ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

WTC ଫାଇନାଲ ମ୍ୟାଚର ପ୍ରଥମ ଇଂନିସରେ ଭାରତ ୨୧୭ ରନରେ ଅଲଆଉଟ୍

ସାଉଥାମ୍ପଟନ୍: ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ମ୍ୟାଚରେ ଭାରତ ପ୍ରଥମ ଇନିଂସରେ ୨୧୭ ରନରେ ଅଲଆଉଟ ହୋଇ ଯାଇଛି । ଭାରତର କୌଣସି ବ୍ୟାଟ୍ସମ୍ୟାନ ସଫଳ ବ୍ୟାଟିଂ କରିପାରିନଥିଲେ । ସେପଟେ ନ୍ୟୁଜିଲାଣ୍ଡ ପକ୍ଷରୁ କାଇଲ ଜାମିନସନଙ୍କ ଘାତକ ବୋଲିଂ ଦେଖିବାକୁ ମିଳିଥିଲା । ଜାମିନସନ ଏକାକୀ ୫ ଓ୍ୱିକେଟ୍ ନେଇ ନ୍ୟୁଜିଲ୍ୟାଣ୍ଡର ଟପ୍ ବୋଲର ବିବେଚିତ ହୋଇଛନ୍ତି।

ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲ୍ୟାଣ୍ଡ ଦଳ । ମ୍ୟାଚର ପ୍ରଥମ ଦିବସ ବର୍ଷା ଯୋଗୁଁ ବାତିଲ୍ ହେବା ପରେ ଦ୍ୱିତୀୟ ଦିବସରେ ଖେଳ ଆରମ୍ଭ କରି ଭାରତ ୩ ଓ୍ୱିକେଟ୍ ହରାଇ ୧୪୬ ରନ୍ କରିଥିଲା। ହେଲେ ଆଜି ପିଚ୍ ପେସ୍ ବୋଲରଙ୍କ ପାଇଁ ଅଧିକ ଉପଯୋଗୀ ସାବ୍ୟସ୍ତ ହୋଇଥିଲା। ଫଳରେ ଭାରତ ତା’ର ତୃତୀୟ ଦିବସରେ ୭୧ ରନ୍ ଭିତରେ ବାକି ୭ ଓ୍ୱିକେଟ୍ ହରାଇ ଅଲ୍ ଆଉଟ୍ ହୋଇଛି। ଭାରତ ପକ୍ଷରୁ ଆଜିଙ୍କ୍ୟ ରାହାଣେ ୪୯, ବିରାଟ କୋହଲି ୪୪ ଓ ରୋହିତ ଶର୍ମା ୩୪ ରନ କରିଥିଲେ । ଫଳରେ ଦଳ ୯୨ ଓଭର ୨ଟି ବଲ ଖେଳି ୨୧୭ ରନରେ ଅଲ ଆଉଟ ହୋଇ ଯାଇଛି ।

Leave A Reply

Your email address will not be published.