ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଦର୍ଶକଙ୍କ ମଧ୍ୟରେ ବଢୁଛି ଉତ୍କଣ୍ଠା, ନିଜ ରଣନୀତି ବିଷୟରେ ଖୁଲାସା କଲେ ଉଭୟ କ୍ୟାପଟେନ୍‌

ସିଡନୀ : ଆସନ୍ତାକାଲି ଟି-୨୦ ବିଶ୍ଵକପ୍‌ରେ ଅଷ୍ଟ୍ରେଲିଆର ମେଲବର୍ଣ୍ଣ ଷ୍ଟାଡିୟମରେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦୀ ଭାରତ ଏବଂ ପାକିସ୍ତାନ ନିଜର ପ୍ରଥମ ମ୍ୟାଚ ଖେଳିଳେ । ମ୍ୟାଚକୁ ନେଇ ଉଭୟ ଦେଶର ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ବଢିବାରେ ଲାଗିଛି। ସୁପର-୧୨ରେ ଦୁଇ ଦଳର ଏହା ହେବ ପ୍ରଥମ ମୁକାବିଲା। ଦୁଇ ଦଳ ବିଜୟ ସହ ନିଜର ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବେ। ତେବେ ମ୍ୟାଚ ପୂର୍ବରୁ ଆଜି ସାମ୍ବାଦିକ ସମ୍ମିଳନୀରେ ଉଭୟ ଦଳର କ୍ୟାପଟେନ୍‌ ନିଜର ରଣନୀତି ବିଷୟରେ ଖୁଲାସା କରିଛନ୍ତି।

ପାକିସ୍ତାନ ବିପକ୍ଷ ମୁକାବିଲାରେ ଦଳର ଚୂଡାନ୍ତ ଏକାଦଶ କେମିତି ରହିବ ପ୍ରଶ୍ନର ଉତ୍ତରରେ ରୋହିତ କହିଛନ୍ତି, ସବୁ କିଛି ପାଣିପାଗ ଉପରେ ନିର୍ଭର କରେ। ପଡିଆର ପରିସ୍ଥିତି କଣ ରହିବ ଏବଂ ମ୍ୟାଚ୍‌ ସମୟରେ ପିଚ୍‌ କିଭଳି ରହିବ ଏହା ଦେଖିବାକୁ ପଡିବ। ତେଣୁ ସେ ସମୟର ପରିସ୍ଥିତିକୁ ଦୃଷ୍ଟିରେ ରଖି ଆମେ ଚୂଡାନ୍ତ ଏକାଦଶ ଚୟନ କରିବୁ ବୋଲି ରୋହିତ ଶର୍ମା କହିଛନ୍ତି। ଏହି ସମୟରେ ରୋହିତ ଶର୍ମା ରଣନୀତିକୁ ନେଇ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ସେ କହିଛନ୍ତି ଚୂଡାନ୍ତ ଏକାଦଶକୁ ନେଇ ସେ ସଂପୂର୍ଣ୍ଣ ଖୋଲା। ଯଦି ପ୍ରତିଟି ମ୍ୟାଚ୍‌ରେ ଦଳ ଏବଂ ପରିସ୍ଥିତି ହିସାବରେ ଚୂଡାନ୍ତ ଏକାଦଶରେ ଗୋଟିଏ ଦୁଇଟି ପରିବର୍ତ୍ତନ କରିବାକୁ ପଡେ ତେବେ ଏଥିପାଇଁ ଆମେ ସଂପୂର୍ଣ୍ଣ ପ୍ରସ୍ତୁତ।

ରୋହିତଙ୍କ ବୟାନରୁ ସ୍ପଷ୍ଟ ହୋଇ ଯାଇଛି ଯେ, ପ୍ରତ୍ୟେକ ମ୍ୟାଚ୍‌ରେ ଭାରତୀୟ ଦଳର ଚୂଡାନ୍ତ ଏକାଦଶରେ କିଛିଟା ପରିବର୍ତ୍ତନ ଦେଖିବାକୁ ମିଳିପାରେ। ତେବେ ଆସନ୍ତାକାଲିର ମ୍ୟାଚ୍‌ରେ ସବୁଠୁ ବଡ ପ୍ରଶ୍ନ ଦିନେଶ କାର୍ତ୍ତିକ ଏବଂ ଋଷଭ ପନ୍ତଙ୍କ ମଧ୍ୟରୁ କାହାକୁ ଚୂଡାନ୍ତ ଏକାଦଶରେ ସୁଯୋଗ ମିଳିବ। ଟି-୨୦ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ୬ ଥର ମୁହାଁମୁହିଁ ହୋଇଥିବା ବେଳେ ପାକିସ୍ତାନ ଗୋଟିଏ ମ୍ୟାଚ ଜିତିବାରେ ସଫଳ ହୋଇଛି । କିନ୍ତୁ ଗତ ବିଶ୍ୱକପରେ ପାକିସ୍ତାନଠୁ ଭାରତ ହାରିଥିବାରୁ ଏଥର ଭାରତୀୟ ଖେଳାଳୀଙ୍କ ଉପରେ ଚାପ ରହିପାରେ । ପାକିସ୍ତାନର ପେସ ବୋଲର ସାହୀନ ଆଫ୍ରିଦୀ ଦଳକୁ ଫେରିଥିବାରୁ ଭାରତ ଅପେକ୍ଷା ବୋଲିଂରେ ପାକିସ୍ତାନର ପଲା ଭାରି ରହିବ । କିନ୍ତୁ ଦୃଢ ବ୍ୟାଟିଂ ଲାଇନଅପ ଥିବା ଭାରତର ବ୍ୟାଟରମାନେ ପାକିସ୍ତାନ ବୋଲରଙ୍କୁ କିପରି ସାମ୍ନା କରୁଛନ୍ତି ତାହା ଉପରେ ସମସ୍ତଙ୍କର ନଜର ରହିଛି ।

