ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପ୍ରଥମ ଦିନିକିଆ : ନ୍ୟୁଜିଲାଣ୍ଡକୁ ୩୦୭ ରନ୍‌ର ଟାର୍ଗେଟ ଦେଲା ଟିମ୍‌ ଇଣ୍ଡିଆ 

ଅକ୍‍ଲାଣ୍ଡ: ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ୍‍ ଦଳ ଶୁକ୍ରବାରଠାରୁ ଘରୋଇ ଦଳ ବିପକ୍ଷରେ ଏକଦିବସୀୟ ସିରିଜ ଖେଳୁଛି। ତିନି ମ୍ୟାଚ୍‍ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଆଜି ଅକ୍‍ଲାଣ୍ଡର ଇଡେନ ପାର୍କରେ ଖେଳାଯାଉଛି। ଏହି ମ୍ୟାଚରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ୫୦ ଓଭରରେ ୭ ଓ୍ଵିକେଟ୍ ହରାଇ ୩୦୬ ରନ କରିଛି।

ଆଜି ସକାଳ ୬.୩୦ରେ ଅକ୍‌ଲାଣ୍ଡ୍‌ସ୍ଥିତ ଇଡେନ୍‌ ପାର୍କରେ ନ୍ୟୁଜିଲାଣ୍ଡ ଏବଂ ଭାରତ ମଧ୍ୟରେ ଆରମ୍ଭ ହୋଇଥିବା ପ୍ରଥମ ଆନ୍ତର୍ଜାତିକ ଦିନିକିଆ କ୍ରିକେଟ୍‌ ମ୍ୟାଚ୍‌ରେ ଟସ୍‌ ଜିଣିବା ପରେ ନ୍ୟୁଜିଲାଣ୍ଡର ଅଧିନାୟକ କେନ୍‌ ୱିଲିୟମ୍‌ସନ୍‌ ଭାରତକୁ ବ୍ୟାଟିଙ୍ଗ୍‌ କରିବା ପାଇଁ ଆମନ୍ତ୍ରଣ କରିଥିଲେ। ପ୍ରଥମେ ବ୍ୟାଟିଂ କରୁଥିବା ଭାରତର ଓପନ୍‌ର ବ୍ୟାଟର ଭଲ ପଦର୍ଶନ କରିଥିଲେ। ଅଧିନାୟକ ଶିଖର ଧାଓ୍ଵନ ଓ ଶୁଭମାନ ଗିଲ୍ ଭଲ ଆରମ୍ଭ କରିଥିଲେ। ଦୁହେଁ ଦମଦାର ଖେଳ ପଦର୍ଶନ କରିଥିଲେ ।

ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୭ ଓ୍ଵିକେଟ୍ ହରାଇ ୩୦୬ ରନ କରିଛି। ଦଳ ପକ୍ଷରୁ ଶ୍ରେୟସ ଆୟର ସର୍ବାଧିକ ୮୦ ରନର ବହୁମୂଲ୍ୟ ଇନିଂସ ଖେଳିଛନ୍ତି। ତାଙ୍କ ବ୍ୟତୀତ ଅଧିନାୟକ ଶିଖର ଧାଓ୍ଵନ ୭୨ ରନ ଏବଂ ଶୁଭମାନ ଗିଲ୍ ୫୦ ରନ କରିଛନ୍ତି। ସଞ୍ଜୁ ସାମନ ୩୬ ରନ କରିଥିବା ବେଳେ ଓ୍ଵାଶିଂଟନ ସୁନ୍ଦର ୧୬ ବଲ୍‌ ୩୭ ରନର ଅପରାଜିତ ଧୂଆଁଧାର ଇନିଂସ ଖେଳିଛନ୍ତି।ନ୍ୟୁଜିଲାଣ୍ଡ ପକ୍ଷରୁ ଲୋକି ଫର୍ଗ୍ୟୁସନ ୩ଟି ଓ୍ଵିକେଟ୍, ଟିମ ସାଉଦି ୩ ଟି ଓ୍ଵିକେଟ୍ ଓ ଆଦାମ ମିଲେନ ଗୋଟିଏ ୱିକେଟ ନେଇଥିଲେ।

Leave A Reply

Your email address will not be published.