ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବ୍ଲୁମବର୍ଗ ରିପୋର୍ଟ: କରୋନା କାଳରେ ରହିବା ଲାଗି ଭାରତ ବିଶ୍ୱର ସବୁଠୁ ଭଲ ସ୍ଥାନ

ନୂଆଦିଲ୍ଲୀ: କରୋନା କାଳରେ ରହିବା ଲାଗି ଭାରତ ହେଉଛି ବିଶ୍ୱର ସବୁଠୁ ଭଲ ସ୍ଥାନ। କରୋନା ସମୟରେ ରହିବା ଲାଗି ସବୁଠୁ ଭଲ ଓ ସବୁଠୁ ଖରାପ ସ୍ଥାନକୁ ନେଇ ବ୍ଲୁମବର୍ଗ ରାଙ୍କିଙ୍ଗ ପ୍ରସ୍ତୁତ କରିଥିଲା। ଏଥିରେ ଭାରତ ୧୯ ସ୍ଥାନ ଉପରକୁ ଉଠିଛି। ଚଳିତବର୍ଷ ଭାରତ କରୋନା ଯୋଗୁ ଅଧିକ ଗୁରୁତର ପ୍ରଭାବିତ ହୋଇଥିଲା। ଏହାସତ୍ତ୍ୱେ ବ୍ଲୁମବର୍ଗ ରାଙ୍କିଙ୍ଗ୍‌ରେ ଭାରତର ସ୍ଥାନରେ ଏକ ବଡ଼ ପରିବର୍ତ୍ତନ ଘଟିୀଛି। ଭାରତ କୋଭିଡ ରେଜିଲେନ୍ସ Ñଙ୍କିଙ୍ଗରେ ଏବେ ୨୬ତମ ସ୍ଥାନରେ ରହିଛି।

ରାଙ୍କିଙ୍ଗର ଏହି ଆଧାରରୁ ସାମାଜିକ ଓ ଆର୍ଥିକ  ଅସ୍ଥିରତା ସତ୍ତ୍ୱେ ଭାରତରେ କୋଭିଡର ପ୍ରଭାବୀ ନିୟନ୍ତ୍ରଣ ହେଉଥିବା ସ୍ପଷ୍ଟ ହୋଯାଇଛି। ଏହି ସୂଚୀ ପ୍ରସ୍ତୁତି ଲାଗି ୧୨ଟି ବିନ୍ଦୁ ଉପରେ ମାନଦଣ୍ଡ ଦିଆଯାଇଥିଲା। ଯେଉଁଥିରେ ଭୂତାଣୁର ମୁକାବିଲା, ଅର୍ଥ ବ୍ୟବସ୍ଥାର ପରିଚାଳନା, କୋଭିଡ ଲକଡାଉନରୁ ବଜାରକୁ ପୁଣି ସ୍ୱଭାବିକ କରାଯିବା ଆଦି ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି। ଏଣୁ କେବଳ ବିଶ୍ୱର ସବୁଠୁ ଭଲ ରହିବା ସ୍ଥାନ ନୁହେଁ ୫୩ ପ୍ରମୁଖ ଅର୍ଥ ବ୍ୟବସ୍ଥା ସମ୍ପନ୍ନ ଦେଶଙ୍କ ସୂଚୀରେ ମଧ୍ୟ ସ୍ଥାନ ପାଇଛି ଭାରତ। କରୋନା ମାଡ଼ ପରେ ଦ୍ରୁତ ସୁଧାର ହୋଇଥିବା ବଜାର ବ୍ୟବସ୍ଥା, ଅର୍ଥନୀତି ଓ ଅନ୍ୟ ପ୍ରସଙ୍ଗ ସବୁ ଭାରତର ରାଙ୍କିଙ୍ଗ୍‌ ସୁଧାରରେ ସହାୟକ ହୋଇଛି। ଜୋରଦାର ଅଭିଯାନ ଟିକାକରଣ ଯୋଗୁ ରାଙ୍କିଙ୍ଗ୍‌ରେ ଏପରି ପରିବର୍ତ୍ତନ ହୋଇପାରିଛି। ଦେଶରେ ଏବେ ଲୋକଙ୍କୁ  ୧ ବିଲିୟନରୁ ବି ଅଧିକ ଡୋଜ୍‌ ଟିକା ଦିଆଯାଇଛି।  ଏହାଛଡା ଭାରତରେ ପ୍ରାକୃତିକ ପ୍ରତିରକ୍ଷାର ଉଚ୍ଚତମ ସ୍ତର ଦେଶରେ ସଂକ୍ରମଣ ବିପଦକୁ ହ୍ରାସ କରିଥିବା ଜଣାପଡିଛି। ଗତ ମେ ମାସରେ ଦେଶରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷରେ ପହଞ୍ଚିବା ବିଶ୍ୱରେ ରେକର୍ଡ ସୃଷ୍ଟି କରିଥିଲା। ୧.୪ ବିଲିୟନ ଜନସଂଖ୍ୟା ବିଶିଷ୍ଟ ଦେଶରେ ଏବେ ଦୈନିକ ସଂକ୍ରମଣ ସଂଖ୍ୟା ଅତିବେଶୀରେ ୭ରୁ ୮ ହଜାର ବାହାରିବା ବାସ୍ତବିକ ଆଶ୍ଚର୍ଯ୍ୟଜନକ। ତେବେ ଦେଶରେ ପ୍ରାକୃତିକ ପ୍ରତିରକ୍ଷା ବୃଦ୍ଧି ସବୁ କ୍ଷେତ୍ରରେ ଭାରତକୁ ରହିବା ଲାଗି ଏକ ଉତ୍ତମ ସ୍ଥାନ ଭାବେ ଚିହ୍ନିତ କରୁଥିବା ବ୍ଲୁମବର୍ଗ ରାଂକିଙ୍ଗରୁ ଜଣାପଡିଛି।

Leave A Reply

Your email address will not be published.