ବିଶ୍ବକପ୍-୨୦୨୩ରେ ହେବନି ଭାରତ-ପାକିସ୍ତାନ ମ୍ୟାଚ୍! ଜାଣନ୍ତୁ ଏହାର କାରଣ…..

ନୂଆଦିଲ୍ଲୀ : କ୍ରିକେଟରେ ଭାରତ-ପାକିସ୍ତାନ ମ୍ୟାଚ, ବାସ୍ କ୍ରୀଡାପ୍ରେମୀଙ୍କ ପାଇଁ ଏହା କୌଣସି ବିଶ୍ବଯୁଦ୍ଧଠୁ କମ୍ ନୁହେଁ। ବିଶ୍ବକପ୍ ହେଉ କି ଏସିଆ କ୍ପ୍ ଯେଉଁ ଦେଶରେ ମ୍ୟାଚ ହେଉନା କାହିଁକି ଉଭୟ ଦେଶର ଦର୍ଶକ ପହଞ୍ଚି ଯାଆନ୍ତି ମ୍ୟାଚ ଦେଖିବାକୁ। ଅନ୍ୟ ଦେଶ ସହ ମ୍ୟାଚ ତୁଳନାରେ ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ଷ୍ଟାଡିୟମ ଫୁଲ୍ ହୋଇଯାଏ। ବହୁ ସଂଖ୍ୟକ କ୍ରିକେଟ୍ ପ୍ରଶଂସକ ଷ୍ଟାଡିୟମରେ ପହଞ୍ଚ ଦେଳକୁ ଉପଭୋଗ କରନ୍ତି। ତେବେ ଏହାରି ମଧ୍ୟ ଏକ ବଡ଼ ଖବର ସାମ୍ନାକୁ ଆସିଛି କି ଭାରତରେ ଖେଳାଯିବାକୁ ଥିବା ଆଗାମୀ ୨୦୨୩ ଦିନିକିଆ ବିଶ୍ବକପ୍ରେ ମୁହାଁମୁହିଁ ହୋଇନପାରନ୍ତି ଭାରତ-ପାକିସ୍ତାନ। ଭାରତରେ ହେବାକୁ ଥିବା ବିଶ୍ବକପ୍ରେ ପାକିସ୍ତାନ ଅଂଶଗ୍ରହଣ କରିବ ନାହିଁ ବୋଲି ପିସିବି ଅଧ୍ୟକ୍ଷ ନଜମ ସେଠୀ ଭାରତକୁ ଧମକ ଦେଇ କହିଛନ୍ତି।
ଖବର ଅନୁଯାୟୀ, ନଜମ ସେଠୀ ବିସିସିଆଇ ସଚିବ ଜୟ ଶାହାଙ୍କୁ କହିଛନ୍ତି ଯେ ତାଙ୍କ ଦେଶ ଏସିଆ କପ୍ ଆୟୋଜନ କରିବାକୁ ଚାହୁଁଛି ଏବଂ ଯଦି ଟୁର୍ଣ୍ଣାମେଣ୍ଟ ଅନ୍ୟତ୍ର ସ୍ଥାନାନ୍ତରିତ ହୁଏ ତେବେ ପାକିସ୍ତାନ ନିଜ ଦଳକୁ ଭାରତର ଏକଦିବସୀୟ ବିଶ୍ୱକପକୁ ପଠାଇବ ନାହିଁ। ସେଠୀଙ୍କ ମନ୍ତବ୍ୟ ତାଙ୍କ ପୂର୍ବର ରମିଜ ରାଜାଙ୍କ ଭଳି ପ୍ରତିଫଳିତ ହୋଇଛି, ଯଦି ଦୁଇ କ୍ରିକେଟ୍ ବୋର୍ଡ ମଧ୍ୟରେ ଏସିଆ କପ୍ ସମସ୍ୟାର ସମାଧାନ ନହୁଏ ତେବେ ଚଳିତ ବର୍ଷ ଭାରତରେ ଆୟୋଜିତ ହେବାକୁ ଥିବା ୫୦ ଓଭର ବିଶ୍ୱକପକୁ ପାକିସ୍ତାନ ବର୍ଜନ କରିବ।
ଏସିଆ ବିଶ୍ୱ କପରେ ଭାଗନେବନି ଭାରତୀୟ ଦଳ
ପାକିସ୍ତାନରେ କ୍ରିକେଟ୍ ପ୍ରତିଯୋଗିତା ଆୟୋଜନ କରିବା ନେଇ ସୁରକ୍ଷା ପ୍ରସଙ୍ଗ ଉପରେ ରହିଛି ପ୍ରଶ୍ନବାଚୀ । ପାକିସ୍ତାନରେ ଆୟୋଜିତ ହେବାକୁଥିବା ଏସିଆ ବିଶ୍ୱ କପରେ ଭାଗନେବନି ଭାରତୀୟ ଦଳ । ଏହିପରି ଚରମ ନିଷ୍ପତ୍ତି ନେଇଛି ବିସିସିଆଇ । ପାକିସ୍ତାନ କ୍ରିକେଟ୍ ବୋର୍ଡ ଅଧକ୍ଷ ନଜମ ସେଠୀଙ୍କ ପକ୍ଷରୁ ଡକାଯାଇଥିବା ଏସୀୟ କ୍ରିକେଟ ପରିଷଦ ବୈଠକରେ ଯୋଗଦେବା ପୂର୍ବରୁ ନିଜ ଆଭିମୁଖ ସ୍ପଷ୍ଟ କରିଛନ୍ତି ବିସିସିଆଇ ସଂପାଦକ ଜୟ ଶାହା । ଏହି ଏସିସି ବୈଠକରେ ଏସିଆ କପ ଆୟୋଜନ ଅଧିକାର ଭାଗ ନିର୍ଣ୍ଣୟ ହେବ ।
ତେବେ ସେପ୍ଟେମ୍ବରରେ ପାକିସ୍ତାନରେ ଏସିଆ କପ ଆୟୋଜନର ତିଳେ ହେଲେ ସମ୍ଭାବନା ନାହିଁ । ବଂର ପାକିସ୍ତାନ ଏସିଆ କପ୍ ର ଆୟୋଜକ ରହିପାରେ କିନ୍ତୁ ପ୍ରତିଯୋଗିତା ୟୁଏଇକୁ ସ୍ଥାନାନ୍ତର ହେବ । ଏହା ନହେଲେ ଶ୍ରୀଲଙ୍କାକୁ ଆୟୋଜନ ଅଧିକାରର ବିକଳ୍ପ ବି ରହିଛି । ଅନ୍ୟ ପଟେ ଭାରତ ସରକାରଙ୍କ ଠାରୁ ପାକିସ୍ତାନ ଯାତ୍ରା ପାଇଁ ମିଳିନି ଗ୍ରିନ ସିଗ୍ନାଲ । ତେଣୁ ପାକିସ୍ତାନରେ ଏସିଆ ବିଶ୍ଵକପ ହେବାର ସମ୍ଭାବନା ନାହିଁ । ଉଭୟ ଦେଶ ଭିତରେ କୂଟନୈତିକ ସଂପର୍କ ଭଲ ନଥିବାରୁ ଭାରତୀୟ ଦଳ ପାକିସ୍ତାନ ଗସ୍ତ କରିବା ଅସମ୍ଭବ । ପୁଣି ପେଶୱାରରେ ବୋମା ବିସ୍ପରଣ ଘଟଣା ପାକିସ୍ତାନରେ କ୍ରିକେଟ୍ ପ୍ରତିଯୋଗିତା ଆୟୋଜନ କରିବା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।