍କ୍ବାର୍ଡନକୁ ପାକିସ୍ତାନ ସୀମା ନିକଟରେ ମୁତୟନ କରାଯାଇ ସାରିଛି।