ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଫେବୃଆରୀ ୨୮ ଯାଏ ବିଦେଶକୁ ଯାତ୍ରୀବାହୀ ବିମାନ ଚଳାଚଳ ବନ୍ଦ

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ବୁଧବାର ଦିନ ଦେଶରେ ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ଚଳାଚଳ ୨୮ ଫେବୃଆରୀ ପର୍ଯ୍ୟନ୍ତ  ସ୍ଥଗିତ ରହିବ ବୋଲି ସେ କହିଛନ୍ତି। ବିମାନ ଚଳାଚଳ ନିୟାମକ ଦ୍ବାରା ଜାରି କରାଯାଇଥିବା ସର୍କୁଲାରରେ କୁହାଯାଇଛି ଯେ ଫେବୃଆରୀ ୨୮, ୨୦୨୨ ଯାଏ ଭାରତରୁ ନିର୍ଦ୍ଧାରିତ ଇଣ୍ଟରନ୍ୟାସନାଲ କମର୍‌ସିଆଲ ଫ୍ଲାଇଟ୍ସ ସେବା ସ୍ଥଗିତ ରଖିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ନିୟମିତ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିଥିଲେ ମଧ୍ୟ ଏୟାର ବବଲ୍ସ ଚୁକ୍ତି ହୋଇଥିବା ଦେଶଗୁଡ଼ିକୁ ଭାରତରୁ ବିମାନ ଉଡ଼ି ପାରିବ। ଭାରତ ସରକାର ଏଯାଏ ୩୦ଟି ଦେଶ ସହ ଏହି ଚୁକ୍ତି କରିଛନ୍ତି।

ଏହି ପ୍ରତିବନ୍ଧକ ଅନ୍ତର୍ଜାତୀୟ ଅଲ-କାର୍ଗୋ ଅପରେସନ୍ ଏବଂ ଡିଜିସିଏ ଦ୍ୱାରା ସ୍ବତନ୍ତ୍ର ଭାବରେ ଅନୁମୋଦିତ ବିମାନଗୁଡିକ ପାଇଁ ପ୍ରଯୁଜ୍ୟ ହେବ ନାହିଁ।କରୋନା ମାମଲାରେ ବୃଦ୍ଧି ପାଇବା ପରେ ମାର୍ଚ୍ଚ ୨୩, ୨୦୨୦ ରେ ଭାରତ ଅନ୍ତର୍ଜାତୀୟ ବିମାନ ଚଳାଚଳ ସ୍ଥଗିତ ରଖିଥିଲା।ବିଶ୍ୱରେ ଓମିକ୍ରନ ସଂକ୍ରମଣ ଜାରି ରହିଥିବାବେଳେ ଦେଶକୁ ନିରାପଦ ରଖିବା ଲାଗି ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

Leave A Reply

Your email address will not be published.