ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଚାନ୍ଦିପୁରରେ ସଫଳତା ସହ ପରୀକ୍ଷଣ ହେଲା ଇଣ୍ଡିଜେନିୟସ ଟେକ୍ନୋଲଜି କ୍ରୁଇଜ୍ ମିଜାଇଲ

ଚାନ୍ଦିପୁର: ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ ନମ୍ବର ଲଞ୍ଚପ୍ୟାଡରୁ ପରୀକ୍ଷଣ ହେଲା  ITCM । ସକାଳ ୧୦ଟା ୩୫ ମିନିଟରେ ଉତକ୍ଷେପଣ ହୋଇଛି ଇଣ୍ଡିଜେନିୟସ୍ ଟେକନୋଲୋଜି କ୍ରୁଜ୍ ମିଜାଇଲ୍ । ପରୀକ୍ଷା ସମୟରେ ପୂର୍ବରୁ ସ୍ଥିରିକୃତ ସମସ୍ତ ଟ୍ରାଜେଟୋରୀ ଅନୁସାରେ  ITCM ଗତି କରିଥିବା ପ୍ରତିରକ୍ଷା ବିଭାଗ ତରଫରୁ କୁହାଯାଇଛି ।

ଆଜି ପରୀକ୍ଷା ହୋଇଥିବା କ୍ଷେପଣାସ୍ତ୍ରରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ମାନିକ୍‌ ଇଞ୍ଜିନକୁ ବ୍ୟବହାର କରାଯାଇଛି । ଏହି ଇଞ୍ଜିନ୍‌ ପୂର୍ବ ଇଞ୍ଜିନ୍‌ ଅପେକ୍ଷା ଅଧିକ ହାଲୁକା ଥିବାବେଳେ, ଏହାର ବେଗ ମଧ୍ୟ ଅଧିକ ବୋଲି କୁହାଯାଉଛି । ଭାରତ ଡାଏନାମିକ୍ ଲିମିଟେଡ ଦ୍ୱାରା ନିର୍ମିତ  ITCMର ଓଜନ ୧୫୦୦ କିଲୋଗ୍ରାମ ଥିବାବେଳେ, ଲମ୍ବ ୬ ମିଟର ଓ ମୋଟେଇ ୦.୫୨ ମିଟର ରହିଛି । ଏହି ମିଜାଇଲରେ ୨୦୦ରୁ ୩୦୦ କିଲୋଗ୍ରାମ ପର୍ୟ୍ୟନ୍ତ ଉଭୟ ପାରମ୍ପାରିକ ଓ ଆଣବିକ ଯୁଦ୍ଧାସ୍ତ୍ର ସହିତ ୧ ହଜାର କିଲୋମିଟର ପର୍ୟ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ ।

Leave A Reply

Your email address will not be published.