ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଟୋକିଓ ଅଲିମ୍ପିକ୍ସ: ସେମିରେ ହାରିଲା ଭାରତୀୟ ମହିଳା ହକି ଟିମ୍‌, ଆଶାରେ ବ୍ରୋଞ୍ଜ ପଦକ

ଟୋକିଓ: କଡା ଟକ୍କର ଭିତରେ ଶେଷ ହୋଇଛି ଅଲିମ୍ପିକ୍ସ ମହିଳା ହକି ସେମି ଫାଇନାଲ । ଭାରତୀୟ ଟିମ ପ୍ରଥମ ଗୋଲ ବିପକ୍ଷ ଆର୍ଡେଣ୍ଟିନାକୁ ଦେବା ସ୍ୱତେ ମଧ୍ୟ ମ୍ୟାଚରେ ପରାଜୟ ସ୍ୱୀକାର କରିଛି । ସେମି ଫାଇନାଲରେ ଭାରତର ପରାଜୟ ଘଟିବା ସହ ଫାଇନାଲ ଆଶା ଅଧାରେ ହିଁ ଅଟକି ଯାଇଛି । କିନ୍ତୁ ଭାରତୀୟ ମହିଳା ହକି ଟିମ ମଧ୍ୟରେ ଥିବା ଯୋସ ଏବଂ ଦୃଢ ଇଛା ଶକ୍ତି ହିଁ ସେମାନଙ୍କୁ ସେମି ଫାଇନାଲ ପର୍ଯ୍ଯନ୍ତ ପହଞ୍ଚାଇ ପାରିଛିି । ଭାରତୀୟ ଟିମ ସେମି ଫାଇନାଲ ମ୍ୟାଚ ହାରିଛି କିନ୍ତୁ ପଦକ ଆଶା ଏବେ ମଧ୍ୟ ରହିଛି । ବ୍ରୋଞ୍ଜପଦକ ପାଇଁ ପୁଣି ଲଢାଇ କରିବା ଟିମ । ତେବେ ମ୍ୟାଚ ଆରମ୍ଭରୁ ପ୍ରଥମେ ଭାରତୀୟ ହକି ଟିମ ବିପକ୍ଷ ଦଳକୁ ପ୍ରଥମ ଗୋଲ ଦେଇଥିଲା । ଏହା ପରେ ଆର୍ଜେଣ୍ଟିନା ଟିମ ଭାରତ ଉପରେ ଦେଇଥିଲା ଆଉ ଏକ ଗୋଲ । ଯଦ୍ୱାରା ୧-୧ ରେ ବରାବର ଥିଲା ଉଭୟ ଦଳର ସ୍କୋର ।

ସେପଟେ ଦ୍ବିତୀୟ ଗୋଲ ମଧ୍ୟ ଆର୍ଜେଣ୍ଟିନା ଭାରତକୁ ଦେଇଥିଲା । ଫଳରେ ୨-୧ରେ ଆଗୁଆ ରହିଥିଲା ବିପକ୍ଷ ଦଳ । ଭାରତୀୟ ଟିମ ଜୋରଦାର ଲଢେଇ କରିବା ସ୍ୱତେ ମଧ୍ୟ ଗୋଲ ଦେବାରେ ବିଫଳ ହୋଇଥିଲା । ଏହା ସହିତ ଆଗାମୀ ଦିନରେ ଭାରତୀୟ ଟିମ ବ୍ରୋଞ୍ଜ ଆଣିବା ନେଇ ଏବେ ମଧ୍ୟ ଆଶାବାଦୀ ଦଳ । ଭାରତୀୟ ମହିଳା ହକି ଦଳ ଚଳିତ ଅଲିମ୍ପିକ୍ସରେ ପ୍ରଥମ ଥର ପାଇଁ ସେମି ଫାଇନାଲକୁ ପ୍ରବେଶ କରିବା ସହ ଇତିହାସ ରଚିବାରେ ସକ୍ଷମ ହୋଇଛି ।

 

Leave A Reply

Your email address will not be published.