ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଏସିଆ କପ ହକି: ଜାପାନକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଭାରତୀୟ ପୁରୁଷ ହକି ଦଳ

ନୂଆଦିଲ୍ଲୀ: ଇଣ୍ଡୋନେସିଆର ଜାକର୍ତ୍ତାରେ ଚାଲିଥିବା ଏସିଆ କପ୍ ହକିରେ ଭାରତୀୟ ପୁରୁଷ ହକି ଦଳ ବ୍ରୋଞ୍ଜ ପଦକ ସହ ନିଜ ଅଭିଯାନ ଶେଷ କରିଛି। ବୁଧବାର ଅନୁଷ୍ଠିତ ବ୍ରୋଞ୍ଜ ପଦକ ମ୍ୟାଚରେ ଓଡ଼ିଆ ତାରକା ବୀରେନ୍ଦ୍ର ଲାକ୍ରାଙ୍କ ଅଧିନାୟିକତ୍ବରେ ଖେଳୁଥିବା ଭାରତୀୟ ହକି ଟିମ୍‌ ଜାପାନକୁ ୧-୦ ଗୋଲରେ ପରାସ୍ତ କରି ବ୍ରୋଞ୍ଜ ପଦକ ଜିତିଛି।

ଏସିଆ କପ୍ ହକିରେ ଅଳ୍ପକେ ଫାଇନାଲରୁ ବର୍ତ୍ତିଥିବା ଭାରତୀୟ ହକି ଟିମ୍‌ ଆଜିର ମ୍ୟାଚ୍‌ରେ କୌଣସି ପ୍ରକାରର ଭୁଲ କରି ନଥିଲା। ମ୍ୟାଚ୍‌ ଆରମ୍ଭରୁ ହିଁ ଦଳ ଦମଦାର ପ୍ରଦର୍ଶନ କରି ପ୍ରଥମ କ୍ୱାର୍ଟର୍‌ରେ ଲିଡ୍ ହାସଲ କରିଥିଲା। ଭାରତ ପକ୍ଷରୁ ଯୁବ ତାରକା ରାଜ କୁମାର ପାଲ ଏକମାତ୍ର ଗୋଲ ସ୍କୋର କରିଛନ୍ତି। ଏହାପରେ ଜାପାନା ବାରମ୍ବାର ଆଟାକ କରିଥିଲେ ହେଁ କୌଣସି ସଫଳତା ମିଳି ନଥିଲା। ଜାପାନକୁ ପୂରା ମ୍ୟାଚ୍‌ରେ ୭ଟି ପେନାଲ୍ଟି କର୍ଣ୍ଣର ମିଳିଥିଲେ ମଧ୍ୟ ଦଳ ଗୋଟିଏରେ ବି ସଫଳତା ପାଇ ନଥିଲା। ଏପରି କି ଶେଷ ମିନିଟ୍‌ରେ ଭାରତ ୧୦ ଜଣ ଖେଳାଳିଙ୍କୁ ନେଇ ଖେଳିଥିଲା। ଏହି ସମୟରେ ଜାପାନ ଗୋଲ କରିବାକୁ ଚେଷ୍ଟା କରି ନଥିଲେ ମଧ୍ୟ ସୁଫଳ ମିଳି ନଥିଲା। ଯାହାଦ୍ୱାରା ଭାରତ କାଂସ୍ୟ ଜିତିଛି। ସେହିପରି ଓଡ଼ିଆ ପୁଅ ବୀରେନ୍ଦ୍ର ଲାକ୍ରା ପ୍ଲେୟାର ଅଫ ଦି ମ୍ୟାଚ ହୋଇଛନ୍ତି।

ଭାରତ ଗତଥର ଏସିଆ କପ୍‌ରେ ଚାମ୍ପିୟନ ହୋଇଥିଲା। କିନ୍ତୁ ଭାରତୀୟ ପୁରୁଷ ହକି ଦଳ ଏସିଆ କପ୍ ଫାଇନାଲ୍‌ରେ ପହଞ୍ଚିବାରେ ବିଫଳ ହୋଇଥିଲା। ସୁପର-୪ର ଅନ୍ତିମ ମୁକାବିଲାରେ ଦକ୍ଷିଣ କୋରିଆ ବିପକ୍ଷରେ ମ୍ୟାଚ୍‌ ୪-୪ରେ ଡ୍ର ରହିଥିଲା। ଏହା ପୂର୍ବରୁ ସୁପର-୪ର ପ୍ରଥମ ମ୍ୟାଚରେ ଭାରତ ଜାପାନକୁ ୨-୧ରେ ହରାଇଥିଲା। ମାଲେସିଆ ସହ ମୁକାବିଲା ୩-୩ରେ ଡ୍ର ରହିଥିଲା। ଭାରତୀୟ ଦଳ ଏସିଆ କପରେ ଡିଫେଣ୍ଡିଂ ଚାମ୍ପିଅନ ଥିଲା। ମାତ୍ର ଏଥର ଦଳକୁ ବ୍ରୋଞ୍ଜରେ ସନ୍ତୁଷ୍ଟ ହେବାକୁ ପଡିଛି।

Leave A Reply

Your email address will not be published.