ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦେଶରେ କୋଇଲା ସଙ୍କଟ : ୧୨ ରାଜ୍ୟକୁ ଅନ୍ଧାର ଭୟ !

ନୂଆଦିଲ୍ଲୀ : ଖରା ତାତିରେ ଦେଶ ବ୍ୟାପୀ ଦେଖିବାକୁ ମିଳିଲାଣି ଘୋର ବିଜୁଳି ସମସ୍ୟା। ବର୍ଦ୍ଧିତ ବିଦ୍ୟୁତ୍ ଚାହିଦା ସହ କୋଇଲା ଯୋଗାଣରେ ହ୍ରାସ ସମସ୍ୟାକୁ ଦ୍ବିଗୁଣିତ କରିଦେଇଛି। ବିଦ୍ୟୁତ ପ୍ଲାଣ୍ଟଗୁଡିକରେ କୋଇଲା ଯୋଗାଣରେ ହ୍ରାସ ଯୋଗୁ ଏବେ ଦେଶର ୧୨ ରାଜ୍ୟରେ ଉତ୍କଟ ବିଜୁଳି ସଙ୍କଟ ଦେଖାଯିବା ଆଶଙ୍କା କରାଯାଉଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି କେନ୍ଦ୍ର ସରକାର ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ବାସବଭବନରେ ଡକାଯାଇଥିବା ଏହି ବୈଠକରେ କୋଇଲା, ଶକ୍ତି ଏବଂ ରେଳ ବିଭାଗ ମନ୍ତ୍ରୀ ଉପସ୍ଥିତ ରହି ବିଦ୍ୟୁତ୍ ପ୍ଲାଣ୍ଟକୁ କୋଇଲା ପରିବହନ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ।

ଉତ୍ତରପ୍ରଦେଶର ୧୩ଟିରୁ ୧୧ଟି ବିଦ୍ୟୁତ ପ୍ଲାଣ୍ଟରେ କୋଇଲା ଷ୍ଟକ୍‌ ପରିମାଣ ସଙ୍କଟଜନକ ସ୍ଥିତିରେ ପହଞ୍ଚିଛି। ଏଭଳି ଉତ୍କଟ ବିଦ୍ୟୁତ ସ୍ଥିତିକୁ ଦେଖି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କ ଟିମ୍‌ -୦୯ ସହ ରାଜ୍ୟର ୭୫ ଜିଲାରେ ରୋଷ୍ଟର ଭିତ୍ତିରେ ବିଦ୍ୟୁତ ଯୋଗାଣ ନେଇ ଆଲୋଚନା କରିଛନ୍ତି।ସୋମବାର ଅପରାହ୍ନରେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହାଙ୍କ ଘରେ କୋଇଲା ସଙ୍କଟ ଉପରେ ବଡ ଏକ ବଡ଼ ବୈଠକ ଶେଷ ହୋଇଛି। ଏହି ବୈଠକରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଶକ୍ତି ମନ୍ତ୍ରୀ ଆର.କେ ସିଂ ଏବଂ କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଉପସ୍ଥିତ ଥିଲେ। କୋଇଲା ଏବଂ ଶକ୍ତି ସଚିବଙ୍କ ସମେତ ବହୁ ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ। ବୈଠକରେ କୋଇଲା ଷ୍ଟକ୍‌ର ବର୍ତ୍ତମାନର ସ୍ଥିତି ଏବଂ ଉପଲବ୍ଧତାର ସୁଗମ ଯୋଗାଣ ଉପରେ ସମୀକ୍ଷା କରାଯାଇଥିଲା।

ଅଲ୍‌ ଇଣ୍ଡିଆ ଇଲେକ୍ଟ୍ରିସିଟି ଇଞ୍ଜିନିୟର ଫେଡେରେସନ୍ (ଏଆଇପିଇଏଫ୍‌) ତଥ୍ୟାନୁଯାୟୀ, ରାଜସ୍ଥାନ, ମଧ୍ୟପ୍ରଦେଶ, ବିହାର ଏବଂ ଉତ୍ତରପ୍ରଦେଶ ସମେତ ଦେଶର ୧୨ଟି ରାଜ୍ୟ ବର୍ତ୍ତମାନ ବିଦ୍ୟୁତ ସଙ୍କଟ ଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏ ସମ୍ପର୍କରେ ଏଆଇପିଇଏଫ୍‌ ମୁଖପାତ୍ର ଭି.କେ ଗୁପ୍ତା କହିଛନ୍ତି ଯେ ଗ୍ରୀଷ୍ମ ଦିନରେ ବିଦ୍ୟୁତ୍ ଚାହିଦା ବଢ଼ୁଥିବାରୁ ବିଦ୍ୟୁତ୍ ଉତ୍ପାଦନ ବୃଦ୍ଧି ପାଇଁ ଅଧିକ କୋଇଲା ଆବଶ୍ୟକ ପଡ଼ୁଛି। ସାରା ଦେଶରେ ପ୍ରବଳ ଖରା ତାତି ମଧ୍ୟରେ ବିଦ୍ୟୁତ୍ ଯୋଗାଣ ରେକର୍ଡ ସ୍ତରରେ ପହଞ୍ଚିଛି। ୨୬ ଏପ୍ରିଲରେ ବିଦ୍ୟୁତ୍ ଯୋଗାଣ ରେକର୍ଡ ୨୦୧.୬୫ ଗିଗାୱାଟ୍‌ ଛୁଇଁଥିବାବେଳେ ୨୮ ଏପ୍ରିଲରେ ୨୦୪.୬୫ ଗିଗାୱାଟ୍‌ ଏବଂ ୨୯ ଏପ୍ରିଲରେ ୨୦୭.୧୧ ଗିଗାୱାଟ୍‌ର ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଥିଲା।ତାପଜ ବିଦ୍ୟୁତ ପ୍ଲାଣ୍ଟରୁ ଭାରତ ପ୍ରାୟ ୨୦୦ ଗିଗାୱାଟ୍‌ ବିଦ୍ୟୁତ୍ ଉତ୍ପାଦନ କରିଥାଏ । ଦେଶରେ ୧୫୦ ଟି କୋଇଲା ଚାଳିତ ତାପଜ ବିଦ୍ୟୁତ୍ ପ୍ଲାଣ୍ଟ ରହିଛି।

Leave A Reply

Your email address will not be published.