ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମାର୍ଚ୍ଚରୁ ଆରମ୍ଭ ହୋଇପାରେ ୧୨ରୁ ୧୪ ବର୍ଷ ବୟସର ପିଲାଙ୍କୁ ଟିକାକରଣ

ନୂଆଦିଲ୍ଲୀ: ଦେଶରେ କରୋନାର ନୂଆ ଭାରିଆଣ୍ଟା କାୟା ବିସ୍ତାର କରିବାରେ ଲାଗିଛି। ପ୍ରତିଦିନ ୨ଲକ୍ଷରୁ ଉର୍ଦ୍ଧ୍ବ ଦେଶରେ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। କରୋନାକୁ ହରାଇବାକୁ ଦେଶରେ ଜୋରଦାର ଟିକାକରଣ ଚାଲିଛି। ଆସନ୍ତା ମାର୍ଚ୍ଚ ମାସରୁ ଦେଶରେ ୧୨ରୁ ୧୪ ବର୍ଷ ବର୍ଗ ମଧ୍ୟରେ ଥିବା ପିଲାମାନଙ୍କ ଟିକାକରଣ ଆରମ୍ଭ ହୋଇପାରେ ବୋଲି (NTAGI) କୋଭିଡ -୧୯ର ୱାର୍କିଂ ଗ୍ରୁପ ଅଧ୍ୟକ୍ଷ ଡା. ଏନକେ ଅରୋରା ସୂଚନା ଦେଇଛନ୍ତି। ବର୍ତ୍ତମାନ ୧୫ର ବର୍ଷ ବୟସ ତଥା ତା’ରୁ ଅଧିକ ବୟସ୍କଙ୍କ ଟିକାକରଣ ଚାଲିଛି।

ଗତ ବର୍ଷ ଜାନୁଆରୀ ୧୬ ତାରିଖରୁ ଭାରତ କୋଭିଡ -୧୯  ବିରୋଧରେ ଟୀକାକରଣ ଡ୍ରାଇଭ ଆରମ୍ଭ କରିଥିଲା। ଏହା ପରେ ଦେଶ କୋଭିଡ -୧୯  ଟିକା ୧୫୭ରୁ ଉର୍ଦ୍ଧ୍ବ କୋଟି ଡୋଜ ଦେଇସାରିଲାଣି। ଜାନୁଆରୀ ୩ରୁ ଦେଶରେ ୧୫ରୁ ୧୮ ବର୍ଷ ବର୍ଗରେ ଥିବା ପିଲାମାନଙ୍କ ଟିକାକରଣ କରାଯାଉଛି। ଏବେ ସୁଦ୍ଧା ୩ କୋଟିରୁ ଅଧିକ ପିଲା କରୋନା ଟିକାର ପ୍ରଥମ ଡୋଜ୍‌ ନେଇ ସାରିଛନ୍ତି। ତେଣୁ ମାର୍ଚ୍ଚ ମାସରୁ ୧୨ରୁ ୧୪ ବର୍ଷର ପିଲାଙ୍କ ଟିକାକରଣ ଆରମ୍ଭ କରିବାକୁ ସରକାର ଯୋଜନା କରିଛନ୍ତି।

 

Leave A Reply

Your email address will not be published.