ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦେଶରେ ବଢିଚାଲିଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧ ଲକ୍ଷ ୬୮ ହଜାରରୁ ଅଧିକ ନୂଆ କରୋନା ଆକ୍ରାନ୍ତ, ୨୭୭ ମୃତ

ନୂଆଦିଲ୍ଲୀ : ଦେଶରେ କରୋନାର ଅଣାୟତ୍ତ ଗତି ଲାଗି ରହିଛି। ବେଶ କିଛି ଦିନ ହେବ କରୋନା ଯେଉଁ ବେଗରେ ମାଡି ଚାଲିଛି ଆଉ ଥମିବାର ନାଁ ନେଉନାହିଁ । ଗତକାଲି ତୁଳନାରେ ଆଜି କରୋନାର ନୂଆ ମାମଲାରେ ହ୍ରାସ ଘଟିଥିଲେ ମଧ୍ୟ ବିପଦ ଟଳି ନାହିଁ । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୧ ଲକ୍ଷ ୬୮ ହଜାର ୬୩ ନୂଆ ମାମଲା ହୋଇଥିବାବେଳେ ୨୭୭ ଜଣଙ୍କର ମୃତ୍ୟୁ ହୋଇଛି। ଗତକାଲି ତୁଳନାରେ ଆଜି କରୋନାର ନୂତନ କ୍ଷେତ୍ରରେ ୬.୪ ପ୍ରତିଶତ ହ୍ରାସ ଘଟିଛି। ସୋମବାର ଦିନ ୧ ଲକ୍ଷ ୭୯ ହଜାର ନୂତନ ମାମଲା ଚିହ୍ନଟ ହୋଇଥିଲେ । ଦିନକରେ ୬୯,୯୫୯ ଜଣ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି । ଦେଶରେ ମୋଟ ସଂକ୍ରମିତ ସଂଖ୍ୟା ୩ କୋଟି ୫୮ ଲକ୍ଷ ୭୫ ହଜାର ୭୯୦ କୁ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ଏହି ମହାମାରୀରେ ୪ ଲକ୍ଷ ୮୪ ହଜାର ୨୧୩ ଲୋକ ପ୍ରାଣ ହରାଇଛନ୍ତି ।

କୋଭିଡ-୧୯ରୁ ଏପର୍ୟ୍ୟନ୍ତ ୩ କୋଟି ୪୫ ଲକ୍ଷ ୭୦ ହଜାର ୧୩୧ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ସକ୍ରିୟ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୮ ଲକ୍ଷ ୨୧ ହଜାର ୪୪୬ କୁ ବୃଦ୍ଧି ପାଇଛି । ସୋମବାର ଠାରୁ ଦେଶରେ ସ୍ବାସ୍ଥ୍ୟକର୍ମୀ, ସମ୍ମୁଖଭାଗ କୋଭିଡ୍ ଯୋଦ୍ଧା ଓ ଦୁରାରୋଗ୍ୟ ରେ ପୀଡ଼ିତ ୬୦ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ଲୋକଙ୍କୁ ବୁଷ୍ଟର ଡୋଜ୍ ଦିଆଯିବା ଆରମ୍ଭ ହୋଇଛି ।ମନ୍ତ୍ରଣାଳୟର ସୂଚନାନୁସାରେ, ସୋମବାର ସନ୍ଧ୍ୟା ୭ ଟା ପର୍ୟ୍ୟନ୍ତ ୮୨,୭୬,୧୫୮ ଡୋଜ ଦିଆଯାଇଥିଲା ଫଳରେ ଦେଶରେ ବର୍ତ୍ତମାନ ସୁଦ୍ଧା ସମୁଦାୟ ୧୫୨.୭୮ କୋଟି ଟିକା ଦିଆଯାଇଛି।

Leave A Reply

Your email address will not be published.