ଇଂଲଣ୍ଡ ବିପକ୍ଷ ଟି-୨୦ ପାଇଁ ଭାରତୀୟ ଦଳ ଘୋଷଣା; ସୂର୍ଯ୍ୟ, କିଶାନ ଓ ତେୱାତିଆ ନୂଆ ମୁହଁ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଆଗାମୀ ୫ ମ୍ୟାଚ୍ବିଶିଷ୍ଟ ଟି-୨୦ ସିରିଜ ଲାଗି ଶନିବାର ଘରୋଇ ଭାରତୀୟ ଦଳ ଘୋଷଣା କରାଯାଇଛି। ଋଷଭ ପନ୍ତ ଘୋଷିତ ୧୯ ଜଣିଆ ଦଳରେ ସ୍ଥାନ ପାଇଛନ୍ତି। ଏଥିସହ ସୀମିତ ଓଭର କ୍ରିକେଟକୁ ପନ୍ତଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି। ଅସ୍ଥିର ପ୍ରଦର୍ଶନ ଲାଗି ଅଷ୍ଟ୍ରେଲିଆ ବିପକ୍ଷ ସୀମିତ ଓଭର ସିରିଜରୁ ପନ୍ତଙ୍କୁ ବାଦ୍ ଦିଆଯାଇଥିଲା। ସେହିଭଳି ନୂଆ ମୁହଁ ଭାବେ ଭାବେ ଇଶାନ କିଶାନ, ସୂର୍ଯ୍ୟକୁମାର ଯାଦବ ଓ ରାହୁଲ ତେୱାତିଆ ପ୍ରଥମଥର ଲାଗି ଟି-୨୦ ଦଳରେ ସ୍ଥାନ ପାଇଛନ୍ତି। ଝାଡ଼ଖଣ୍ଡ ୱିକେଟ୍କିପର କିଶାନ ଚଳିତ ବର୍ଷ ଆଇପିଏଲ୍ ସମେତ ସୟଦ ମୁସ୍ତାକ ଅଲ୍ଲୀ ଟି-୨୦ ଟୁର୍ଣ୍ଣାମେଣ୍ଟରେ ବେଶ୍ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ସେହିଭଳି ଶନିବାରଠାରୁ ଆରମ୍ଭ ହୋଇଥିବା ବିଜୟ ହଜାରେ ଟ୍ରଫିରେ ଏହି ଝାଡ଼ଖଣ୍ଡ ବ୍ୟାଟ୍ସମ୍ୟାନ ୯୪ ବଲରୁ ୧୭୩ ରନର ବିସ୍ଫୋରକ ଇନିଂସ ଖେଳି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ଭାରତୀୟ ଟି-୨୦ ଦଳ:
ବିରାଟ କୋହଲି (ଅଧିନାୟକ), ରୋହିତ୍ ଶର୍ମା (ଉପ-ଅଧିନାୟକ), ଲୋକେଶ ରାହୁଲ, ଶିଖର ଧାୱନ, ଶ୍ରେୟସ ଆୟାର, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ରିଷଭ ପନ୍ତ, ଇଶାନ କିଶାନ (ଉଭୟ ୱିକେଟ୍କିପର), ୟୁଜବେନ୍ଦ୍ର ଚହଲ, ବରୁଣ ଚକ୍ରବର୍ତ୍ତୀ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ରାହୁଲ ତେୱାତିଆ, ଟି. ନଟରାଜନ, ଭୁବନେଶ୍ୱର କୁମାର, ଦୀପକ ଚହର, ନବଦୀପ ସଇନୀ ଓ ଶାର୍ଦ୍ଦୁଳ ଠାକୁର।