ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବ୍ରହ୍ମୋସ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ : ଆଇଏନଏସ ଯୁଦ୍ଧପୋତ ବିଶାଖାପଟ୍ଟନମରେ ଭାରତୀୟ ନୌସେନା ମଙ୍ଗଳବାର ବ୍ରହ୍ମୋସ ସୁପର ସୋନିକ କ୍ରୁଜ ମିସାଇଲର ସଫଳ ପରୀକ୍ଷଣ କରାଯାଇଛି। କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅଭିନନ୍ଦନ ଜଣାଇଛନ୍ତି। ଏହି ମିଶାଇଲ ସମୁଦ୍ରରୁ ସମୁଦ୍ରକୁ ଲକ୍ଷ୍ୟଭେଦ କରି ପାରିବାରେ ସକ୍ଷମ।

ସୂଚନା ଅନୁଯାୟୀ, କ୍ଷେପଣାସ୍ତ୍ର ଭାରତ ଓ ରୁଷର ମିଳିତ ଉଦ୍ୟମ ଏବଂ ଭାରତୀୟ ଅନୁସନ୍ଧାନ ଓ ବିକାସ ସଙ୍ଗଠନ(DRDO) ଦ୍ଵାରା ବିକଶିତ। ସମୁଦ୍ରରୁ ସମୁଦ୍ରକୁ ଲକ୍ଷ୍ୟଭେଦ କରିପାରୁଥିବା ଏହି ଦୂରଗାମୀ କ୍ଷେପଣାସ୍ତ୍ରଟି ସଠିକ୍ ଲକ୍ଷ୍ୟଭେଦ କରିବାରେ ସଫଳ ହୋଇଛ। ବ୍ରହ୍ମୋସ ଭାରତୀୟ ନୌସେନାର ଯୁଦ୍ଧପୋତର ମୁଖ୍ୟ ଅସ୍ତ୍ର ଅଟେ। ଏହାକୁ ନୌସେନାର ସମସ୍ତ ପ୍ଲାଟଫର୍ମରେ ନିୟୋଜିତ କରାଯାଇଛି। ଏହାର ପାଣି ଭିତର ସଂସ୍କରଣ ମଧ୍ୟ ବିକଶିତ କରାଯାଉଛି। ଯାହାର ବ୍ୟବହାର କେବଳ ଭାରତ ନୁହେଁ ଭାରତର ମିତ୍ର ରାଷ୍ଟ୍ରମାନଙ୍କୁ ରପ୍ତାନୀ ପାଇଁ ମଧ୍ୟ ପ୍ରଦାନ କରାଯିବ।

Leave A Reply

Your email address will not be published.