ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭୟଙ୍କର ରୂପ ନେଉଛି କରୋନା : ୨୪ ଘଣ୍ଟାରେ ୧ ଲକ୍ଷ ଟପିଲା ନୂଆ ସଂକ୍ରମିତଙ୍କ ସଂଖ୍ୟା , ୪୭୮ ମୃତ

ନୂଆଦିଲ୍ଲୀ : ଭାରତରେ କରୋନାର ଦ୍ବିତୀୟ ଲହର ସାଂଘାତିକ ସ୍ଥିତି ସୃଷ୍ଟି କଲାଣି। ପୂର୍ବାପେକ୍ଷା ଏହା ଅଧିକ ଦ୍ରୁତବେଗରେ ବ୍ୟାପିବାରେ ଲାଗିଛି। ଏଥିଯୋଗୁଁ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ଗତ ୬ ମାସରେ ସର୍ବାଧିକ ୧ ଲକ୍ଷ ୩ ହଜାର ୫୫୮  ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହିତ ଭାରତ ପୁଣିଥରେ ଦୈନିକ ସଂକ୍ରମଣରେ ବିଶ୍ବରେ ରେକର୍ଡ କରିଛି। ଏହି ସମୟରେ ବିଶ୍ବରେ ଦିନକରେ ଭାରତରୁ ସର୍ବାଧିକ ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଦେଶ ୪୭୮ ଜଣ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି।


କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦେଇଥିବା ତଥ୍ୟ ଅନୁସାରେ, ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୨୫ ଲକ୍ଷ ୮୯ ହଜାର ୬୭କୁ ବୃଦ୍ଧି ପାଇଛି। ସେହିପରି ସମୁଦାୟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୫ ହଜାର ୧୦୧ରେ ପହଞ୍ଚିଛି।  ବର୍ତ୍ତମାନ ଦେଶରେ ମୋଟ ୭ ଲକ୍ଷ ୪୧ ହଜାର ୮୩୦ଟି ସକ୍ରିୟ ମାମଲା ରହିଛି। ଅନ୍ୟପଟେ ୧ କୋଟି ୧୬ ଲକ୍ଷ ୮୨ ହଜାର ୧୩୬ ଜଣ କରୋନାରୁ ସୁସ୍ଥ ହଇଛନ୍ତି। ଗତକାଲି ସନ୍ଧ୍ୟା ସୁଦ୍ଧା ଦେଶରେ ମୋଟ ୭ କୋଟି ୯୧ ଲକ୍ଷ ୫ ହଜାର ୧୬୩ ଟିକା ନେଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି।

ନୂଆ ସଂକ୍ରମିତଙ୍କ ତାଲିକାରେ ମହାରାଷ୍ଟ୍ରର କେସ ସବୁଠାରୁ ଉର୍ଦ୍ଧ୍ବରେ ରହିଛି । ଗୋଟିଏ ଦିନରେ ମହାରାଷ୍ଟ୍ରରୁ ୫୭ ହଜାରରୁ ଅଧିକ କୋଭିଡ ମାମଲା ସାମ୍ନାକୁ ଆସିଛି । ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ମହାରାଷ୍ଟ୍ରରେ ଅଧିକ ରହିଛି । ତଥ୍ୟ ଅନୁଯାୟୀ ୨୨୨ ଜଣ କରୋନା ପଜିଟିଭଙ୍କ ମୃତ୍ୟୁ ଘଟିଛି ।  ଦୈନିକ ସଂକ୍ରମଣକୁ ୮ଟି ରାଜ୍ୟ ମହାରାଷ୍ଟ୍ର, ଛତିଶଗଡ, କର୍ଣ୍ଣାଟକ, ଦିଲ୍ଲୀ, ତାମିଲନାଡୁ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ଗୁଜରାଟର ୮୦.୯୬ ପ୍ରତିଶତ ଯୋଗଦାନ ରହିଛି। ତେବେ ଭାରତରେ ଦ୍ରୁତବେଗରେ କରୋନା ସଂକ୍ରମଣ ଦ୍ବିଗୁଣିତ ହେଉଛି। ଏପ୍ରିଲ ୪ ସୁଦ୍ଧା ଏହା ୧୧୫.୪ ଦିନ ରହିଛି। ଅନ୍ୟପକ୍ଷରେ ମୋଟ ମୃତ୍ୟସଂଖ୍ୟାକୁ ୫ ରାଜ୍ୟ ମହାରାଷ୍ଟ୍ର, କର୍ଣ୍ଣାଟକ, ଛତିଶଗଡ, କେରଳ ଏବଂ ପଞ୍ଜାବର ଯୋଗଦାନ ୭୬.୪୧ ପ୍ରତିଶତ ରହିଛି। ତେେବ ମହାରାଷ୍ଟ୍ରରେ ସର୍ବାଧିକ ୫୮.୧୯ ପ୍ରତିଶତ ରୋଗୀ ଚିକିତ୍ସିତ ହେଉଛନ୍ତି। ସେହିପରି ମହାରାଷ୍ଟ୍ର
ସମେତ ୧୨ ରାଜ୍ୟ ଛତିଶଗଡ, ପଞ୍ଜାବ, କର୍ଣ୍ଣାଟକ, ଦିଲ୍ଲୀ, ତାମିଲନାଡୁ, ମଧ୍ୟପ୍ରଦେଶ, ଗୁଜରାଟ, ହରିୟାଣା, ରାଜସ୍ଥାନ, ଉତ୍ତରପ୍ରଦେଶ ଏବଂ କେରଳରେ ଦୈନିକ ସଂକ୍ରମଣ ବଢିବାରେ ଲାଗିଛି।

Leave A Reply

Your email address will not be published.