ଅନ୍ୟପଟେ ମ୍ୟାଚ୍ ପୂର୍ବରୁ ପାକିସ୍ତାନ ଅଧିନାୟକ ବାବର ଆଜାମ ଆଜି ଗଣମାଧ୍ୟମକୁ କହିଛନ୍ତି ଯେ ପାକିସ୍ତାନ ଦଳ ଭାରତ ବିପକ୍ଷ ମ୍ୟାଚ ପାଇଁ କିପରି ପ୍ରସ୍ତୁତ ହେଉଛି । ଭାରତ ବିପକ୍ଷରେ ପାକିସ୍ତାନର ପ୍ଲେଇଂ ଇଲେଭେନ କ’ଣ ହେବ ସେ ବିଷୟରେ ମଧ୍ୟ ସେ ଜବାବ ରଖଥିଲେ । ସେ କହିଛନ୍ତି ଯେ ଶାନ ମାସୁଦ ସୁସ୍ଥ ଅଛନ୍ତି । ଭାରତ ବିପକ୍ଷ ମ୍ୟାଚ ପାଇଁ ଶାନ ମାସୁଦ ଉପଲବ୍ଧ ହେବ ।

ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ଅନୁଯାୟୀ ଫଖର ଜମାନଭାରତ ବିପକ୍ଷ ମ୍ୟାଚ ପାଇଁ ଉପଲବ୍ଧ ହେବେ ନାହିଁ । ବାସ୍ତବରେ, ଫଖର ଜମାନ ନିଜ ଆଘାତରୁ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାଁନ୍ତି । ବାବର ଆଜମ ପାକିସ୍ତାନର ମଧ୍ୟମ ଅର୍ଡର ବିଷୟରେ କଥାବାର୍ତ୍ତା କରି କହିଥିଲେ ଯେ ଦଳର ମଧ୍ୟମ କ୍ରମ ଉପରେ ମୋର ବିଶ୍ୱାସ ଅଛି, କୌଣସି ଖେଳାଳି ଏକ ବଡ଼ ପ୍ରଦର୍ଶନ ସହିତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଇପାରନ୍ତି । ଏଥିସହ ମ୍ୟାଚ୍ ଦିନ ବର୍ଷା ହେବାର ସମ୍ଭାବନା ବିଷୟରେ ସେ ମଧ୍ୟ କହିଛନ୍ତି । ବାବର ଆଜାମ କହିଛନ୍ତି ଯେ ବର୍ଷା ହେବ କି ନାହିଁ, ପାଣିପାଗ ଆମ ହାତରେ ନାହିଁ । ଆମେ ଚାହୁଁ ମ୍ୟାଚ୍ ସଂପୂର୍ଣ୍ଣ ଖେଳାଯାଉ ।

ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ଆହୁରି ମଧ୍ୟ କହିଛନ୍ତି ଯେ  ସୂର୍ଯ୍ୟକୁମାର ଯାଦବ ନିଜର ଭିନ୍ନ ଶୈଳୀର ବ୍ୟାଟିଂ ପାଇଁ ବିଶ୍ଵ କ୍ରିକେଟ୍‌ରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। ତାଙ୍କର ୩୬୦ ଡିଗ୍ରୀ ବ୍ୟାଟିଂର କୌଶଳ ସବୁ ଦଳ ପାଇଁ ଚିନ୍ତାର କାରଣ। ତେବେ ଜଣେ ବିଶେଷ ବ୍ୟାଟସମ୍ୟାନଙ୍କୁ ଅତିରିକ୍ତ ଗୁରୁତ୍ଵ ଦେବାକୁ ଚାହୁଁନି ବୋଲି କହିଛନ୍ତି ପାକିସ୍ତାନ ଅଧିନାୟକ ବାବର ଆଜମ।

ସୂର୍ଯ୍ୟକୁମାର ଯାଦବ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ସବୁଠୁ କମ ବଲ୍‌ରେ ଦ୍ରୁତ ୧୦୦୦ ରନ ପୂରା କରିବାର ରେକର୍ଡ ନିଜ ନାମରେ କରିଛନ୍ତି। ସେ ପଡିଆର ଚତୁଃପାର୍ଶ୍ଵରେ ବଡ ସଟ୍ ମାରିବାରେ ସିଦ୍ଧହସ୍ତ। ବାବର ମ୍ୟାଚ୍‌ର ପୂର୍ବ ସନ୍ଧ୍ୟାରେ କହିଛନ୍ତି, ଆମେ କେବଳ ସୂର୍ଯ୍ୟକୁମାର ନୁହେଁ ବରଂ ପ୍ରତ୍ୟେକ ଖେଳାଳିଙ୍କ ଲାଗି ଯୋଜନା ପ୍ରସ୍ତୁତ କରିଛୁ। ଆମର ଗୋଟିଏ ଯୋଜନା ଏବଂ ଆଶା କରୁଛୁ ଏହାକୁ ପଡିଆରେ ଉଚିତ୍ ଭାବେ ପ୍ରୟୋଗ କରି ପାରିବୁ। ଭାରତକୁ ହରାଇବାକୁ ଆମେ ପ୍ରସ୍ତୁତ ବୋଲି ପାକିସ୍ତାନ ଅଧିନାୟକ କହିଛନ୍ତି।

Leave A Reply

Your email address will not be published.