ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦେଶର ସ୍ଥିତି ଭୟଙ୍କର : ଦିନକରେ ୧୫ ଶହ ମୃତ, ଅଢ଼େଇ ଲକ୍ଷରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ କରୋନା ବିସ୍ଫୋରକ ରୂପ ଧାରଣ କରିସାରିଛି । ମହାମାରୀ ଅନିୟନ୍ତ୍ରିତ ମନେ ହେଉଛି । ପ୍ରତିଦିନ କୋଭିଡ ସଂକ୍ରମଣର ନୂଆ ରେକର୍ଡ ସାମ୍ନାକୁ ଆସୁଛି। ସାଂଘାତିକ ହେଉଛି କରୋନାର ସେକେଣ୍ଡ ଓ୍ୱେଭ୍ । ସଂକ୍ରମଣ ସହ ହୁ ହୁ ହୋଇ ବଢୁଛି ମୃତ୍ୟୁସଂଖ୍ୟା । ଦୈନିକ ଡେଥ୍ କେସ୍ ଏବେ ମୁଣ୍ଡବିନ୍ଧାର କାରଣ ହୋଇଛି । ଗତ ୨୪ ଘଣ୍ଟାରେ କରୋନାରେ ସାରା ଦେଶରୁ ୧୫ଶହ ୧ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଅର୍ଥାତ ଦିନକରେ ଡେଥ୍ କେସ୍ ବଢିଛି ୧୧ ପ୍ରତିଶତ । ଗତକାଲି ଦେଶରେ କରୋନାରେ ଆଖି ବୁଜିଥିଲେ ୧୩ଶହ ୪୧ ସଂକ୍ରମିତ । ବର୍ତ୍ତମାନ ସୁଦ୍ଧା ଦେଶରେ ମହାମାରୀ ନେଲାଣି ୧ଲକ୍ଷ ୭୭ହଜାର ୧୫୦ ଜୀବନ ।

ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ ସମେତ ଅନେକ ରାଜ୍ୟରେ ଲକଡାଉନ୍, ନାଇଟ୍ କର୍ଫ୍ୟୁ ଆଦି ଲାଗିଥିଲେ ମଧ୍ୟ ସଂକ୍ରମଣ ଥମୁନାହିଁ। ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ଲକ୍ଷ ୬୧ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୫୦୧ଜଣଙ୍କ ମୃତ୍ୟୁ ହୋଇଛି ।


ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୨ ଲକ୍ଷ ୬୧ ହଜାର ୫୦୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୧୫୦୦ ଟପିଛି । ୨୪ ଘଣ୍ଟା ମଧ୍ୟରେ ୧୫୦୧ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୪୭ ଲକ୍ଷ ୮୮ହଜାର ୧୦୯ରେ ପହଞ୍ଚିଛି।

ଦେଶରେ କରୋନାର ଦ୍ୱିତୀୟ ଲହରରେ ସ୍ୱାସ୍ଥ୍ୟବ୍ୟବସ୍ଥା ଭୁଶୁଡି ପଡିଛି। ଅଧିକାଂଶ ରାଜ୍ୟରେ ଅମ୍ଳଜାନ, ବେଡ୍ ଏବଂ ଟିକାର ଅଭାବ ଦେଖିବାକୁ ମିଳୁଛି । ବର୍ତ୍ତମାନ ସୁଦ୍ଧା ୧୨ କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି । ଆଇସିଏମଆର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୬,୮୪,୯୫୬ ଜଣଙ୍କର ଟିକାକରଣ କରାଯାଇଥିବା ବେଳେ ଏପର୍ଯ୍ୟନ୍ତ ସମୁଦାୟ ୧୨,୨୬,୨୨,୫୯୦ ଲୋକଙ୍କୁ କରୋନା ଟିକା ଦିଆଯାଇଛି।

Leave A Reply

Your email address will not be published.