ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବାରବାଟୀକୁ ଫେରିଲା ଅନ୍ତର୍ଜାତୀୟ ମ୍ୟାଚ, ଜୁନ ୧୨ରେ ଖେଳାଯିବ ଭାରତ ଏବଂ ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍

କଟକ : ବାରବାଟୀକୁ ଫେରିଲା ଅନ୍ତର୍ଜାତୀୟ ଟି-୨୦। ଜୁନ୍‌ ୧୨ ତାରିଖରେ ଐତିହାସିକ ବାରବାଟୀ ଷ୍ଟାଡିୟମ୍‌ରେ ଏହି ମ୍ୟାଚ୍‌ ଖେଳାଯିବ । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏହି ମ୍ୟାଚ୍‌ ଖେଳାଯିବ ବୋଲି ଆଜି ସୂଚନା ଦେଇଛନ୍ତି ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ ସମ୍ପାଦକ ସଞ୍ଜୟ ବେହେରା ।

ବିସିସିଆଇ ତରଫରୁ ସୂଚନା ମିଳିବା ପରେ ଓସିଏ ଏହି ଟି୨୦ ମ୍ୟାଚ୍‌ ସମ୍ପର୍କରେ ଗଣମାଧ୍ୟମକୁ ଜଣାଇଛି । ଭାରତ ଗସ୍ତରେ ଆସୁଥିବା ଦକ୍ଷିଣ ଆଫ୍ରିକା ଦଳ ସିରିଜ୍‌ର ଦ୍ୱିତୀୟ ଟି୨୦ ମ୍ୟାଚ୍‌ ବାରବାଟୀରେ ଖେଳିବ । ପୂର୍ବରୁ ଏ ନେଇ ସୂଚନା ମିଳିଥିଲେ ମଧ୍ୟ ବିସିସିଆଇ ବିଧିବଦ୍ଧ ଭାବେ ଘୋଷଣା କରିନଥିଲା । ଯଦି ସେତେବେଳେ କୋଭିଡ୍‌ ନେଇ କୌଣସି କଟକଣା ନଥିବ ତେବେ ଦର୍ଶକମାନେ ଏହି ମ୍ୟାଚ୍‌କୁ ଷ୍ଟାଡିୟମ୍‌ରେ ବସି ଉପଭୋଗ କରି ପାରିବେ ।

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ସିରିଜ୍ ଆଇପିଏଲ ୨୦୨୨ ପରେ ଜୁନରେ ଖେଳାଯିବ। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ୍‌ର ଟି-୨୦ ସିରିଜ୍ ପାଞ୍ଚଟି ସ୍ଥାନରେ ଖେଳାଯିବ। ଟି-୨୦ ସିରିଜ୍ କଟକ, ବିଶାଖାପଟ୍ଟନମ, ଦିଲ୍ଲୀ, ରାଜକୋଟ ଏବଂ ଚେନ୍ନାଇରେ ଖେଳାଯିବ।ସିରିଜର ଦ୍ୱିତୀୟ ମ୍ୟାଚଟି ବାରବାଟୀରେ ଜୁନ୍ ୧୨ରେ ଖେଳାଯିବ।

ସୂଚନା ଥାଉ କି ଶେଷ ଥର ପାଇଁ ବାରବାଟୀ ଷ୍ଟାଡିୟମରେ ୨୦୧୯ ଡିସେମ୍ବର ୨୨ ତାରିଖରେ ଏକ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳା ଯାଇଥିଲା । ଚଳିତ ବର୍ଷ ଫେବ୍ରୁଆରୀ ୧୫ ତାରିଖରେ ଭାରତ ଓ େଓ୍ଵଷ୍ଟଇଣ୍ଡିଜ୍‌ ମଧ୍ୟରେ ଟି୨୦ ମ୍ୟାଚ୍‌ ହେବାର ଥିଲା । ତେବେ ପରେ ଏ ନେଇ ନିଷ୍ପତ୍ତି ବଦଳି ଯାଇଥିଲା । କରୋନା କଟକଣା କାରଣରୁ ଏହି ମ୍ୟାଚ୍ କୋଲକାତାକୁ ସ୍ଥାନାନ୍ତର ହୋଇଥିଲା । ତେଣୁ ଓଡ଼ିଶାର କ୍ରିକେଟ୍‌ ପ୍ରେମୀ ନିରାଶ ହୋଇଥିଲେ ।

Leave A Reply

Your email address will not be published.