ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦେଶରେ ୩ହଜାର ପାର କଲା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ଯା

ନୂଆଦିଲ୍ଲୀ: କାୟା ବିସ୍ତାର କରୁଛି ଓମିକ୍ରନ । ଦେଶରେ ଓମିକ୍ରନ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ୩୦୦୭କୁ ବୃଦ୍ଧିପାଇଛି। ସେଥିମଧ୍ୟରେ ମହାରାଷ୍ଟ୍ରରେ ସର୍ବାଧିକ ୮୭୬ ଚିହ୍ନଟ ହୋଇଥିବାବେଳେ ଦିଲ୍ଲୀରେ ୪୬୫ ଓ କେରଳରେ ୨୮୪  ଜଣ ଚିହ୍ନଟ ହୋଇଛନ୍ତି।


ଏଥିସହିତ ରାଜସ୍ଥାନ-୨୯୧, ଗୁଜୁରାଟ-୨୦୪ , ତେଲେଙ୍ଗାନା- ୧୦୭, କର୍ଣ୍ଣାଟକ- ୩୩୩, ତାମିଲନାଡୁ- ୧୨୧, ତେଲେଙ୍ଗନା-୯୪,  ହରିଆଣା -୭୧, ଓଡ଼ିଶା-୬୦, ପଶ୍ଚିମବଙ୍ଗ- ୨୭ ଓ ମଧ୍ୟପ୍ରଦେଶରେ- ୯ ଜଣ ଚିହ୍ନଟ ହୋଇଛନ୍ତି । ସେହିଭଳି ଆନ୍ଧ୍ରପ୍ରଦେଶ -୨୮, ଉତ୍ତର ପ୍ରଦେଶ-୩୧, ଆସାମ-୯, ଉତ୍ତରାଖଣ୍ଡ- ୮, ଗୋଆ- ୧୯,ମେଘାଳୟ- ୪,ଆଣ୍ଡାମାନ ନିକୋବର- ୩,  ଚଣ୍ଡିଗଡ- ୩, ଜମ୍ମୁ କାଶ୍ମୀର- ୩।  ପଞ୍ଜାବ ଓ ପୁଡୁଚେରୀରେ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଛତିଶଗଡ, ହିମାଚଳପ୍ରଦେଶ, ଲଦାଖ, ମଣିପୁରରେ ଜଣେ ଲେଖାଏଁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧୯୯ଜଣ ସୁସ୍ଥ ହୋଇସାରିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.