ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆସନ୍ତାକାଲି ଉଦଘାଟିତ ହେବ ସ୍ବଦେଶୀ କାରିଗରିରେ ନିର୍ମିତ ଦେଶର ସର୍ବବୃହତ ମହାଶକ୍ତିଶାଳୀ ଯୁଦ୍ଧ ଜାହାଜ ଆଇଏନଏସ ବିକ୍ରାନ୍ତ

ନୂଆଦିଲ୍ଲୀ: ଶକ୍ତିଶାଳୀ ହେବ ଭାରତୀୟ ନୌସେନା । ପ୍ରତିରକ୍ଷା କ୍ଷେତ୍ର ପାଇଁ ଏକ ପ୍ରକାର କବଚ ସାଜିବ ଆଇଏନଏସ ବିକ୍ରାନ୍ତ। ଶୁକ୍ରବାର ଉଦଘାଟିତ ହେବ ଏହି ଆଇଏନଏସ ବିକ୍ରାନ୍ତ । ସ୍ବଦେଶୀ କାରିଗରିରେ ନିର୍ମିତ ଦେଶର ସର୍ବବୃହତ ମହାଶକ୍ତିଶାଳୀ ଯୁଦ୍ଧ ଜାହାଜ ଆଇଏନଏସ ବିକ୍ରାନ୍ତ । କେରଳ କୋଚି ସିପୟାର୍ଡରୁ ବିକ୍ରାନ୍ତକୁ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭାରତୀୟ ନୌସେନାର ଓ୍ବାରସିପ ଡିଜାଇନ ବ୍ୟୁରୋ ଦ୍ବାରା ନିର୍ମିତ ଏୟାରକ୍ରାଫ୍ଟ କ୍ୟାରିୟର ଉତ୍ସର୍ଗ ପରେ ଦେଶର ସାମୁଦ୍ରିକ ପ୍ରତିରକ୍ଷା କ୍ଷେତ୍ରରେ ଯୋଡ଼ାହେବ ନୂଆ ଇତିହାସ ।

INS Vikrantର ଲମ୍ବ ୨୬୨ ମିଟର। ଚଉଡା ମଧ୍ୟ ପ୍ରାୟ ୬୨ ମିଟର ଅଟେ । ଏହାର ଉଚ୍ଚତା ୫୯  ମିଟର ହୋଇଥିବା ବେଳେ ଏହାର ବିମ୍ ୬୨ ମିଟର ଅଟେ।  ଯୁଦ୍ଧ ବିମାନରେ ୧୫  ଡେକ୍ ଏବଂ ୨୩୦୦ କମ୍ପାର୍ଟମେଣ୍ଟ ଅଛି ଯାହାକି ୧୭୦୦୦ ରୁ ଅଧିକ କ୍ରୁଙ୍କୁ ରଖି ପାରିବ । ସେଥିରେ ମହିଳା ଅଧିକାରୀଙ୍କ ପାଇଁ ଅଲଗା କ୍ୟାବିନ ତିଆରି କରାଯାଇଛି। ଏହା ବ୍ୟତୀତ, ଆଇସିୟୁରୁ ​​ମେଡିକାଲ ଏବଂ  ବୈଜ୍ଞାନିକ ଲାବୋରେଟୋରୀ ସହିତ ଜଡିତ ସମସ୍ତ ସେବା ମଧ୍ୟ ଅଛି। INS Vikrantର ଓଜନ ପ୍ରାୟ ୪୦ ହଜାର ଟନ୍। ଯାହା ଭାରତରେ ନିର୍ମିତ ଅନ୍ୟ ଜାହାଜ ତୁଳନାରେ ଏହା ଭାରୀ ଏବଂ ବଡ।

INS Vikrantର ପ୍ରକୃତ ଶକ୍ତି ସମୁଦ୍ରରେ ଦେଖାଇବ। ଯେଉଁଠାରେ ଏହାର ସର୍ବାଧିକ ଗତି ୨୮ ନଟ୍ ରହିଛି। ଅର୍ଥାତ୍ ଘଣ୍ଟା ପ୍ରତି ପ୍ରାୟ ୫୧ କିଲୋମିଟର ଗତି କରିପାରିବ। ଏହାର ସାଧାରଣ ଗତି ୧୮ ନଟ୍ ପର୍ଯ୍ୟନ୍ତ ଯଥା ଘଣ୍ଟା ପ୍ରତି ୩୩ କିଲୋମିଟର ରହିଛି। ଏହି ବିମାନ ଥରକେ ୭୫୦୦ ନଟିକାଲ୍ ମାଇଲ୍  ଯଥା ୧୩,୦୦୦+ କିଲୋମିଟର ଦୂରତା ଅତିକ୍ରମ କରିପାରିବ।

Leave A Reply

Your email address will not be published.